Cricketer Shikhar Dhawan's estranged wife not to post anything defamatory on social media
ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଚେତାବନୀ ଦେଇଛନ୍ତି। ଧୱନଙ୍କ ବିରୋଧରେ କେଉଁଠି ବି କେବେ ବି ବଦ୍ନାମ କଲା ଭଳି ମନ୍ତବ୍ୟ ନଦେବା ପାଇଁ ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ଶିଖର ଓ ଆୟଶାଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଏବେବି ଚାଲିଛି। ଏସବୁ ଭିତରେ ଧୱନ କୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଛବି ଖରାପ କରିବା ପାଇଁ ଆୟଶା ପ୍ରୟାସ କରୁଛନ୍ତି। ତେଣୁ ଏଭଳି ନକରିବାକୁ କୋର୍ଟ ଆୟଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କୁ ଆୟଶାଙ୍କ ନିର୍ଦ୍ଦେଶ...
ଧୱନଙ୍କ ବିରୋଧରେ ସୋସିଆଲ ମିଡିଆ, ପ୍ରିଣ୍ଟ ମିଡିଆ, ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସମେତ କୌଣସି ବ୍ୟକ୍ତି କିମ୍ବା କୌଣସି ଜାଗାରେ ଅପମାନଜନକ ଓ ମିଛ ଘଟଣା ପ୍ରଚାର ନକରିବା ପାଇଁ ଆୟେଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟର ଜଜ୍ ହରିଶ କୁମାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରରିପେକ୍ଷୀରେ ଜଜ୍ କହିଛନ୍ତି ଯେ, ସମସ୍ତେ ସବୁବେଳେ ନିଜର ସମ୍ମାନକୁ ବହୁତ ଜଗିଥାନ୍ତି। କାରଣ ସେମାନେ ଅନେକ ପରିଶ୍ରମ କରି ସମାଜରେ ସମ୍ମାନ ଓ ନାଁ କମାଇ ଥାନ୍ତି। ଆଉ ଥରେ ଯଦି ଏହା ଚାଲି ଯାଏ, ତା’ହେଲେ ବଡ଼ କ୍ଷତି ହୋଇଥାଏ।
ଅଲଗା ରହୁଛନ୍ତି ଧୱନ ଓ ଆୟେଶା...
ଆୟେଶା ଅଷ୍ଟ୍ରେଲିଆର ନାଗରିକ। ଧୱନ ଓ ଆୟେଶା ପରିସ୍ପରକୁ ଡେଟ୍ କରିବା ପରେ ୨୦୧୨ରେ ବାହା ହୋଇଥିଲେ। ଏହା ଆୟେଶାଙ୍କ ଦ୍ୱିତୀୟ ବିବାହ ଥିଲା ଓ ପୂର୍ବରୁ ତାଙ୍କ ୨ଟି ସନ୍ତାନ ମଧ୍ୟ ଥିଲା। ଧୱନଙ୍କୁ ବିବାହ କରିବା ପରେ ୨୦୧୪ରେ ଆୟେଶା ଏକ ପୁତ୍ର ସନ୍ତାନ ଲାଭ କରିଥିଲେ। ପୁଅର ନାଁ ସେ ଜୋରାଭର ରଖିଥିଲେ। ହସଖୁସିରେ ସଂସାର ଚାଲିଥିବା ବେଳେ ୨୦୨୦ରେ ସେମାନଙ୍କ ଜୀବନରେ ଝଡ଼ ଆସିଥିଲା। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଛାଡ଼ପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିଥିଲା। ଧୱନ ଓ ଆୟେଶା ଉଭୟ ୨୦୨୦ରୁ ଅଲଗା ହୋଇ ରହୁଛନ୍ତି। ପୁଅ ଜୋରାଭର ଆୟେଶାଙ୍କ ପାଖରେ ରହୁଥିବା ବେଳେ ମଝିରେ ମଝି ଧୱନ ପୁଅକୁ ଭେଟିବାକୁ ଯାଆନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1675589868.jpg)