Advertisment

ପଦାରେ ପଡ଼ିଲା ଜାଡେଜାଙ୍କ ଘର କଳି; ବାପା କହିଲେ, ପୁଅ ବାହାଘର ପରେ ବଦଳି ଗଲା..

ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ କହିଥିଲେ, ‘ଏଣିକି ପୁଅ ରବୀନ୍ଦ୍ରଙ୍କ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ। ତାକୁ କ୍ରିକେଟର କରି ନଥିଲେ ଭଲ ହୋଇଥାଆନ୍ତା’।

ଅଦ୍ୟତନ ହୋଇଛି
Ravindra Jadeja

Ravindra Jadeja

Advertisment

ପଦାରେ ପଡ଼ିଲା କ୍ରିକେଟର୍‌ଙ୍କ ଘର କଳି। ବାପା-ପୁଅଙ୍କ ଭିତରେ କୁହୁଳିଛି ଅସନ୍ତୋଷର ନିଆଁ। ବାପାଙ୍କ ସଙ୍ଗୀନ ଅଭିଯୋଗକୁ ଏଡ଼ାଇ ଦେଲେ ପୁଅ। ଟିମ୍‌ ଇଣ୍ତିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପରିବାରରେ ଏଭଳି କିଛି ମନମାଳିନ୍ୟ ଦେଖାଦେଇଛି। ବାପାଙ୍କ ଅଭିଯୋଗକୁ ମୂଲ୍ୟହୀନ ଓ ମିଛ କହିଲେ ଜାଡେଜା।

Advertisment

ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ କହିଥିଲେ, ‘ଏଣିକି ପୁଅ ରବୀନ୍ଦ୍ରଙ୍କ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ। ତାକୁ କ୍ରିକେଟର କରି ନଥ‌ିଲେ ଭଲ ହୋଇଥାଆନ୍ତା। ବହୁତ କଷ୍ଟ କରି ପୁଅକୁ କ୍ରିକେଟର କଲି କିନ୍ତୁ ସେ ମୋତେ ବାପାର ମର୍ଯାଦା ରଖିଲା ନାହିଁ। ପୁଅ ବିବାହ ପରେ ସମ୍ପୂର୍ଣ୍ଣ ବଦଳି ଗଲା। ମୋ ବୋହୂର କେବଳ ଟଙ୍କାକୁ ଲୋଭ। ଟଙ୍କା ଛଡା ସେ ଆଉ କିଛି ଦେଖେ ନାହିଁ। ପୁଅ ଓ ବୋହୂ ସହିତ ‌ମୋର କିଛି ସମ୍ପର୍କ ନାହିଁ କି ମୁଁ ବି ରଖିବାକୁ ଚାହୁଁନାହିଁ। ମୋ ପୁଅ ଏମିତି ନଥିଲା। ମୁଁ ଜାଣିଛି ଜାଡେଜା ଉପରେ ରିବାଭା ଯାଦୁ କରି ଦେଇଛି। ୫ବର୍ଷ ହେବ ମୁଁ ମୋ ନାତୁଣୀକୁ ବି ଦେଖି ନାହିଁ’।

ସେ ଆହୁରି କହିଥିଲେ, ‘ବାହାଘରର ୩ ମାସ ପରେ ରିଭାବା ସବୁ କିଛି ନିଜ ନାଁକୁ ଟ୍ରାନ୍ସଫର କରି ଦେବାକୁ ମୋତେ କହିଥିଲେ। ସେ ଆମ ପରିବାରରେ ଗୋଟିଏ ବିଭ୍ରାଟ ସୃଷ୍ଟି କରିଥିଲେ। ସେ ପରିବାର ଭଲ ଚାହାନ୍ତି ନାହିଁ। ସେ ସବୁବେଳେ ସ୍ୱାଧୀନ ଜୀବନ ଚାହୁଁଛନ୍ତି। ଯଦିଓ ମୁଁ ଭୁଲ କହୁଥାଇପାରେ, କଣ ମୋ ଝିଅ ନୟନାବା(ରବୀନ୍ଦ୍ରଙ୍କ ଭଉଣୀ) ଭୁଲ ନା ଆମ ପରିବାରର ସମସ୍ତ ୫୦ ଜଣ ସଦସ୍ୟ ବି ଭୁଲ?

Advertisment

ରବିନ୍ଦ୍ର ଜାଡେଜା କିନ୍ତୁ ଏ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ଓ ମୂଲ୍ୟହୀନ ବୋଲି କହିଛନ୍ତି। ସେ କହିଛନ୍ତି, ‘ମୋ ବାପା ସାକ୍ଷାତକାରରେ କହିଥିବା କଥା ସବୁ ମିଛି ଓ ମୂଲ୍ୟହୀନ। ଗୋଟିଏ ପକ୍ଷର ସବୁ କିଛି ଶୁଣା ଯାଇଛି। ଯାହାକୁ ମୁଁ ଗ୍ରହଣ କରୁ ନାହିଁ। ମୋ ସ୍ତ୍ରୀଙ୍କ ଛବିକୁ ଭୁଲ ଦେଖାଇବା ପାଇଁ ଯେଉଁ ଚେଷ୍ଟା କରାଯାଇଛି, ତାହା ନିନ୍ଦନୀୟ ଓ ଅଭଦ୍ରତାର ପରିଚୟ। ମୋର ମଧ୍ୟ ବହୁତ କିଛି କହିବାର ଅଛି। କିନ୍ତୁ ଏହାକୁ ସର୍ବସାଧାରଣରେ ନ କହିବା ଭଲ’।

Advertisment

Ravindra Jadeja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ