Advertisment

ଟିମ୍‌ ଇଣ୍ଡିଆ କ୍ରିକେଟରଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ- ‘ମୋ ସ୍ୱାମୀ ହୋଟେଲରେ ଦେହଜୀବୀଙ୍କ ସହ...’

ବର୍ତ୍ତମାନ ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବା ତଥା ଟିମ୍‌ ଇଣ୍ଡିଆ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପତ୍ନୀଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ସେ ଅଡୁଆରେ ପଡ଼ିପାରନ୍ତି ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Indian Cricketer Mohammed Shami

Cricketer Mohammed Shami Continues To Have Extra-Marital Affairs Alleges Estranged Wife

Advertisment

ପୁଣି ଅଡ଼ୁଆରେ ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର୍‌ ମହମ୍ମଦ ସାମି( Mohammed Shami)। ଦେହଜୀବୀଙ୍କ ସହ ହୋଟେଲରେ ସାମି ପରକୀୟା ପ୍ରୀତିରେ ଲିପ୍ତ ରୁହନ୍ତି। ସାମିଙ୍କଠୁ ଅଲଗା ହୋଇ ରହୁଥିବା ପତ୍ନୀ ତାଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସାମି ଆଇପିଏଲ୍‌ ମ୍ୟାଚ୍‌(IPL 2023) ଖେଳୁଛନ୍ତି। ହେଲେ ପତ୍ନୀଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ସେ ଅଡୁଆରେ ପଡ଼ିପାରନ୍ତି ବୋଲି କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ଆଇପିଏଲ ମ୍ୟାଚ୍‌ରେ କୋହଲି-ଗମ୍ଭୀର କଥା କଟାକଟି, ଦୁହିଁଙ୍କ କଟିଲା ମ୍ୟାଚ ଫି'

ପତ୍ନୀ ହସିନ୍‌ ଜହାଁ ସାମିଙ୍କ ବିରୋଧରେ ଯୌତୁକ ଦାବି ଓ ଅନ୍ୟ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିବା ନେଇ ଅଭିଯୋଗ ଆଣିଛନ୍ତି। ଏନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର କରି ହସିନ୍‌ କହିଛନ୍ତି, ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବିଶେଷ ସୁବିଧା ପ୍ରଦାନ କରାନଯାଉ। ସାମି ମୋତେ ଯୌତୁକ ମାଗିଛନ୍ତି। ଖାଲି ଏତିକି ନୁହେଁ, ବିସିସିଆଇର ବିଦେଶ ଗସ୍ତ ବେଳେ ସାମି ହୋଟେଲରେ ଦେହଜୀବୀଙ୍କ ସହ ଅବୈଧ ସମ୍ପର୍କ ରଖିଥାନ୍ତି।’

Advertisment

ହସିନ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ‘ଏସବୁ ମହିଳାଙ୍କ ସହ ଯୋଗାଯୋଗରେ ରହିବା ପାଇଁ ସାମି ଅନ୍ୟ ଏକ ଫୋନ୍‌ ନମ୍ବର ବ୍ୟବହାର କରିଥାନ୍ତି।’ ସୂଚନାଥାଉ କି, ୨୦୧୧ ମସିହାରେ ସାମି ଓ ହସିନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେହି ସମୟରେ ହସିନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ଚିୟର ଲିଡର୍‌ ଥିଲେ। ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ୨୦୧୮ରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

Advertisment

ଏହାପରେ ହସିନ୍‌, ସାମିଙ୍କ ବିରୋଧରେ ଘରୋଇ ହିଂସା, ମ୍ୟାଚ୍‌ ଫିକ୍ସିଂ ସମେତ ଅନେକ ସାଂଘାତିକ ଅଭିଯୋଗ ଆଣିଥିଲେ। ସେବେଠୁ ଉଭୟ ଅଲଗା ରହୁଛନ୍ତି ଓ କୋର୍ଟରେ ମାମଲା ଚାଲିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ