Advertisment

ୱେଷ୍ଟଇଣ୍ଡିଜ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଏହି ଖେଳାଳି ମ୍ୟାଚ୍‌ରୁ ହେଲେ ବାହାର

ଆସନ୍ତା ମାସରେ ଟିମ୍‌ ଇଣ୍ଡିଆ(Team India) ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ସିରିଜ୍‌ ଖେଳିବ। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିଛି।

ଅଦ୍ୟତନ ହୋଇଛି
Team India

Team India

Advertisment

ଆସନ୍ତା ମାସରେ ଟିମ୍‌ ଇଣ୍ଡିଆ(Team India) ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ସିରିଜ୍‌ ଖେଳିବ। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିଛି। ଆହତ ଯୋଗୁ କ୍ୟାପ୍‌ଟେନ୍‌ ରୋହିତ ଶର୍ମା(Rohit Sharma) ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇପାରିନଥିଲେ। ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍‌ ସିରିଜ୍‌ରେ ଟିମ୍‌ ଇଣ୍ଡିଆକୁ ୧-୨ ମିଳିଥିବା ବେଳେ ଦିନିକିଆ ସିରିଜ୍‌ରେ ୦-୩ରେ ପରାଜୟ ହୋଇଥିଲା। ଏସବୁ ଭିତରେ ୱେଷ୍ଟଇଣ୍ଡିଜ ସିରିଜ୍‌ (India vs West Indies) ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିଛି। ଟିମ୍‌ ଇଣ୍ଡିଆର ଜଣେ ଷ୍ଟାର୍‌ ବୋଲର୍‌ ୱେଷ୍ଟଇଣ୍ଡିଜ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି। 

Advertisment

Cricbuzz ରିପୋର୍ଟ ଅନୁସାରେ, ଅଫ୍‌ ସ୍ପିନର୍‌ ଆର୍‌ ଅଶ୍ୱିନ (R Ashwin) ଆହତ ଯୋଗୁ ପାଖାପାଖି ୩ ସପ୍ତାହ ମ୍ୟାଚ୍‌ରୁ ବାହାର ହୋଇଯାଇଛନ୍ତି। ୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ତାଙ୍କୁ ଦିନିକିଆ ମ୍ୟାଚ୍‌ ଖେଳିବା ପାଇଁ ସୁଯୋଗ ମିଳିଥିଲା। ହେଲେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। ସେହିପରି ୪ ବର୍ଷ ପରେ ଟି-୨୦ ୱର୍ଲଡ୍‌ କପ୍‌(T20 World Cup 2021) ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ତେବେ ଟି-୨୦ ମ୍ୟାଚ୍‌ରେ ସେ ଭଲ ପ୍ରଦର୍ଶନ କରିଥିଲେ। ତେବେ ୱେଷ୍ଟଇଣ୍ଡିଜ ସିରିଜ୍‌ରେ ଅଶ୍ୱିନଙ୍କ ସ୍ଥାନରେ ସ୍ପିନର କୁଳଦୀପ ଯାଦବ(Kuldeep Yadav)ଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। 

ଅନ୍ୟପକ୍ଷେ, ରୋହିତ ଶର୍ମା ପୁଣି ଟିମ୍‌କୁ ଫେରିଲେ ଦିନିକିଆ ସିରିଜ୍‌ରେ ଟିମ୍‌ ଇଣ୍ଡିଆକୁ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ତାଙ୍କର ଅନୁପସ୍ଥିତିରେ କେଏଲ୍‌ ରାହୁଲ (KL Rahul) ଓ ଶିଖର ଧୱନ ଓପନିଂ କରିଥିଲେ। ହେଲେ ରାହୁଲଙ୍କ ପ୍ରଦର୍ଶନ ଏତେ ଖାସ୍‌ ନଥିଲା। ସେହିପରି ଧୱନ ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ କରିଥିଲେ। 

Advertisment

ଦିନିକିଆ ସିରିଜ୍‌ ସିଡ୍ୟୁଲ....
ଫେବୃଆରୀ ୬: ପ୍ରଥମ ଦିନିକିଆ, ଅହମଦାବାଦ
ଫେବୃଆରୀ ୯: ଦ୍ୱିତୀୟ ଦିନିକିଆ, ଅହମଦାବାଦ
ଫେବୃଆରୀ ୧୧: ତୃତୀୟ ଦିନିକିଆ, ଅହମଦାବାଦ

ଟି-୨୦ ସିରିଜ୍‌ ସିଡ୍ୟୁଲ୍‌....
ଫେବୃଆରୀ ୧୬: ପ୍ରଥମ ଟି-୨୦, କୋଲକାତା
ଫେବୃଆରୀ ୧୮: ଦ୍ୱିତୀୟ ଟି-୨୦, କୋଲକାତା
ଫେବୃଆରୀ ୨୦: ତୃତୀୟ ଟି-୨୦, କୋଲକାତା

Advertisment

ସୂଚନାଥାଉ କି, ଚଳିତଥର ଟି-୨୦ ୱର୍ଲଡ୍‌ କପ୍‌ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବାବେଳେ ଦିନିକିଆ ୱର୍ଲଡ୍‌ କପ୍‌ ଆସନ୍ତା ବର୍ଷ ଭାରତରେ ଖେଳା ଯିବ। ସବୁ ମ୍ୟାଚ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। 

Team India India Vs West Indies West Indies Series
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ