Advertisment

Cricket World Cup 2023: କିପରି ଥିଲା ୧୯୭୫ର ବିଶ୍ୱକପ୍ କ୍ରିକେଟ୍; ଗାଭାସ୍କର କାହିଁକି ଖେଳିଥିଲେ ଧିମା ଇନିଂସ୍

ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ ଏହାର ଇସିହାସ ଜାଣିନେବା।

Cricket World Cup 2023 how was the 1975 Cricket World Cup

Cricket World Cup 2023 how was the 1975 Cricket World Cup

Advertisment

୫ ଅକ୍ଟୋବରରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ ଏସିଆ କପ୍ ଟାଇଟଲ୍ ଜିତି ଏକ ଆଲୋଡ଼ନ ସୃଷ୍ଟି କରିଛି। ବିଶ୍ୱକପ୍‌ରେ ଭାରତର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ସହିତ ୮ ଅକ୍ଟୋବରରେ ହେବାକୁ ଯାଉଛି। ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ ଇସିହାସ ଜାଣିନେବା।

Advertisment

୧୯୭୫ ମସିହାରେ ଇଂଲଣ୍ଡରେ ପ୍ରଥମ ବିଶ୍ୱକପ୍ କ୍ରିକେଟ୍ ଖେଳାଯାଇଥିଲା। ଜୁନ୍ ୭ ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଆଠଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହି ଆଠଟି ଟିମ୍‌କୁ ଚାରୋଟି କରି ଦୁଇଟି ଗ୍ରୁପ୍‌ରେ ରଖାଯାଇଥିଲା। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଟିମ୍‌କୁ ସେମିଫାଇନାଲରେ ସିଧାସଳଖ ପ୍ରବେଶ କରାଯାଇଥିଲା।

ସେତେବେଳେ ୬୦ ଓଭରର ଏକ ମ୍ୟାଚ୍ ହୋଇଥିଲା। ସେହି ସମୟରେ ଖେଳାଳିମାନେ ପାରମ୍ପରିକ କ୍ରିକେଟ୍ ପୋଷାକ ବା ଧଳା ପୋଷାକ ପିନ୍ଧୁଥିଲେ। ୧୨୦ ଓଭରର ଏହି ମ୍ୟାଚ୍ କେବଳ ଦିନରେ ହିଁ ହେଉଥିଲା। ତେଣୁ ମ୍ୟାଚ୍‌ଗୁଡିକ ଶୀଘ୍ର ଆରମ୍ଭ ହେଉଥିଲା।

Advertisment

ପ୍ରଥମ ଗ୍ରୁପ୍‌ରେ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଭାରତ ଏବଂ ପୂର୍ବ ଆଫ୍ରିକାର ଟିମ୍ ଥିବାବେଳେ ଦ୍ୱିତୀୟ ଗ୍ରୁପ୍‌ରେ ୱେଷ୍ଟ୍‌ଇଣ୍ଡିଜ୍, ଅଷ୍ଟ୍ରେଲିଆ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ଥିଲା। ଏହି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତର ମହାନ ଖେଳାଳି ସୁନୀଲ ଗାଭାସ୍କର ସମଗ୍ର ୬୦ ଓଭର ବ୍ୟାଟିଂ କରି ମାତ୍ର ୩୬ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ମାତ୍ର ଚାରିଟି ଛକା ମାରିଥିଲେ। ଏହି ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ହୋଇଥିଲା। ଲର୍ଡସ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୬୦ ଓଭରରେ ଚାରି ୱିକେଟ୍ ପାଇଁ ୩୩୪ ରନ୍ ସଂଗ୍ରହ କରିଥିଲା। ଡେନିସ୍ ଆମିସ୍ ୧୩୭ ରନ୍ ଇନିଂସ ଖେଳିଥିଲେ।

ଏହାର ଜବାବରେ କିନ୍ତୁ ଭାରତ ୬୦ ଓଭରରେ ତିନୋଟି ୱିକେଟ୍ ପାଇଁ ୧୩୨ ରନ୍ ସଂଗ୍ରହ କରିଥିଲା। ଗାଭାସ୍କର ୧୭୪ ବଲ୍‌ର ସମ୍ମୁଖୀନ ହୋଇଥିଲେ ଏବଂ ଗୋଟିଏ ଚୋକାର ସହାୟତାରେ ମାତ୍ର ୩୬ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ସେହି ମ୍ୟାଚ୍‌ରେ କେବଳ ୫୯ ବଲ୍‌ ସମ୍ମୁଖୀନ ହୋଇ ଗୁଣ୍ଡାପ୍ପା ବିଶ୍ୱନାଥ ସର୍ବାଧିକ ୩୭ ରନ୍‌ ସ୍କୋର କରିଥିଲେ। କୁହାଯାଏ ଯେ ଗାଭାସ୍କର ODI କ୍ରିକେଟକୁ ବିରୋଧ କରିବା ପାଇଁ ଏଭଳି ଖେଳିଥିଲେ। ଏହି ବିଶ୍ୱକପ୍‌ରେ ଶ୍ରୀନିବାସ ଭେଙ୍କଟାରାଘବନ୍ ଭାରତର ଅଧିନାୟକ ଥିଲେ।

Advertisment

ତେବେ ପୂର୍ବ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଭାରତ ୧୦ ୱିକେଟରେ ବିଜୟ ହୋଇଥିଲା। ଏହି ମ୍ୟାଚ୍‌ରେ ସୁନୀଲ ଗାଭାସ୍କର ୮୬ ବଲ୍‌ରେ ୬୫ ରନ୍‌ର ଅପରାଜିତ ଇନିଂସ ଖେଳି ଇନିଂସ୍‌ରେ ନଅଟି ଚୌକା ମାରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ କେବଳ ଗୋଟିଏ ମ୍ୟାଚ୍ ଜିତିଥିଲା, ତାହା ପୁଣି ପୂର୍ବ ଆଫ୍ରିକା ବିପକ୍ଷରେ।

ପ୍ରଥମ ଗ୍ରୁପ୍‌ରୁ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଟିମ୍ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଦ୍ୱିତୀୟ ଗ୍ରୁପ୍‌ରୁ ୱେଷ୍ଟ୍‌ଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ସୁଯୋଗ ପାଇଥିଲେ। ପ୍ରଥମ ସେମିଫାଇନାଲ୍‌ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ଚାରିଟି ୱିକେଟ୍‌ରେ ଜିତିଥିଲା। ଏହି କମ୍ ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ଖେଳି ଇଂଲଣ୍ଡ ଟିମ୍ ମାତ୍ର ୯୩ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଲକ୍ଷ୍ୟ ହାସଲ କରିବା ପାଇଁ ୬ ଟି ୱିକେଟ୍ ହରାଇଥିଲା।

ଦ୍ୱିତୀୟ ସେମିଫାଇନାଲ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ଟିମ୍ ନ୍ୟୁଜିଲାଣ୍ଡକୁ ଭେଟିଥିଲା। ସେତେବେଳେ ୱେଷ୍ଟ୍‌ଇଣ୍ଡିଜ୍ ବିଶ୍ୱକପ୍‌ ପାଇଁ ସବୁଠାରୁ ବଡ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲା ଏବଂ ସେ ଏହା ମଧ୍ୟ କରି ଦେଖାଇଥିଲା। ୱେଷ୍ଟ୍‌ଇଣ୍ଡିଜ୍ ପାଞ୍ଚଟି ୱିକେଟ୍‌ରେ ବିଜୟ ହାସଲ କରିଥିଲା। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଖେଳିଥିବା ବେଳେ ୧୫୮ ରନ୍ ସ୍କୋର କରିଥିଲା। ଏଥିରେ କାଲିଚରଣ ୭୨ ରନ୍ ଏବଂ ଗ୍ରୀନିଜ୍ ୫୫ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ।

ଫାଇନାଲ୍‌ରେ ଲର୍ଡସ୍‌ର ଐତିହାସିକ ଗ୍ରାଉଣ୍ଡ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହୋଇଥିଲା। ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା ଏବଂ ଏହି ଐତିହାସିକ ମ୍ୟାଚ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ପ୍ରଥମ ବିଶ୍ୱକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଅଧିନାୟକ କ୍ଲାଇଭ୍ ଲାୟଡଙ୍କ ନେତୃତ୍ୱରେ ଟିମ୍ ଭଲ ପ୍ରଦର୍ଶନ କରି ୧୭ ରନରେ ଜିତିଥିଲା।

ୱେଷ୍ଟଇଣ୍ଡିଜ୍ କ୍ଲାଇଭ୍ ଲାୟଡଙ୍କ ଶତକ(୧୦୨) ଏବଂ ରୋହନ କହ୍ନାଇଇ ୫୫ ରନ ସହାୟତାରେ ୬୦ ଓଭରରେ ଆଠ ୱିକେଟ୍‌ରେ ୨୯୧ ରନ୍ ସଂଗ୍ରହ କରିଥିଲା। ତେବେ ଅଷ୍ଟ୍ରେଲିଆ ମଧ୍ୟ ଏହାକୁ ଚ୍ୟାଲେଞ୍ଜ ଦେଇଥିଲା। ମାତ୍ର ୫୮.୪ ଓଭରରେ ୨୭୪ ରନ୍ ସ୍କୋର କରିବା ପରେ ଟିମ୍ ଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍ ରନ୍ଆଉଟ୍ ହୋଇଥିଲେ।

Cricket Sunil Gavaskar Cricket World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ