Commonwealth Games 2022: Third gold for India
ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ଭାରତକୁ ପଦକ ବର୍ଷା। ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶେଉଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ଅଚିନ୍ତା ସ୍ନାଚ୍ରେ ୧୪୩ କେଜି ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି।
ସେ କ୍ଲିନ୍ ଏଣ୍ଡ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ। ଦ୍ୱିତୀୟ ପ୍ରୟାସରେ ଫେଲ୍ ମାରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ୧୭୦ କେଜି ଉଠାଇବା ସହ ମୋଟ ୩୧୩ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରୌପ୍ୟ ପଦକ ପାଇଥିବା ପ୍ରତିଯୋଗୀଙ୍କ ଠାରୁ ୧୦ କେଜି ଅଧିକ ଓଜନ ଉଠାଇଛନ୍ତି ଅଚିନ୍ତା। ମାଲେସିଆର ଏରି ହିଦାୟତ ରୌପ୍ୟ ପଦକ ହାସଲ କରିଥିଲେ। ଏହି ପଦକ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୬ଟି ପଦକ ମିଳିଛି। ଏହି ସମସ୍ତ ମେଡାଲ ଭାରୋତ୍ତୋଳନରେ ହିଁ ମିଳିଛି।
ଅଚିନ୍ତା ଶେଉଳିଙ୍କ ପୂର୍ବରୁ ମୀରାବାଇ ଚାନୁ ଏବଂ ଜେରେମି ଲାଲରିନୁଂଗା ଭାରୋତ୍ତୋଳନରେ ଦେଶ ପାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସଙ୍କେତ ମହାଦେବ ସରଗର ଏବଂ ବିନ୍ଦିଆଦେବୀ ରାଣୀ ରୌପ୍ୟ ପଦକ ଜିତିଛନ୍ତି। ଗୁରୁରାଜ ପୂଜାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଭାରତକୁ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ରାଜ୍ୟଗୋଷ୍ଠୀ କ୍ରରୀଡାରେ ଭାରୋତ୍ତୋଳନରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦେଶ ମଧ୍ୟରେ ଭାରତ ରହିଛି।
୨୦୨୧ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍ରେ ଅଚିନ୍ତା ଗୋଲ୍ଡ ମେଡାଲ ଜିତିଥିଲେ। ସେହି ବର୍ଷ ଜୁନିୟର ଓ୍ୱାର୍ଲଡ ଚାମ୍ପିଅନସିପ୍ରେ ସେ ରୌପ୍ୟ ପଦକ ହାସଲ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659325753.jpg)