Commonwealth Games 2022: Sprinter Dutee Chand To Run On Track Today
ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଆଜି ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଟ୍ରାକରେ ଦୌଡ଼ିବେ। ସନ୍ଧ୍ୟା ୫ଟା ୧୭ରେ ଦୂତି ଚାନ୍ଦ ୧୦୦ମିଟର ହିଟସ୍ରେ ଭାଗ ନେବେ। ପୂର୍ବରୁ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ୧୦୦ମିଟର ଦୌଡ଼ରେ ଅଂଶ ଗ୍ରହଣ କରିଥିଲେ। ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ଚାନ୍ଦ ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଅନେକ ସମ୍ଭାବନା ରହିଛି।
ଜାଣନ୍ତୁ, ଆଜି କେଉଁ କେଉଁ ଇଭେଣ୍ଟ ହେବ ଓ କ’ଣ ରହିଛି କାର୍ଯ୍ୟସୂଚୀ...
- ମହିଳା ବିଭାଗର ୭୬ କେଜି ଭାରୋତ୍ତୋଳନ ବିଭାଗରେ ପୁନମ୍ ଯାଦବ ଅପରାହ୍ନ ୨ଟାରେ ପ୍ରତିଦ୍ୱନ୍ଦିତା କରିବେ
- ଅପରାହ୍ନ ୪ଟା ୧୫ରେ ଲନ୍ ବାଉଲ ଇଭେଣ୍ଟରେ ଭାରତୀୟ ଟିମ୍ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢେଇ ହେବ
- ସନ୍ଧ୍ୟା ୬ଟାରେ ଟେବୁଲ ଟେନିସ ପୁରୁଷ ଟିମ୍ ଇଭେଣ୍ଟର ଫାଇନାଲ ହେବ
- ସନ୍ଧ୍ୟା ୬ଟା ୩୦ରେ ବିକାଶ ଠାକୁର ୯୬ କେଜି ବିଭାଗରେ ଭାରୋତ୍ତୋଳନରେ ଭାଗ ନେବେ
- ରାତି ୧୦ଟାରେ ମାଲେସିଆ ସହ ବ୍ୟାଡମିଣ୍ଟନ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଟକ୍କର ହେବ
- ରାତି ୧୧ଟାରେ ମହିଳା ୮୭ କେଜି ଭାରୋତ୍ତୋଳନ ବିଭାଗରେ ଉଷା ବାନୁର ଭାଗ ନେବେ
- ରାତି ୧୧ଟା ୪୩ରେ ଶ୍ରହରି ନଟରାଜ ପୁରୁଷ ୨୦୦ମିଟର ବ୍ୟାକ୍ଷ୍ଟ୍ରୋକରେ ଭାଗ ନେବେ
- ଆସନ୍ତାକାଲି ସୀମା ପୁନିଆ ଓ ମନଜୀତ କୌର ମହିଳା ଡିସ୍କସ୍ ଫାଇନାଲରେ ଅଂଶ ଗ୍ରହଣ କରିବେ
ଅନ୍ୟପକ୍ଷେ, ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ଚତୁର୍ଥ ଦିନରେ ଭାରତକୁ ଆଉ ୩ ମେଡାଲ ମିଳିଛି। ଜୁଡୋରେ ଲଗାତର ୨ଟି ମେଡାଲ ମିଳିଥିବାବେଳେ ଭାରୋତ୍ତଳନରେ ଆଉ ଗୋଟିଏ ପଦକ ମିଳିଛି। ଜୁଡୋର ୪୮ କେଜି ବର୍ଗରେ ସୁଶିଲା ଦେବୀ ରୌପ୍ୟ ଜିତିଥିବାବେଳେ ୬୦ କେଜି ବର୍ଗରେ ଜିତିଛନ୍ତି ବିଜୟ କୁମାର ଯାଦବ। ସେହିପରି ଭାରୋତ୍ତୋଳନ ୭୧ କେଜି ବର୍ଗରେ ହରଜିନ୍ଦର କୌର ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ଏହି ୩ ମେଡାଲ ସହ ଭାରତର ପଦକ ସଂଖ୍ୟା ୯ରେ ପହଞ୍ଚିଛି। ହରଜିନ୍ଦର କୌର ଭାରୋତ୍ତୋଳନର ସ୍ନାଚ୍ରେ ୯୩ କେଜି ଉଠାଇବା ସହ କ୍ଲିନ୍ ଏଣ୍ଡ୍ ଜର୍କରେ ୧୧୯ କେଜି ଉଠାଇବା ସହ ତୃତୀୟ ସ୍ଥାନରେ ରହିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍ ୪-୪ରେ ଡ୍ର ହୋଇଛି। ଫଳରେ ୩-୦ରେ ଅଗ୍ରଣୀ ସତ୍ତ୍ୱେ ଭାରତୀୟ ହକି ଦଳ ମ୍ୟାଚ୍ ଡ୍ର କରି ନିରାଶ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1659423971.jpg)