ଆଜି ସରୁଛି ଟୋକିଓ ଅଲିମ୍ପିକ୍ସ : ମହିଳା ବାସ୍କେଟବଲ ଓ ଇନଡୋର ଭଲିରେ ଶେଷ ହେବ କ୍ରୀଡ଼ା ମହାକୁମ୍ଭ

କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ

Tokyo Olympics

News Summary

ଆଜି ଉଦଯାପନୀ ଉତ୍ସବ

କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ଦେଖିବାକୁ ମିଳିବ ରୋମାଂଚ

ମହିଳା ବାସ୍କେଟବଲ୍, ଇନଡୋର ଭଲିବଲ୍ ବର୍ଗରେ ସରିବ ଇଭେଣ୍ଟ

ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲିଂ ସହ ମାରାଥନ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ । କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ । ଅଲିମ୍ପିକ୍ସ ଇତିହାସରେ ସବୁଠାରୁ ସ୍ମରଣୀୟ ହୋଇ ରହିବ ଟୋକିଓ ଅଲିମ୍ପିକ୍ସ । କରୋନା ମହାମାରୀ ପାଇଁ ୨୦୨୦ରେ ଆୟୋଜନ ବଦଳରେ ୨୦୨୧ରେ ଏହି ଅଲିମ୍ପିକ୍ସ ଆୟୋଜନ ହୋଇଛି ।

ପ୍ରଥମଥର ଲାଗି ବିନା ଦର୍ଶକରେ କ୍ରୀଡାର ଏତେବଡ଼ ମହାକୁମ୍ଭର ଆୟୋଜନ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ବିଶେଷତ୍ୱ ହେଉଛି ଏଥର ୪ଟି କ୍ରୀଡାକୁ ସାମିଲ କରାଯାଇଛି । ବାସ୍କେଟବଲ, ସଫ୍ଟବଲ ସହ ଲିଙ୍ଗଗତ ପ୍ରଭେଦ ରୋକିବାକୁ ଦୁଇଟି କ୍ରୀଡ଼ାରେ ମିଳିତ ବର୍ଗର ଇଭେଣ୍ଟ ଆରମ୍ଭ କରାଯାଇଛି । ସମସ୍ତ କ୍ରୀଡ଼ା ଇଭେଣ୍ଟ ସରିବା ପରେ ସଂଧ୍ୟାରେ ଉଦଯାପନୀ ଉତ୍ସବ ହେବ ଟୋକିଓ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି ଲାଗି ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି ।

ସେପଟେ ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହୋଇଛନ୍ତି । ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ମିଟର ଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ । ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ସବା ଆଗରେ ରହିଥିଲେ । ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ।