1.04 carat diamond studded bat
ଭାରତକୁ କ୍ରିକେଟର ଦେଶ କୁହାଯାଏ । କ୍ରିକେଟ ଏଠି କେବଳ ଗୋଟେ ଖେଳ ନୁହେଁ, ଏହା ଗୋଟେ ଧର୍ମ । କ୍ରିକେଟରମାନେ ଏଠାରେ ଭଗବାନ ସଦୃଶ । ଆଉ ନିଜ ଭଗବାନଙ୍କ ଦୃଷ୍ଟିରେ ଆସିବା ପାଇଁ ଫ୍ୟାନ୍ସମାନେ ଅନେକ ସମୟରେ ଅନେକ ଅଦ୍ଭୁତ କାରନାମା କରନ୍ତି । କିଏ ନିଜ ଦେହରେ ଟାଟୁ କରେ ତ, କିଏ ନିଜ ପସନ୍ଦର ଖେଳାଳିଙ୍କ ପରି କେଶସଜ୍ଜା କରେ । ପୁଣି କେତେ ଜଣ କ୍ରିକେଟରଙ୍କୁ ଦାମିକିଆ ଉପହାର ଦେବାକୁ ମଧ୍ୟ ପଛାନ୍ତି ନାହିଁ ।
ନିକଟରେ ଭାରତୀୟ କ୍ରିକେଟର ସୁପର ଷ୍ଟାର୍ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ପନ୍ଦର ବର୍ଷ ପୂରଣ କରିଛନ୍ତି । ଏହାକୁ ମନେ ରଖିବା ପାଇଁ ବିରାଟଙ୍କର ଜଣେ ପ୍ରଶଂସକ ତାଙ୍କୁ ଉପହାର ଦେବା ପାଇଁ ହୀରାର ଏକ ବ୍ୟାଟ ତିଆରି କରିଛନ୍ତି । ରେକର୍ଡପୂର୍ଣ୍ଣ ନିଜର ଅନ୍ତର୍ଜାତୀୟ କ୍ୟାରିୟରକୁ ମନେ ରଖିବା ପାଇଁ ଏପରି ବିଶେଷ ଉପହାରଟି ତିଆରି କରିଛନ୍ତି ଗୁଜୁରାଟର ହୀରା ବ୍ୟବସାୟୀ ଉତ୍ପଲ ମିସ୍ତ୍ରୀ ।
୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ଥିଲା । ଅଗ୍ରଣୀ ହୀରା ଟେକ୍ନୋଲୋଜି ବିଶେଷଜ୍ଞ ଉତ୍ପଲ ମିସ୍ତ୍ରୀ କହିଛନ୍ତି ଯେ, କୋହଲିଙ୍କ ପାଇଁ ସେ ଲ୍ୟାବ ତିଆରି ହୀରା ଚାହୁଁ ନଥିଲେ । ଏଣୁ ସେ ପ୍ରାକୃତିକ ହୀରା ମଗାଇଥିଲେ ।
ନିଜେ ବ୍ୟବସାୟୀ ଉତ୍ପଳ ମିସ୍ତ୍ରୀ ହୀରା ପ୍ରଯୁକ୍ତିର ଅନ୍ୟତମ ବିଶେଷଜ୍ଞ । ସେ ଲେକ୍ସସ୍ ସଫ୍ଟମାକ୍ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି । ତାଙ୍କ ଭାଇ ଜାନକ ମିଷ୍ଟ୍ରି ଏବଂ କମଲ ମିଷ୍ଟ୍ରି ସେହି କମ୍ପାନୀର ସିଇଓ । ମାତ୍ର ୨୨ ବର୍ଷ ବୟସରେ ସେ ହୀରା ବ୍ୟବସାୟରେ ଯୋଗ ଦେଇଥିଲେ । ସେ ସର୍ଦ୍ଦାର ବଲଭଭାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (SVNIT) ରୁ ଇଞ୍ଜିନିୟରିଂ ପାସ କରିବା ସହ ଏବଂ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702540591.jpg)