Advertisment

ମ୍ୟାଚ୍‌ ପୂର୍ବରୁ ବଡ଼ ଝଟକା; ଫିଲ୍ଡକୁ ଓହ୍ଲାଇ ନପାରନ୍ତି CSK ର ଏହି ଷ୍ଟାର ଅଲରାଉଣ୍ତର

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।

Chennai Super Kings

Chennai Super Kings

Advertisment

ଆଜି ସଂଧ୍ୟା ୱାଙ୍ଖଡ଼େ ଷ୍ଟାଡିୟମରେ ସାମ୍ନାସାମ୍ନି ମୁମ୍ବାଇ ଇଣ୍ତିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ୫ଥର ଆଇପିଏଲ ଟ୍ରଫି ହାତେଇଥିବା ଦଳ ମୁମ୍ବାଇକୁ ଭେଟିବ ଚେନ୍ନାଇ । ଯେବେ ଦୁଇ ଟିମ୍‌ ଫିଲ୍ଡରେ ଓହ୍ଲାଇଥାନ୍ତି, ମ୍ୟାଚ୍‌ଟି ବେଶ୍‌ ରୋମାଞ୍ଚକ ହୋଇଥାଏ । ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ତିଆନ୍ସ ପ୍ରଥମ ମ୍ୟାଚ୍‌ ହାରିଯାଇଥିବା ବେଳେ ଚେନ୍ନାଇ ୨ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଆଜି ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ଚେନ୍ନାଇକୁ ବଡ଼ ଝଟକା ଲାଗିଛି । ଟିମ୍‌ର ଷ୍ଟାର ଅଲରାଉଣ୍ତର ବେନ୍‌ ଷ୍ଟୋକ୍ସ ଅଭ୍ୟାସ ବେଳେ ଆହତ ହୋଇଛନ୍ତି ।

Advertisment

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର । ଦଳ ଷ୍ଟାର ଅଲରାଉଣ୍ଡର ତଥା ଅଭିଜ୍ଞ ଖେଳାଳି ବେନ ଷ୍ଟୋକ୍ସ ଆହତ ହୋଇଛନ୍ତି। ଏଥିପାଇଁ ସେ ପ୍ରାୟ ୧୦ ଦିନ କ୍ରିକେଟ ଫିଲ୍ଡକୁ ଓହ୍ଲାଇବେ ନାହିଁ ବୋଲି ଜଣାପଡ଼ିଛି ।

ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଠାରୁ ୧୨ ରନରେ ଜିତିଥିଲା। ଆଜି ଦଳ ଚଳିତ ଆଇପିଏଲରେ ନିଜର ତୃତୀୟ ମ୍ୟାଚ୍‌ ଖେଳିବାକୁ ୱାଙ୍ଖେଡେ ଷ୍ଟାଡିୟମକୁ ଓହ୍ଲାଇବ। ସାମ୍ନାରେ ରହିବ ଚୀରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ ଏହା ପୂର୍ବରୁ ଷ୍ଟୋକ୍ସ ଆହତ ହେବା ଦଳକୁ ଅଡ଼ୁଆରେ ପକାଇଛି।

Advertisment

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପାଇଁ ଷ୍ଟୋକ୍ସ ୱାଙ୍ଖେଡେରେ ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ତାଙ୍କ ଗୋଇଠିରେ ଯନ୍ତ୍ରଣା ଅନଭୁବ କରିଥିଲେ । ଏଥିପାଇଁ ସେ ୧୦ ଦିନ ଯାଏ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଷ୍ଟୋକ୍ସଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଠିକ୍‌ ମ୍ୟାଚ୍‌ ପୂର୍ବରୁ ନିଆଯିବ ବୋଲି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ଷ୍ଟୋକ୍ସ ପ୍ରଥମଥର ପାଇଁ ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ପାଇଁ ଖେଳୁଛନ୍ତି। ତାଙ୍କୁ ଦଳ ୧୬.୨୫ କୋଟି ଟଙ୍କାରେ କିଣିଛି। ସେ ଚେନ୍ନାଇ ପାଇଁ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳିର ମାନ୍ୟତା ପାଇଛନ୍ତି। ତେବେ ଏଯାଏ ତାଙ୍କ ଠାରୁ ଆଶା ଅନୁଯାୟୀ ଖେଳ ଫ୍ୟାନ୍ସ ଦେଖିବାକୁ ପାଇନାହାନ୍ତି।

Advertisment
Cricket Chennai Super Kings Mahendra Singh Dhoni IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ