Advertisment

ବିଶ୍ୱକପ୍‌ରେ ପରାଜୟର ପ୍ରଭାବ; ଚୟନ କମିଟିକୁ ବହିଷ୍କାର କଲା BCCI

ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ଭାବେ ବିଦାୟ ନେବାର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ପରାଜୟ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ।

Selection Committee

Selection Committee

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ପରାଜୟର ପ୍ରଭାବ ଏବେ ଦେଖିବାକୁ ମିଳିଲାଣି । ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିସିସିଆଇ ୫ ଜଣିଆ ଚୟନକର୍ତ୍ତା ସମିତିକୁ ବରଖାସ୍ତ କରିଛି । ଏଥିରେ ଚୟନକର୍ତ୍ତା ସମିତିର ଅଧ୍ୟକ୍ଷ ଚେତନ ଶର୍ମାଙ୍କ ନାଁ ରହିଛି । ସେହିପରି ଅନ୍ୟ ସଦସ୍ୟମାନେ ହେଲେ ପୂର୍ବତନ କ୍ରିକେଟର ସୁନୀଲ ଯୋଷୀ, ଦେବାଶିଷ ମହାନ୍ତି, ହରବିନ୍ଦର ସିଂ ।

Advertisment

ଟିମ୍‌ର ଖରାପ ପ୍ରଦର୍ଶନ ପ୍ରଭାବ ଚୟନକର୍ତ୍ତା ସମିତି ଉପରେ ପଡ଼ିବା ଭାରତୀୟ କ୍ରିକେଟ ଇତିହାସରେ ଏହା ପ୍ରଥମ ବୋଲି କୁହାଯାଉଛି । ଏହି ସଦସ୍ୟଙ୍କୁ ବରଖାସ୍ତ କରି ନୂଆ ଚୟନକର୍ତ୍ତା ବାଛିବା ପାଇଁ ବିସିସିଆଇ ପକ୍ଷରୁ ଉଦ୍ୟମ ବି ଆରମ୍ଭ ହୋଇଛି । ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନର ଆଭାସ ମିଳିଥିଲା । ପୂର୍ବ ସାଧାରଣ ବୈଠକ ଗୁଡ଼ିକରେ ବିସିସିଆଇ ଏହି ଟିମ୍ ଉପରେ ସନ୍ତୁଷ୍ଟ ଥିବାଭଳି ମନେ ହେଉନଥିଲା ।

Advertisment

ସାଧାରଣତଃ ଜାତୀୟ ଚୟନ କମିଟିର କାର୍ଯ୍ୟକାଳ ୪ ବର୍ଷ ରହିଥାଏ। ପରିବର୍ତ୍ତୀ ଅବସ୍ଥାରେ ଏହାକୁ ବୃଦ୍ଧି କରିବାର ପ୍ରାବଧାନ ରହିଛି। ହେଲେ କାର୍ଯ୍ୟକାଳ ପୂରିବା ଆଗରୁ ଚେତନ ଶର୍ମା ଆଣ୍ଡ କୋଙ୍କୁ ବିସିସିଆଇ ବାହାରର ରାସ୍ତା ଦେଖାଇ ଦେଇଉଛି।

ଚୟନ କମିଟି ଭାଙ୍ଗିବା ସହ ବିସିସିଆଇ ନୂଆ ସଦସ୍ୟଙ୍କୁ ଚୟନ କରିବାକୁ ଦରଖାସ୍ତ ଆହ୍ୱାନ କରିଛି। ଜାତୀୟ ଚୟନ କମିଟିର ସଦସ୍ୟ ହେବାକୁ ଚାହୁଁଥିବା ଆଶାୟୀମାନେ ଆସନ୍ତା ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ ବୋଲି ବିସିସିଆଇ କହିଛି। ଚୟନ କମିଟିର ୫ ସ୍ଥାନ ପାଇଁ ଆବେଦନ କରିବାକୁ କୁହାଯାଇଛି। କାରଣ ଚେତନ ଶର୍ମାଙ୍କ ଚୟନ କମିଟିରେ ପଶ୍ଚିମ ଜୋନରୁ କୌଣସି ସଦସ୍ୟ ନଥିଲେ। ଏବେ କିନ୍ତୁ ଉକ୍ତ ଜୋନ ପାଇଁ ମଧ୍ୟ ଆଶାୟୀମାନେ ଆବେଦନ କରିପାରିବେ।

Advertisment
BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ