Advertisment

BCCI ର ଗ୍ରୀନ୍‌ ସିଗନାଲ୍‌; ପାକିସ୍ତାନ୍‌ରେ ଖେଳିବ ଟିମ୍‌ ଇଣ୍ତିଆ!

ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।

ଅଦ୍ୟତନ ହୋଇଛି
Asia Cup 2023

IND vs PAK

Advertisment

ଏସିଆ କପ୍‌ ୨୦୨୩ ପାକିସ୍ତାନ୍‌ରେ ଆୟୋଜିତ ହେଉଛି । ଦୀର୍ଘ ବର୍ଷ ପରେ ପାକିସ୍ତାନ୍‌ ଗସ୍ତରେ ଖେଳିବାକୁ ଯିବ ଟିମ୍‌ ଇଣ୍ତିଆ । ଏନେଇ BCCI ପକ୍ଷରୁ ଗ୍ରୀନ୍‌ ସିଗନାଲ ମିଳିଛି । ପୂର୍ବରୁ ଟିମ୍‌ ଇଣ୍ତିଆର ପାକିସ୍ତାନ ଗସ୍ତ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ବିସିସିଆଇ ପକ୍ଷରୁ ଅନୁମତି ମିଳିସାରିଛି ।

Advertisment

ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବାରୁ ଟିମ ଇଣ୍ଡିଆ ପାକିସ୍ତାନକୁ ଯିବ କି ନାହିଁ, ତା’ର ଚୂଡ଼ାନ୍ତି ନିଷ୍ପତ୍ତି ଭାରତ ସରକାର ନେବେ। ଭାରତ ସରକାର ଅନୁମତି ଦେବା ପରେ ହିଁ ବିସିସିଆଇ ଏସିଆ କପ ପାଇଁ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ପଠାଇବ। ପୂର୍ବରୁ ବହୁବାର ପାକିସ୍ତାନ୍‌ରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାର ଯୋଜନା ଥିଲେ ମଧ୍ୟ BCCI ଅରାଜି କାରଣରୁ ଟୁର୍ଣ୍ଣାମେଣ୍ଟ ବାତିଲ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୧୮ରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସବୁ ରାଜ୍ୟର କ୍ରିକେଟ ଆସୋସିଏନକୁ ଚିଠି ଲେଖାଯାଇଛି । ଏହି ବୈଠକରେ ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ କର୍ତ୍ତୃପକ୍ଷ ରାଜ୍ୟ ଆସୋସିଏସନ ଗୁଡ଼ିକ ସହ ମଧ୍ୟ ଆଲୋଚନା କରିବ। ସମସ୍ତଙ୍କ ମତାମତ ପରେ ବିସିସିଆଇ ଭାରତ ସରକାରଙ୍କ ପାଖକୁ ଅନୁମତି ପାଇଁ ପ୍ରସ୍ତାବ ପଠାଇବ ।

Advertisment

୨୦୨୩ରେ ପାକିସ୍ତାନ ୫୦ ଓଭର ବିଶିଷ୍ଟ ଏସିଆ କପର ଆୟୋଜନ କରିବ। ଏହାପରେ ଭାରତରେ ଦିନିକିଆ ବିଶ୍ୱକପ ହେବ। ତେଣୁ ଏଥିରେ ଭାଗ ନେବାକୁ ପାକିସ୍ତାନ ମଧ୍ୟ ଭାରତ ଗସ୍ତରେ ଆସିବ। ଭାରତ ଓ ପାକିସ୍ତାନ ୨୦୧୨-୧୩ ପରଠାରୁ ଆଉ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳି ନାହାନ୍ତି । ୨୦୧୨-୧୩ରେ ପାକିସ୍ତାନ ଶେଷଥର ପାଇଁ ଭାରତ ଗସ୍ତରେ ଆସି ୩ଟି ଟି-୨୦ ଓ ୩ଟି ଦିନିକିଆ ସିରିଜ ଖେଳିଥିଲା । ସେବେଠାରୁ ଉଭୟ ଦଳ କେବଳ ଏସିଆ କପ ଓ ବିଶ୍ୱସ୍ତରୀୟ ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି ।

ଭାରତ ଶେଷଥର ପାଇଁ ୨୦୦୫-୦୬ରେ ପାକିସ୍ତାନ ଟୁରରେ ଯାଇଥିଲା। ରାହୁଲ ଡ୍ରାଭିଡ ସେତେବେଳେ ଅଧିନାୟକ ଥିଲେ। ଏହି ଟୁର୍‌ରେ ଭାରତ ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍‌ ପାକିସ୍ତାନ ମାଟିରେ ଖେଳିଥିଲା।

Advertisment
BCCI Ind Vs Pak Asia Cup 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ