Advertisment

ଆଇପିଏଲ ପ୍ରେମୀଙ୍କ ପାଇଁ ଖୁସି ଖବର: ଭାରତରେ ହେବ ଚଳିତ ସଂସ୍କରଣ

ମହାମାରୀ କରୋନାର ତୃତୀୟ ଲହର ସତ୍ତ୍ୱେ ଭାରତରେ ଆଇପିଏଲ ଆୟୋଜନ କରିବା ଆଶାରେ ନିଶ୍ଚିତ ରହିଛି ବିସିସିଆଇ। ଆଇପିଏଲର ୨୦୨୨ ସଂସ୍କରଣ ବେଳକୁ କରୋନା ବେଶ ପ୍ରଭାବ ନଥିବ। ତେଣୁ ଭାରତରେ ହିଁ ଆଇପିଏଲ ହେବ ବୋଲି ବିସିସିଆଇ ସଙ୍କେତ ଦେଇଛି।

IPL 2022

IPL 2022

Advertisment

ଆଇପିଏଲ ୨୦୨୨ର ସଂସ୍କରଣ କେଉଁଠାରେ ଖେଳାଯିବ, ଏନେଇ ପ୍ରଶ୍ନ ଉଠୁଥିବା ବେଳେ ବିସିସିଆଇ ପକ୍ଷରୁ ଏନେଇ ବଡ ନିଷ୍ପତ୍ତି ନିଆଯାଇଛି । ଭାରତରେ ହିଁ ଆଇପିଏଲ ଖେଳାଯିବ ବୋଲି ବିସିସିଆଇଅ ଘୋଷଣା କରିଛନ୍ତି । ମୁମ୍ବାଇରେ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ୱାଙ୍ଖେଡ୍, CCI ଓ DY ପାଟିଲ୍ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ବିସିସିଆଇ । ଦରକାର ପଡ଼ିଲେ ପୁଣେରେ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

Advertisment

ମହାମାରୀ କରୋନାର ତୃତୀୟ ଲହର ସତ୍ତ୍ୱେ ଭାରତରେ ଆଇପିଏଲ ଆୟୋଜନ କରିବା ଆଶାରେ ନିଶ୍ଚିତ ରହିଛି ବିସିସିଆଇ। ଆଇପିଏଲର ୨୦୨୨ ସଂସ୍କରଣ ବେଳକୁ କରୋନା ବେଶ ପ୍ରଭାବ ନଥିବ। ତେଣୁ ଭାରତରେ ହିଁ ଆଇପିଏଲ ହେବ ବୋଲି ବିସିସିଆଇ ସଙ୍କେତ ଦେଇଛି। ତଥାପି ବିସିସିଆଇ ବ୍ୟାକଅପ ପ୍ଲାନ ମଧ୍ୟ ରଖିଛି। ଯଦି କୌଣସି କାରଣରୁ ଭାରତରେ ଆଇପିଏଲ ଅନୁଷ୍ଠିତ ହୋଇ ପାରିବ ନାହିଁ, ତା’ହେଲେ ୟୁଏଇ ଓ ଦକ୍ଷିଣ ଆଫ୍ରିକାକୁ ବିକଳ୍ପ ଭେନ୍ୟୁ ଭାବେ ବଛାଯିବ ବୋଲି ଜଣାପଡ଼ିଛି।

ଏସବୁ ଭିତରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ସମ୍ଭବତଃ ମାର୍ଚ୍ଚ ୨୭ରୁ ଆଇପିଏଲର ୨୦୨୨ ସଂସ୍କରଣ ଆରମ୍ଭ ହୋଇପାରେ। ଭାରତରେ ହିଁ ସବୁ ମ୍ୟାଚ୍ ଖେଳାଯିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ଓ ପୁଣେରେ ଆଇପିଏଲର ସବୁ ମ୍ୟାଚ୍ ଆୟୋଜନ କରିବା ଲକ୍ଷ୍ୟରେ ବିସିସିଆଇ ରଖିଛି। ଏହାଦ୍ୱାରା ଖେଳାଳିଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଏୟାର ଟ୍ରାଭେଲ କରିବାକୁ ପଡ଼ିବନି। ଫଳରେ ସଂକ୍ରମଣର ଭୟ ହ୍ରାସ ପାଇବ। ସେହିପରି ମୁମ୍ବାଇ-ପୁଣେ କରିଡର ଯୋଗୁ ବିସିସିଆଇକୁ ଲଜିଷ୍ଟିକ ସମସ୍ୟା ମଧ୍ୟ ହେବନି। ତେଣୁ ବିସିସିଆଇ ଭାରତରେ ଆଇପିଏଲର ୨୦୨୨ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ଆଶାବାଦୀ ରହିଛି।

Advertisment

ତଥାପି ୨୦୨୧ ଭଳି ଯଦି ଅଧାରୁ ଆଇପିଏଲରେ କରୋନା ସଂକ୍ରମଣ ବାଧକ ସାଜେ, ତା’ହେଲେ ବିସିସିଆଇ ଏହାକୁ ୟୁଏଇ କିମ୍ବା ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରିବାକୁ ଯୋଜନା ରଖିଛି। ଏହାବାଦ ଶ୍ରୀଲଙ୍କାକୁ ମଧ୍ୟ ବିକଳ୍ପ ଭାବେ ବଛା ଯାଇପାରେ। କରୋନା ସ୍ଥିତିକୁ ଦେଖି ବିସିସିଆଇ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଆଜିର ବୈଠକରେ କୁହାଯାଇଛି।

ସୂଚନାଯୋଗ୍ୟ, ଆପିଏଲର ୨୦୨୧ ସଂସ୍କରଣର ସମସ୍ତ ମ୍ୟାଚ୍‌ ଚେନ୍ନାଇ, ମୁମ୍ବାଇ, ଅହମଦାବାଦ ଓ ଦିଲ୍ଲୀରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପ୍ରଥମ ୩୦ ମ୍ୟାଚ୍‌ ପରେ ଏକାଧିକ ଟିମର ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଯାଇଥିଲା।

Advertisment

ପରବର୍ତ୍ତୀ ସମୟରେ ୟୁଏଇରେ ୧୪ତମ ସଂସ୍କରଣର ବଳକା ମ୍ୟାଚ୍‌ ଖେଳା ଯାଇଥିଲା। ସେହିପରି ୨୦୨୦ରେ ଆଇପିଏଲର ସବୁ ମ୍ୟାଚ୍‌ ଦୁବାଇ, ଅବୁଧାବି ଓ ଶାରଜାରେ ଖେଳା ଯାଇଥିଲା। ଏବେ ୨୦୨୨ ଆଇପିଏଲ କେଉଁଠି ଖେଳା ଯାଉଛି, ତା’ ଉପରେ ସମସ୍ତଙ୍କ ନଜର।

IPL 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ