OCAରେ ପୁଣି ବୟସ ଜାଲିଆତି ! ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।

ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ

ଓସିଏରେ ପୁଣି ବୟସ ଜାଲିଆତି ଅଭିଯୋଗ । ରଣଜୀ ଦଳର ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ବିସିସିଆଇ । ପୂର୍ବରୁ ବିଭିନ୍ନ ସମୟରେ ଦେଇଥିବା ବୟସ ପ୍ରମାଣପତ୍ର ଓ ବର୍ତ୍ତମାନ ରଣଜୀ ଦଳ ପାଇଁ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ରହୁନ ଥିବାରୁ ଧରାପଡି ଯାଇଥିଲେ ସୁମିତ ।

ସେପଟେ ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।