Advertisment

ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା; ବାଦ୍‌ ପଡ଼ିଲେ ଭେଟେରାନ୍‌ ସ୍ପିନର୍‌..

ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ଅଦ୍ୟତନ ହୋଇଛି
Team India

Team India

Advertisment

ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା BCCI । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ଚୟନ କମିଟି ଅଧ୍ୟକ୍ଷ ଅଜିତ୍‌ ଅଗରକର୍‌ । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏସିଆ କପ୍‌ରେ ଯେଉଁ ଟିମ୍‌ ରହିଛି । ପ୍ରାୟତଃ ସମାନ ଦଳକୁ ନେଇ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ତିଆ । କେବଳ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରୁ ବାଦ ଦିଆଯାଇଛି । ଟି ଟ୍ୱେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବ ସାମିଲ୍‌ କରାଯାଇଛି । ଭେଟେରାନ୍ ଆର୍‌. ଅଶ୍ୱିନଙ୍କୁ ମିଳିଲାନି ସୁଯୋଗ ।

Advertisment

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଇଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କେ. ଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ

Advertisment

ଏହି ଟିମ୍‌କୁ ନେଇ ରୋହିତ ଶର୍ମା କହିଛନ୍ତି- ଆମେ ତିନି ଜଣ ଅଲରାଉଣ୍ଡର, ୪ ଜଣ ସିମର ଓ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇଛୁ। ଏହାଠୁ ଅଧିକ ଆମେ କିଛି କରିପାରିଥାଆନ୍ତୁ ବୋଲି ମୁଁ ଭାବୁନାହିଁ। ଆମେ ପାଖରେ ଥିବା ସମସ୍ତ ସାଧନକୁ ବିଚାରକୁ ନେଇ ଏହି ଦଳ ଗଠନ କରାଯାଇଛି।  

ଆଗାମୀ ଅକ୍ଟୋବର ୫ ତାରିଖରୁ ଭାରତରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହା ଅହମଦାବାଦରେ ଅନୁଷ୍ଠିତ ହେବ। ଭାରତର ମ୍ୟାଚ୍ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। ଦଳ ତା’ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ତା’ର ତୃତୀୟ ମ୍ୟାଚ୍‌ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ଖେଳାଯିବ।

Advertisment

2023 Men's World Cup Team India BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ