Advertisment

ବାରବାଟୀରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ

ବାରବାଟି ଟି-ଟ୍ୱେଣ୍ଟି ଲଢ଼େଇ ପୂର୍ବରୁ ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ...ପିଟାପିଟିରେ କୁରୁକ୍ଷେତ୍ର ପାଲଟିଲା କାଉଣ୍ଟର ସାମ୍ନା, ନାକେଦମ୍ ପୋଲିସ...

ଅଦ୍ୟତନ ହୋଇଛି
undefined

Barabati stadium turns battlefield, crowd clash at ticket counter

Advertisment

ବାରବାଟିରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ଯୁଦ୍ଧ ପୂର୍ବରୁ ଟିକେଟ୍ ପାଇଁ ଫ୍ୟାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଠେଲାପେଲା, ଧସ୍ତାଧସ୍ତି, ପିଟାପିଟି ଟିକେଟ୍ ପାଇଁ ଅସମ୍ଭବ ଭିଡ଼, ଅଭାବନୀୟ ସ୍ଥିତି । ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ୱେଣ୍ଟି ଯୁଦ୍ଧ ପୂର୍ବରୁ ଆଜି କ୍ରିକେଟ୍ ଫ୍ୟାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ମ୍ୟାଚ୍ ନେଇ ଆଜିଠୁ ୩ ଦିନ ପାଇଁ ଅଫଲାଇନ୍‌ ଟିକେଟ୍ ବିକ୍ରି ବ୍ୟବସ୍ଥା କରିଥିଲା ଓସିଏ । ଗତକାଲି ଠାରୁ ହିଁ କାଉଣ୍ଟର ନିକଟରେ ପହଞ୍ଚିବାରେ ଲାଗିଥିଲେ ଫ୍ୟାନ୍ । ସକାଳ ୯ଟାରେ ଟିକେଟ୍ ବିକ୍ରି ହେବାକୁ ଥିଲେ ବି ରାତିରୁ ହିଁ ବଢ଼ିଥିଲା ଟିକେଟ୍ ଆଶାୟୀଙ୍କ ଭିଡ଼ ଅଫ୍‌ଲାଇନରେ ମାତ୍ର ୧୨ ହଜାର ଟିକେଟ୍ ବିକ୍ରି ହେବାର ଥିଲେ ବି ଦିନ ୧୦ ସୁଦ୍ଧା ଟିକେଟ୍ ଆଶାୟୀଙ୍କ ସଂଖ୍ୟା ପ୍ରାୟ ୪୦ ହଜାର ପାର କରିଥିଲା । ଏମିତିକି ଟିକେଟ୍ ସଂଖ୍ୟାଠୁ ବହୁଗୁଣ ବଢ଼ିଯାଇଥିଲା ଆଶାୟୀଙ୍କ ସଂଖ୍ୟା ।

Advertisment

ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଲାଇନ୍ ସହ ମୋଟ୍ ୯ଟି କାଉଣ୍ଟର ସତ୍ତ୍ୱେ ଏକାବେଳକେ ଏତେସଂଖ୍ୟାରେ ଲୋକଙ୍କ ଉପସ୍ଥିତି ଦେଖି, ସେମାନଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ ହୋଇଥିଲା । ତେବେ ଟିକେଟ୍ ପାଇଁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମଧ୍ୟରେ ହିଁ ଅଧିକ ଠେଲାପେଲା, ଧସ୍ତାଧସ୍ତି ଓ ମୁହାଁମୁହିଁ ଭଳି ଚରମ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ବାଧ୍ୟ ହୋଇ ମୃଦୁ ଲାଠିଚାଳନା କରିଥିଲା ପୋଲିସ ।

ଦେଖନ୍ତୁ ଟିକେଟ୍ ପାଇଁ ଫ୍ୟାନଙ୍କ ମଧ୍ୟରେ କିପରି ଠେଲାପେଲା, ଧସ୍ତାଧସ୍ତି :-

ଏପଟେ ଘଣ୍ଟା ଘଣ୍ଟାର ଅପେକ୍ଷା, ପ୍ରବଳ ଗୁଳୁଗୁଳି ଭିତରେ ଅସମ୍ଭବ ଭିଡ଼ ଓ ପୋଲିସ ଲାଠିମାଡ଼ ଭିତରେ ଯିଏ ଟିକେଟ୍ ପାଇଲା, ସେ ଖୁସ୍ ଆଉ ଯିଏ ନପାଇଲା, ଭାଗ୍ୟକୁ ନିନ୍ଦି ଫେରୁଥିବାକୁ ବାଧ୍ୟ ହୋଇଥିଲା ।

Advertisment

ସୂଚନା ଅନୁସାରେ, ବାରବାଟୀ ମ୍ୟାଚ୍ ପାଇଁ ଆସନ୍ତାକାଲି ଦିନ ଗୋଟାଏରେ ୨ ଦଳର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଖେଳାଳିଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ପାଛୋଟି ନିଆଯିବ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳିଙ୍କ ଆସିବା ପୂର୍ବରୁ ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ହୋଟେଲ୍ ପର୍ୟ୍ୟନ୍ତ ପୋଲିସ୍ ମକ୍ ଡ୍ରିଲ୍ କରିଛି ।

ସେପଟେ ଖେଳାଳିଙ୍କ ସୁରକ୍ଷା ପାଇଁ ହୋଟେଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କେବଳ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ସିପି କହିଛନ୍ତି । ଖେଳାଳି ପ୍ରାକ୍ଟିସ ପାଇଁ କଟକ ଯିବାକୁ ଥିବାରୁ ସେମାନଙ୍କ ଯାତାୟତ ଲାଗି ସ୍ୱତନ୍ତ୍ର ଓ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Advertisment

ତେବେ ବାରବାଟୀରେ ଶେଷଥର ପାଇଁ ୨୦୧୯ ଡିସମ୍ବେରରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଦେଖିଥିଲେ ଦର୍ଶକ ।ଏହାର ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀକୁ ପୁଣି ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଥିବାରୁ ଏହାକୁ ଉପଭୋଗ ଲାଗି ଫ୍ୟାନଙ୍କ ମଧ୍ୟରେ ନାହିଁନଥିବା କ୍ରେଜ୍ ଦେଖିବାକୁ ମିଳିଛି ।

Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ