Advertisment

ଜୁନ୍‌ରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ୍‌

ଆସନ୍ତା ଜୁନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।

Barabati Stadium

Barabati Stadium

Advertisment

ଆସନ୍ତା ଜୁନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌। ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଏହି ମ୍ୟାଚ୍‌। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଜୁନ୍ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ। ତେବେ ବାରବାଟରେ କେଉଁ ଟି-୨୦ ମ୍ୟାଚ୍‌ ଖେଳାଯିବ, ସେନେଇ OCA କିଛି ସ୍ପଷ୍ଟ କରିନି। 

ଚଳିତ ବର୍ଷ ଫେବୃଆରୀରେ ବାରବାଟୀରେ ଟି-୨୦ ମ୍ୟାଚ୍‌ ଖେଳା ଯିବାର ଥିଲା। ଟିମ୍‌ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏହି ମ୍ୟାଚ୍‌ ହେବାର ଥିଲା। ତେବେ କୋଭିଡ୍‌ ପାଇଁ ମ୍ୟାଚ୍‌ ଖେଳା ଯାଇନଥିଲା। ଏହାପରେ BCCI ବାୟୋ ବବଲ୍‌ ମଧ୍ୟରେ ଅହମଦାବାଦ ଓ କୋଲକାତାରେ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଖେଳାଯିବା ନେଇ ନିଷ୍ପତ୍ତି ନେଇଥିଲା। ତେବେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବା ନେଇ BCCI, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ ଆଶ୍ୱାସନା ଦେଇଥିଲା। 

Advertisment

ସୂଚନାଥାଉ କି, ୨୦୧୫ରେ ବାରବାଟୀ ଷ୍ଟାଡିୟମରେ ଟି-୨୦ ସିରିଜ୍‌ ଖେଳା ଯାଇଥିଲା। ଟିମ୍‌ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍‌ ହୋଇଥିଲା ଓ ଏଥିରେ ଦକ୍ଷିଣ ଆଫ୍ରିକା ବିଜୟ ଲାଭ କରିଥିଲା। ଫଳରେ ଭାରତୀୟ ପ୍ରଶଂସକମାନେ ଏଥିରେ ରାଗି ହଙ୍ଗାମା କରିଥିଲେ। ବୋତଲ ଫିଙ୍ଗିବା ସହ ଗଣ୍ଡଗୋଳ କରିଥିଲେ।  

Barabati Stadium India-South Africa T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ