Advertisment

ଦୁଲୁକୁଛି ବାରବାଟୀ: ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ୍‌, ରାତିରୁ ଲମ୍ବା ଲାଇନ୍‌

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ମିଳିବ। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ମିଳିବ ବୋଲି ସୂଚନା ମିଳିଛି। ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ।

ଅଦ୍ୟତନ ହୋଇଛି
Barabati Battle Counter Ticket Sales To Begin From Today

Barabati Battle Counter Ticket Sales To Begin From Today

Advertisment

କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍‌ ମିଳିବ। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ମିଳିବ ବୋଲି ସୂଚନା ମିଳିଛି। ତେବେ ଟିକେଟ ପାଇଁ ଗତକାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। 

Advertisment

୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ। ଏଥିପାଇଁ ମୋଟ୍‌ ୯ଟି କାଉଣ୍ଟର କରାଯାଇଛି। ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର ରହିଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ରହିଛି। 

ଜଣକୁ ଦୁଇଟି ଲେଖାଏ ଟିକେଟ୍ ଦିଆଯିବ। ପୂର୍ବରୁ ଅନ୍‌ଲାଇନରେ ୫ ହଜାର ଟିକେଟ୍ ବିକ୍ରି ସରିଥିବା ବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮ ହଜାର ଟିକେଟ୍ ବିକ୍ରି ହୋଇଥିଲା। ଆଉ ମାତ୍ର ୧୨ ହଜାର ଟିକେଟ୍ କାଉଣ୍ଟରରେ ବିକ୍ରି କରାଯିବ।

Advertisment

ଟିକେଟ୍ କିଣିଲା ବେଳେ ଦର୍ଶକ ଯେକୌଣସି ପରିଚୟ ପତ୍ର ଦେଖାଇ ଟିକେଟ୍‌ କିଣିପାରିବେ। ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। 

ଅନ୍ୟପକ୍ଷେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି କ୍ରିକେଟର କେଏଲ୍‌ ରାହୁଲ । ତେଣୁ ଆଗାମୀ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ରାହୁଲ ନଜର ଆସିବେ ନାହିଁ । ଆହତ କାରଣୁ ତାଙ୍କୁ ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରୁ ବାଦ୍‌ ଦିଆଯାଇଛି ।

Advertisment
Barabati Stadium T20 International India-South Africa T20 Ind Vs SA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ