Athlete Dutee Chand Also Faced Ragging
ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ସହ ବି ହୋଇଥିଲା ରାଗିଂ। ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍ରେ ତାଙ୍କ ସହ ରାଗିଂ କରାଯାଇଥିଲା। ୨୦୦୬ରୁ ୨୦୦୮ ମସିହା ଯାଏ କ୍ୟାରିୟର ଆରମ୍ଭ କରୁଥିବା ବେଳେ ଦୂତୀ ସ୍ପୋର୍ଟସ୍ ହଷ୍ଟେଲ୍ରେ ରହୁଥିଲେ। ଏହି ସମୟରେ ତାଙ୍କୁ ସିନିୟର ଖେଳାଳି ରାଗିଂ କରିଥିଲେ।
ହଷ୍ଟେଲ୍ରେ ସିନିୟରଙ୍କ ବଡି ମସାଜ୍ କରିବା, କପଡ଼ା ଧୋଇବା ଭଳି କାମ ସେ କରିଛନ୍ତି। ଯଦି, ସିନିୟରଙ୍କ କଥା ଶୁଣିବେନି ତେବେ ଆହୁରି ନିର୍ଯାତନା ସହିବାକୁ ପଡ଼ୁଥିଲା। ପରିବାରର ଅବସ୍ଥା, ଆର୍ଥିକ ସ୍ଥିତିକୁ ନେଇ ବି କମେଣ୍ଟ ମାରୁଥିଲେ ସିନିୟର ଖେଳାଳି। ଏସମ୍ପର୍କରେ ଅଭିଯୋଗ କରିବା ପରେ ବି କେହି ଶୁଣିନଥିଲେ ବୋଲି ଦୂତୀ କହିଛନ୍ତି।
ହଷ୍ଟେଲ୍ ଇନଚାର୍ଜଙ୍କୁ ଜଣାଇବା ପରେ ବି ସେ ଗାଳି ଗୁଳଜ କରି ଏହାକୁ ଚୁପ୍ଚାପ୍ ସହିବାକୁ କହୁଥିଲେ। ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସିଆଲ୍ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି। ଏସମ୍ପର୍କରେ ଆମ ରିପୋର୍ଟର ଦୂତି ଚାନ୍ଦଙ୍କ ସହ ଆଲୋଚନା କରିଥିଲେ। ଦୂତୀ ଘଟଣାକୁ ସ୍ୱୀକାର କରିବା ସହ ଅଙ୍ଗେ ନିଭାଇଥିବା କଥାକୁ ଓଟିଭି ସହ ବାଣ୍ଟିଛନ୍ତି।
ଜାଣନ୍ତୁ, ଦୂତୀ ଏନେଇ କ’ଣ କହୁଛନ୍ତି...
ସେପଟେ ଦୂତୀଙ୍କ ଅଭିଯୋଗ ନେଇ ଖବର ଲେଖାଯିବା ସୁଦ୍ଧା ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1656836653.jpg)