Advertisment

Asian Games 2023: ଦେଶ ପାଇଁ ଗର୍ବ ଓ ଗୌରବ, ୧୦୦ ପଦକ ହାସଲ କଲା ଭାରତ...

ଏସିଆନ୍ ଗେମ୍ସରେ ଭାରତର ପଦକ ସେଞ୍ଚୁରୀ। ହାଙ୍ଗଝୌରେ ୧୦୦ ପଦକ ହାସଲ କଲା ଭାରତ। ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ସମସ୍ତ ଆଥଲେଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

Asian Games 2023:India complete 100 medals in Hangzhou

Asian Games 2023:India complete 100 medals in Hangzhou

Advertisment

ଏସିଆନ୍ ଗେମ୍ସ(Asian Games)ରେ ଭାରତର ପଦକ ସେଞ୍ଚୁରୀ। ହାଙ୍ଗଝୌରେ ୧୦୦ ପଦକ ହାସଲ କଲା ଭାରତ। ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାରତ ୧୦୦ ପଦକ ହାସଲ କରିଛି। ଏସିଆନ୍‌ ଗେମ୍ସରେ ଭାରତ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ପଦକ ସହ ୧୦୦ ପଦକ ହାସଲ କରିଛି।

Advertisment

ଏସିଆନ୍ ଗେମ୍ସରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ସମସ୍ତ ଆଥଲେଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। 

Advertisment

ଆଜି ଭାରତ ୩ଟି ସ୍ୱର୍ଣ୍ଣ, ୧ ରୌପ୍ୟ, ୧ ବ୍ରୋଞ୍ଜ ପଦକ ହାସଲ କରିଛି। ମହିଳା କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ତୀରନ୍ଦାଜୀରେ ଆଜି ମିଳିଛି ୨ଟି ସ୍ୱର୍ଣ୍ଣ, ୧ଟି ବ୍ରୋଞ୍ଜ। ପୁରୁଷ ଓ ମହିଳା କମ୍ପାଉଣ୍ଡ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଓଜାସ୍  ପ୍ରବୀଣ ଓ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଚଳିତ ଏସିଆଡ୍‌ରେ ଜ୍ୟୋତି ସୁରେଖାଙ୍କ ଏହା ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ। ଓଜାସଙ୍କ ଠାରୁ ହାରି ଅଭିଷେକ ବର୍ମା ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ମହିଳା କମ୍ପାଉଣ୍ଡ୍ ଇଭେଣ୍ଟରେ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ମିଳିଛି। ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସୁରେଖା ସ୍ୱର୍ଣ୍ଣ ଜିତିଛନ୍ତି।

Advertisment
Asian Games
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ