SL vs PAK
ସୁପର ସଣ୍ଡେରେ ଆଜି ହେବ ସୁପର ଫାଇଟ୍ । ଏସିଆ କପ୍ ଫାଇନାଲ୍ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ଦୁବାଇ ଇଣ୍ଟରନାସନାଲ୍ ଷ୍ଟାଡିୟମରେ ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ ।
ପୂର୍ବରୁ ଭାରତ ସୁପର ଫୋର୍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ହାରିବା ଯୋଗୁଁ ଫାଇନାଲ୍ରୁ ବାଦ୍ ପଡ଼ିଥିଲା । ଶ୍ରୀଲଙ୍କା ୩ଟି ଏବଂ ପାକିସ୍ତାନ ଦୁଇଟି ମ୍ୟାଚ୍ ଜିତିବା ପରେ ଉଭୟ ଫାଇନାଲ୍କୁ ଆସିଛନ୍ତି । ଏସିଆ କପ୍ ଷଷ୍ଠ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ୧୦ ବର୍ଷ ପରେ ଏସିଆ କପ୍ ଟାଇଟଲ୍ ହାତେଇବା ଲାଗି ଉଦ୍ୟମ କରିବ ପାକିସ୍ତାନ ।
ଏସିଆ କପ୍ ଫାଇନାଲ୍ରେ ଉଭୟ ଟିମ୍ ତିନି ଥର ସାମ୍ନାସାମ୍ନି ହୋଇଥିବା ବେଳେ ଶ୍ରୀଲଙ୍କା ଦୁଇଥର ଏବଂ ପାକିସ୍ତାନ ଥରୁଟିଏ ମାତ୍ର ବିଜୟୀ ହୋଇଛି । ୧୯୮୬ ଏବଂ ୨୦୧୪ରେ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲ୍ରେ ପାକିସ୍ତାନ ବିପକ୍ଷରେ ଜିତିଥିବା ବେଳେ ୨୦୦୦ ମସିହାରେ ଫାଇନାଲ୍ରେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା ପାକିସ୍ତାନ ।
ତେବେ ଶ୍ରୀଲଙ୍କା ଏସିଆ କପ୍ରେ ମୋଟ ୫ ଥର ଚାମ୍ପିଅନ୍ ହୋଇଛି । ଭାରତ ପରେ ଶ୍ରୀଲଙ୍କା ହେଉଛି ଦ୍ୱିତୀୟ ଟିମ୍ ଯିଏ ଏସିଆ କପ୍ରେ ସର୍ବାଧିକ ଥର ଚାମ୍ପିଅନ୍ ହୋଇଛି । ଭାରତ ଏସିଆ କପ୍ରେ ୭ ଥର ଚାମ୍ପିଅନ୍ ହୋଇଥିବା ବେଳେ ପାକିସ୍ତାନ ମାତ୍ର ଦୁଇ ଥର ଏହି ଟ୍ରଫି ହାସଲ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/SL_vs_PAK_1662867589.jpg)