Advertisment

Asia Cup 2023: ବର୍ଷା ଧୋଇଦେବ ଭାରତ-ପାକ୍‌ ମ୍ୟାଚ୍‌ର ମଜା...!

ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ । ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍‌ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅଦ୍ୟତନ ହୋଇଛି
Ind Vs Pak

Ind Vs Pak

Advertisment

ଆସନ୍ତାକାଲି ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ଏସିଆ କପ୍‌ର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌କୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଅନେକ ଉତ୍ସାହ । କିନ୍ତୁ ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍‌ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦର୍ଶକ ଏ ଖବର ନେଇ ନିରାଶ ହୋଇଛନ୍ତି । ଭାରତ-ପାକ ମ୍ୟାଚ୍ ଉପରେ ସାରା ବିଶ୍ୱର ନଜର ରହିଥାଏ ।

Advertisment

ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହାପୂର୍ବରୁ ଉଭୟ ଟିମ୍‌ ଅଷ୍ଟ୍ରେଲିଆରେ ଆୟୋଜିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସାମ୍ନାସାମ୍ନି ହୋଇଥିଲେ । ଯେଉଁଥିରେ ଭାରତ ବେଶ୍‌ ରୋମାଞ୍ଚକ ଅନ୍ଦାଜରେ ମ୍ୟାଚ୍‌କୁ ଜିତିଥିଲା । ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂ ପାକ୍‌ ବୋଲର୍‌ଙ୍କ ହୋସ୍‌ ଉଡ଼ାଇ ଦେଇଥିଲା । ପୁଣି ଥରେ କାଲି ପ୍ରତିଶୋଧର ନିଆଁରେ ଜଳୁଥିବା ପାକିସ୍ତାନ ଭାରତକୁ ଭେଟିବ । ତେଣୁ ମ୍ୟାଚ୍‌ଟି ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି ।

ଉଭୟ ଟିମ୍‌ ଶ୍ରୀଲଙ୍କାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ପାକିସ୍ତାନ ଭାରତ ବିପକ୍ଷରେ ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ । ଏହାପୂର୍ବରୁ ପାକିସ୍ତାନ ମୁଲତାନ୍‌ରେ ନେପାଳକୁ ଏକ ବଡ଼ ଅନ୍ତରରେ ମ୍ୟାଚ୍‌ ହରାଇ ମନୋବଳ ଦୃଢ଼ କରିଛି । ତେବେ ଭାରତର ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍‌ ।

Advertisment

ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ଭାରତୀୟ ୱିକେଟ କିପର ତଥା ବ୍ୟାଟସମ୍ୟାନ୍ କେ.ଏଲ ରାହୁଲ । ଏନେଇ କୋଚ୍‌ ରାହୁଲ୍‌ ଡ୍ରାଭିଡ ସୂଚନା ଦେଇଛନ୍ତି । ଆସନ୍ତା ୨ ତାରିଖରେ ଭାରତ ପାକିସ୍ତାନକୁ ଭେଟିବାକୁ ଥିବା ବେଳେ କେ.ଏଲ ରାହୁଲ ଏହି ମ୍ୟାଚ ଖେଳିବେନି । ସେହିପରି ନେପାଳ ବିପକ୍ଷରେ ବି କେ.ଏଲ୍ ରାହୁଲ ମ୍ୟାଚ ଖେଳିବେନି । କେ.ଏଲ ରାହୁଲ ଆହତ ସମସ୍ୟାର ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ବୋଲି କୋଚ୍ ରାହୁଲ ଦ୍ରାଭିଡ ସୂଚନା ଦେଇଛନ୍ତି ।

ତେବେ ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ । ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି।

Advertisment
Rainfall Alert Ind Vs Pak Asia Cup 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ