Advertisment

ଏସିଆ କପ୍‌ରୁ ଜାଡେଜା ଆଉଟ୍‌ ଅକ୍ଷର ଇନ୍‌

ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଚଳିତ ଏସିଆ କପ୍‌ରେ ‘ସୁପର ୪’ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳକୁ ଲାଗିଛି ଏହି ଝଟ୍‌କା। ଦଳରୁ ବାଦ୍ ପଡ଼ିଛନ୍ତି ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା।

Ravindra Jadeja

Ravindra Jadeja

Advertisment

ଏସିଆ କପ୍‌ରେ ଟିମ୍‌ ଇଣ୍ତିଆକୁ ବଡ଼ ଝଟକା । ମ୍ୟାନ୍‌ ଇନ୍ ଫର୍ମ ରବିନ୍ଦ୍ର ଜାଡେଜା ଏସିଆ କପ୍‌ରୁ ବାଦ୍‌ ପଡ଼ିଛନ୍ତି । ଡାହାଣ ଗୋଡ଼ ଆଣ୍ଠୁରେ ଆଘାଟ କାରଣରୁ ତାଙ୍କୁ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି । ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବିସିସିଆଇ ମେଡିକାଲ୍‌ ଟିମ୍‌ ଜାଡେଜାଙ୍କ ଚିକିତ୍ସା କରୁଥିବାର ସୂଚନା ମିଳିଛି ।

Advertisment

ଜାଡେଜା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ପରେ ବାମହାତୀ ଅଲରାଉଣ୍ତର ଅକ୍ଷର ପଟେଲଙ୍କୁ ଟିମ୍‌ରେ ସ୍ଥାନ ମିଳିଛି । ପୂର୍ବରୁ ଅକ୍ଷର ଏସିଆ କପ୍‌ ସ୍କ୍ୱାଡ୍‌ର ଷ୍ଟାଣ୍ତ ବାଏରେ ରହିଥିଲେ । ସେ ଖୁବ୍‌ଶୀଘ୍ର ଟିମ୍‌ ସହ ଯୋଡ଼ି ହେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଜାଡେଜା ଏବେ ଟିମ୍‌ରୁ ବାଦ ପଡ଼ିବା ପରେ ଟିମ୍‌କୁ ଶକ୍ତ ଝଟକା ଲାଗିଛି । ପାକିସ୍ତାନ ବିପକ୍ଷରେ ସର୍ବାଧିକ ୩୫ ରନ୍‌ କରି ଟିମ୍‌କୁ ଜିତାଇଥିଲେ ଜାଡେଜା । ହଂକଂ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିବା ବେଳେ ବୋଲିଂରେ ଗୋଟିଏ ୱିକେଟ୍‌ ନେଇଥିଲେ ।

Advertisment

ଏସିଆ କପ୍‌ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଅବେଶ ଖାନ୍‌

Asia Cup 2022 Ruled Out Ravindra Jadeja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ