Advertisment

ସାଇମଣ୍ଡସ୍‌ଙ୍କ ଅବେଳ ମରଣରେ ଭାଙ୍ଗି ପଡ଼ିଲେ ଭଉଣୀ, ଚିଠି ଲେଖି କହିଲେ...

‘ଭାଇ,ବହୁତ ଶୀଘ୍ର ତୁମେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲ। ତୁମ ଯିବା ଦୁଃଖରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ମୁଁ ସବୁବେଳେ ତୁମକୁ ବହୁତ ଭଲ ପାଉଥିଲି ଓ ପାଇବି’। ସାଇମଣ୍ଡସ୍‌ଙ୍କ ଯିବା ଦୁଃଖରେ ଭାଙ୍ଗି ପଡ଼ିଲେ ଭଉଣୀ

ଅଦ୍ୟତନ ହୋଇଛି
Andrew Symonds' sister leaves heartfelt note

Andrew Symonds' sister leaves heartfelt note

Advertisment

‘ଭାଇ,ବହୁତ ଶୀଘ୍ର ତୁମେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲ। ମୋର ଇଚ୍ଛା ଥିଲା, ଆମେ ଆଉ ଗୋଟିଏ ଦିନ ଏକାଠି ରହିଥାନ୍ତେ, ଫୋନ୍‌ରେ କଥା ହୋଇଥାନ୍ତେ। ହେଲେ ତା’ପୂର୍ବରୁ ତୁମେ ଆମ୍ଭମାନଙ୍କୁ ଏକା କରିଦେଲ। ତୁମ ଯିବା ଦୁଃଖରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ମୁଁ ସବୁବେଳେ ତୁମକୁ ବହୁତ ଭଲ ପାଉଥିଲି ଓ ପାଇବି’। ଭାବପ୍ରବଣ ହୋଇ ଏଭଳି କିଛି ଚିଠିରେ ଲେଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ଭଉଣୀ ଲୁଇସ୍‌। ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଭଉଣୀ ଲୁଇସ୍‌। ଯେଉଁ ସ୍ଥାନରେ ସଡ଼କ ଦୁର୍ଘଟଣାରେ ସାଇମଣ୍ଡସ୍‌ଙ୍କ ଜୀବନ ଚାଲି ଯାଇଥିଲା, ସେହି ସ୍ଥାନରେ ଲୁଇସ୍‌  ଏହି ଭାବପ୍ରବଣ ହାତଲେଖା ଚିଠି ରଖିଛନ୍ତି। 

Advertisment

ଶନିବାର ରାତିରେ ଟାଉନସଭିଲି ସହରରେ କାର୍‌ ଦୁର୍ଘଟଣାରେ ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ଦେହାନ୍ତ ହୋଇଛି। କାର୍ ଚଳାଇ ଯାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ତେବେ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗକୁ ନା ପରିବାର ଲୋକ ନା ଫ୍ୟାନ୍ସ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଭାଇକୁ ସବୁଦିନ ପାଇଁ ହରାଇବା ଦୁଃଖରେ ଲୁଇସ୍‌ ଭାଙ୍ଗି ପଡ଼ିଛନ୍ତି। ଭାବପ୍ରବଣ ହୋଇ ସେ ଦୁର୍ଘଟଣାସ୍ଥଳକୁ ଯାଇ ନିଜ ମନର କଥାକୁ ଚିଠିରେ ଲେଖି ସେଇଠି ରଖି ଆସିଛନ୍ତି। 

Advertisment

ସେହିପରି କୋହଭଳରା କଣ୍ଠରେ ସାଇମଣ୍ଡସ୍‌ଙ୍କ ପତ୍ନୀ କହିଛନ୍ତି, ‘ଏବେବି ତାଙ୍କ(ସାଇମଣ୍ଡସ୍‌) ମୃତ୍ୟୁକୁ ଆମେ ସହଜରେ ଗ୍ରହଣ କରିପାରୁନୁ। ଏବେ ମୋ ୨ ଛୁଆଙ୍କ ଭବିଷ୍ୟତ କ’ଣ ହେବ। ସେ ବିଷୟରେ ମୁଁ ଖାଲି ଭାବୁଛି।’

 ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ୍‌  ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ। ସାମଣ୍ଡ୍‌ସ ୨ ଥର ବିଶ୍ୱକପ୍‌ ବିଜୟୀ ଦଳରେ ପ୍ରତିନିଧିତ୍ୱ କରିଥିଲେ। ତାଙ୍କର ଅକାଳ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଗଭୀର ଶୋକ ବ୍ୟକ୍ତ କରିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣେ ଓ କ୍ରିକେଟର ରୋଡ୍‌ନେ ମାର୍ଶଙ୍କ ଦେହାନ୍ତ ହୋଇଥିଲା। 

Advertisment
Andrew Symonds Andrew Symonds Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ