Advertisment

ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କୁ କୋଟିପତି କରିଥିଲା IPL; ସହିପାରିଲେନି ବନ୍ଧୁ ହୋଇଗଲେ ଶତ୍ରୁ

କାର୍‌ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ବିୟୋଗ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ନିଜ ଏବଂ ନିଜ ବନ୍ଧୁଙ୍କୁ ନେଇ କିଛି ଏମିତି କହିଥିଲେ...

ଅଦ୍ୟତନ ହୋଇଛି
Andrew Symonds

Andrew Symonds

Advertisment

ଆରପାରିରେ ଅଲ୍‌ରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ । ଗତକାଲି ଏକ କାର୍‌ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ପରଲୋକ ହୋଇଛି । ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଅକାଳ ବିୟୋଗକୁ ନେଇ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେହାନ୍ତ ପୂର୍ବରୁ ସାଇମଣ୍ଡସ୍‌ ନିଜ ଜୀବନ ବିଷୟରେ କିଛି ଆଲୋଚନା କରିଥିଲେ। ଏହି ଆଲୋଚନାରୁ ଜଣାପଡିଛି ଯେ, ମାତ୍ର ୪୬ ବର୍ଷ ବୟସରେ ଦୁନିଆ ଛାଡିଥିବା ସାଇମଣ୍ଡସ୍‌ଙ୍କ ସହ ତାଙ୍କ ଘନିଷ୍ଠ ବନ୍ଧୁ ମାଇକେଲ କ୍ଲାର୍କଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ଯାହାକୁ ନେଇ ସେ ସବୁବେଳେ ଦୁଃଖିତ ଥିଲେ । ତେବେ ଉଭୟଙ୍କ ମଧ୍ୟରେ ଭାଙ୍ଗିଯାଇଥିବା ବନ୍ଧୁତ୍ୱର ମୂଳ କାରଣ କୌଣସି ଝଗଡା ନୁହେଁ ବରଂ IPL ରେ ମିଳିଥିବା ଟଙ୍କା ଥିଲା ।

Advertisment

ମୃତ୍ୟୁର କିଛି ଦିନ ପୂର୍ବରୁ ସାଇମଣ୍ଡସ୍‌ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ (Michael Clarke)ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ ଯେ, କିପରି ଭାବରେ ତାଙ୍କ ସାଙ୍ଗ କ୍ୟାପ୍ଟେନ୍ ହେବା ପରେ ବଦଳିଯାଇଥିଲେ । ଯେତେବେଳେ ତାଙ୍କୁ ଆଇପିଏଲ୍‌ ପାଇଁ ବିପୁଳ ପରିମାଣର ଅର୍ଥ ମିଳିଥିଲା ସେତେବେଳେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିଯାଇଥିଲା। ଏମିତି ଏକ ସମୟ ଆସିଥିଲା ଯେତେବେଳେ ଟିମ୍‌ ମିଟିଂ ଛାଡି ମାଛ ଧରିବାକୁ ଯାଇଥିବା କାରଣରୁ ସାଇମଣ୍ଡସ୍‌ଙ୍କୁ ମାଇକେଲ କ୍ଲାର୍କ ଦଳରୁ ବହିଷ୍କୃତ କରିଦେଇଥିଲେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୧୫ରେ ଅଷ୍ଟ୍ରେଲିଆର ODI ମ୍ୟାଚ୍ ସମୟରେ ସାଇମଣ୍ଡସ୍‌ ମଦ୍ୟପାନ କରି ଆସିଥିବାର ଅଭିଯୋଗ କରିଥିଲେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ । ଯାହାକୁ ନେଇ ମାଇକେଲ କ୍ଲାର୍କଙ୍କୁ ସାଇମଣ୍ଡସ୍‌ ତୀବ୍ର ସମାଲୋଚନା କରିଥିଲେ ।

Advertisment

'ଦି ବ୍ରେଟ୍ ଲି ପୋଡକାଷ୍ଟ' (The Brett Lee Podcast) ରେ ସାଇମଣ୍ଡସ୍‌ ନିଜ ଓ ନିଜ ବନ୍ଧୁ କ୍ଲାର୍କଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁଥିରେ ସେ କହିଛନ୍ତି ଯେ, IPLର ପ୍ରଥମ ସିଜନର ନିଲାମରେ ବିପୁଳ ପରିମାଣର ଅର୍ଥ ପାଇବା ପରେ କ୍ଲାର୍କ ତାଙ୍କ ପ୍ରତି ଇର୍ଷା କରିଥିଲେ।

ଏହାସହ ସେ କହିଥିଲେ, 'ଯେତେବେଳେ କ୍ଲାର୍କ ଦଳକୁ ଆସିଲେ ସେହି ସମୟରେ ମୁଁ ତାଙ୍କ ସହ ବହୁତ ବୋଲିଂ କରୁଥିଲି। ଧିରେ ଧିରେ ଆମ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଗଲା । ମୁଁ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲି । କିଛି ଦିନ ପରେ ଆମେ ଘନିଷ୍ଠ ବନ୍ଧୁ ହୋଇଗଲୁ । ହେଲେ ଯେତେବେଳେ ଆଇପିଏଲ୍ ଆରମ୍ଭ ହେଲା ଦିନେ ମାଥ୍ୟୁ ହେଡେନ୍(Matthew Hayden) ମୋତେ କହିଥିଲେ, ଆଇପିଏଲ୍ ଖେଳିବାକୁ ମୋତେ ବହୁତ ଟଙ୍କା ମିଳିଛି । ଏହା ଶୁଣି କ୍ଲାର୍କ ଇର୍ଷାପରାୟଣ ହୋଇଥିଲେ । ଏହା ପରଠାରୁ ହିଁ ଆମ ସମ୍ପର୍କରେ ଫାଟକ ସୃଷ୍ଟି ହେଲା ।’

Advertisment

ସାଇମଣ୍ଡସ୍‌ ଆହୁରି ମଧ୍ୟ କହିଥିଲେ ଯେ, ‘ଟଙ୍କା ଏକ ବିଳାସପୂର୍ଣ୍ଣ ଜିନିଷ ହୋଇପାରେ। ହେଲେ ଏହା ଆମ ସମ୍ପର୍କରେ ଏକପ୍ରକାରର ବିଷ ସାଦୃଶ୍ୟ ହୋଇଯାଇଥିଲା । ଆମ ଭିତରେ ଆଉ ବନ୍ଧୁର ସମ୍ପର୍କ ନାହିଁ ଏଥିରେ ମଧ୍ୟ ମୋର କୌଣସି ଆପତ୍ତି ମଧ୍ୟ ନାହିଁ । ହେଲେ ମୁଁ ଏଠାରେ ବସି କାଦୁଅ ଫିଙ୍ଗା କାମ କରିପାରିବିନି ।’

ତେବେ ଆଇପିଏଲର ପ୍ରଥମ ସିଜିନର ନିଲାମରେ ମହେନ୍ଦ୍ର ସିଂ ଧୋନି ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ଏହାସହିତ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ଦ୍ୱିତୀୟ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ ହାଇଦ୍ରାବାଦ ଡେକାନ ଚାର୍ଜର୍ସ ୧.୩୫ ମିଲିୟନ ଡଲାରରେ କିଣିଥିଲେ ।

Andrew Symonds Andrew Symonds Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ