Advertisment

ICC ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନେଦରଲ୍ୟାଣ୍ଡ୍ସକୁ ୫୬ ରନ୍‌ରେ ହରାଇ ୱିନିଂ ଟ୍ରାକ୍‌ରେ ଟିମ୍‌ ଇଣ୍ତିଆ

ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ମାତ୍‌ ଦେଇଥିବା ଟିମ ଇଣ୍ଡିଆ ଆଜି ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

ଅଦ୍ୟତନ ହୋଇଛି
IND vs NED

IND vs NED

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ । ନେଦରଲ୍ୟାଣ୍ଡ୍ସକୁ ୫୬ ରନ୍‌ରେ ହରାଇଲା ଟିମ୍‌ ଇଣ୍ତିଆ । ୧୮୦ ରନ୍‌ର ଟାର୍ଗେଟକୁ ପିଛା କରି ନେଦରଲ୍ୟାଣ୍ଡ୍ସ ୧୨୩/୯ ରେ ସୀମିତ ହୋଇଥିଲା । ତେବେ ପାକିସ୍ତାନ ସହ ରୋମାଞ୍ଚକ ବିଜୟ ପରେ ଟିମ୍‌ର ଏହା ଦ୍ୱିତାୟ ବିଜୟ ।

Advertisment

ଅଷ୍ଟ୍ରେଲିଆର ସିଡ୍‌ନୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ଏଇଥିଲା । ଦଳ ପକ୍ଷରୁ ବିରାଟଙ୍କ କୋହଲିଙ୍କ ଅପରାଜିତ ୬୨ ଓ ସୂର୍ଯ୍ୟ କୁମାରଙ୍କ ଅପରାଜିତ ୫୧ ରନ ସାଙ୍ଗକୁ ରୋହିତ ଶର୍ମାଙ୍କ ୫୩ ରନ ବଳରେ ୨ ୱିକେଟ ହରାଇ ୧୭୯ ରନ କରିଥିଲା ।

ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ କମ୍ରାଗତ ୱିକେଟ ହରାଇ ଚାଲିଥିଲା । ଶେଷରେ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୨୩ ରନ କରିବାକୁ ସକ୍ଷମ ହୋଇଛି । ଏହି ମ୍ୟାଚ୍‌କୁ ୫୬ ରନରେ ଜିତି ଭାରତ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି । ମାତ୍ର ୨୫ ବଲରେ ୫୧ ରନ କରିଥିବା ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି । ସେ ତାଙ୍କ ୫୧ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।

Advertisment
Cricket ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ