Advertisment

ଗୁଜବକୁ ଖଣ୍ତନ କଲେ ଦାଦା, କହିଲେ ନୂଆ ଚାପ୍ଟର ମାନେ..

'ମୁଁ ଇସ୍ତଫା ଦେଇନି', ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବି ।

Sourav Ganguly

Sourav Ganguly

Advertisment

ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା ଦେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ତେବେ ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍‌ରେ ଗାଙ୍ଗୁଲି ଏନେଇ ସ୍ପଷ୍ଟ କରିଛନ୍ତି । କ୍ରିକେଟରେ ୩୦ ବର୍ଷ ପୂରଣ କରିଛି, ଆପଣଙ୍କ ସ୍ନେହଶ୍ରଦ୍ଧା ପାଇଛି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବ। ଜୀବନର ନୂଆ ଚାପ୍ଟର ଆରମ୍ଭ କରୁଛି, ଆପଣଙ୍କ ସହଯୋଗ ଦରକାର ବୋଲି ଗାଙ୍ଗୁଲି କହିଛନ୍ତି। 

Advertisment

'ମୁଁ ଇସ୍ତଫା ଦେଇନି', ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବି ।ଜୀବନର ନୂଆ ଚାପ୍ଟର ଆରମ୍ଭ କରୁଛି, ଆପଣଙ୍କ ସହଯୋଗ ଆଶା ବୋଲି ନିଜ ଟୁଇଟର୍ ପେଜ୍‌ରେ ଲେଖିଛନ୍ତି ଦାଦା । ଏଭଳି ଟୁଇଟ୍ ପରେ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସ୍ପଷ୍ଟ କରିଛନ୍ତି ଯେ, ମୁଁ କୌଣସି ଇସ୍ତଫା ଦେଇନି, ଏଭଳି ଖବର ଶୁଣି ମୁଁ ନିଜେ ଚକିତ । ନୂଆ ଚାପ୍ଟର କଥା ନେଇ ସେ ସ୍ପଷ୍ଟ କରିଛନ୍ତି ଯେ, ଗୋଟିଏ ନୂଆ ଏଜୁକେସନ ଆପ୍ ଲଞ୍ଚ୍ କରିବେ ।

BCCI Sourav Ganguly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ