Advertisment

ମୁମ୍ବାଇରେ ରୋହିତ ଇଫେକ୍ଟ, ୧ ଘଣ୍ଟାରେ MI ହରାଇଲା ୪ ଲକ୍ଷ ଫଲୋଅର୍ସ

ସବୁଠାରୁ ବଡ଼ କଥା ହେଉଛି ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଖବର ଆସିବା ପରେ MIଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା। ବିଶେଷ କରି ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Mumbai Indians

Mumbai Indians

Advertisment

ଡିସେମ୍ବର ୧୯ରେ ହେବାକୁ ଯାଉଛି ଆଇପିଏଲ ମିନି ଅକ୍ସନ। ଏଥିପାଇଁ ସବୁ ଫ୍ରାଞ୍ଚାଇଜ୍ ପୂରା ପ୍ରସ୍ତୁତ। ତେବେ ମିନି ନିଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କରିଛି ବଡ଼ ପରିବର୍ତ୍ତନ। MI ର ସବୁଠୁ ସଫଳ ଅଧିନାୟକ ରୋହିତଙ୍କୁ କ୍ୟାପଯେନ୍‌ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକଙ୍କୁ ସୁଯୋଗ ଦେଇଛି। ଅର୍ଥାତ ଆଇପିଏଲ ୨୦୨୪ ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାର ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା।

Advertisment

ତେବେ ସବୁଠାରୁ ବଡ଼ କଥା ହେଉଛି ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଖବର ଆସିବା ପରେ MIଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା। ବିଶେଷ କରି ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ହାର୍ଦ୍ଦିକ ଅଧିନାୟକ ଘୋଷଣା ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ପେଜ୍‌କୁ ବହୁ ଫ୍ୟାନ୍ସ ଅନ୍ ଫଲୋ କରୁଥିବାର ଦେଖିବାକୁ ମିଳିଥିଲା। ନୂଆ ଅଧିନାୟକ ଘୋଷଣା ହେବାର ଏକ ଘଣ୍ଟା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ‘X’ରେ ୪ ଲକ୍ଷ ଫଲୋଅର୍ସ ହ୍ରାସ ପାଇଛି। ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ MI ର ଫଲୋଅର୍ସ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଏହି ପୋଷ୍ଟ ହାର୍ଦ୍ଦିକଙ୍କୁ ମିଳିବା ପରେ ସୋସିଆଲମିଡିଆରେ ‘ShameonMI’ ବି ଟ୍ରେଣ୍ଡ କରୁଛି।

ସୂଚନା ଅନୁସାରେ ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୧୫୮ଟି ମ୍ୟାଚ୍‌ ଖେଳିଥିବାବେଳେ ୮୭ଟି ମ୍ୟାଚ୍‌ରେ ବିଜୟ, ୬୭ଟି ମ୍ୟାଚ୍‌ରେ ପରାଜୟ ଓ ୪ଟି ମ୍ୟାଚ୍‌ ଡ୍ର’ ରହିଥିଲା। ଏଥିସହ ତାଙ୍କ କ୍ୟାପଟେନ୍ସିରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ହାତେଇଥିଲା ।

Advertisment
Rohit Sharma India News Mumbai Indians Hardik Pandya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ