Advertisment

ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରେସ୍‌ କନ୍‌ଫରେନ୍ସ ଛାଡ଼ି ପଳାଇଲେ ଆଫଗାନିସ୍ତାନ କ୍ୟାପ୍‌ଟେନ୍‌

ଆଫଗାନିସ୍ତାନରେ ତାଲିବାନ ଶାସନକୁ ସାରା ବିଶ୍ୱରେ ସମସ୍ତେ ଏହାକୁ ବିରୋଧ କରୁଥିବା ବେଳେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଥିଲା। ହେଲେ ଏବେ କ୍ରିକେଟ ପଡ଼ିଆରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଜଣେ ପାକ୍‌ ସାମ୍ବାଦିକ ପ୍ରେସ୍‌ କନ୍‌ଫରେନ୍ସ ଆଫଗାନିସ୍ତାନ ଅଧିନାୟକଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିଥିଲେ ଯାହାକୁ ନାପସନ୍ଦ କରିଥିଲେ ଆଫଗାନୀ ଅଧିନାୟକ।

Afghanistan Vs Pakistan Match

Afghanistan Vs Pakistan Match

Advertisment

ଦୁବାଇ: ଗତକାଲି ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ରୋମାଞ୍ଚକର ଥିଲା। ଯଦିଓ ଏହି ରୋମାଞ୍ଚକର ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇ ପାକିସ୍ତାନ ବିଜୟ ହାସଲ କରିଥିଲା, ତଥାପି ଆଫଗାନିସ୍ତାନ ଖେଳାଳିଙ୍କ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରିଛନ୍ତି। ଅନେକ ପ୍ରସଙ୍ଗକୁ ନେଇ ଏହି ମ୍ୟାଚ୍‌ ଚର୍ଚ୍ଚାରେ ରହିଥିଲା। ମ୍ୟାଚ୍‌ ସରିବା ପରେ ଆଫଗାନିସ୍ତାନ କ୍ରିକେଟ୍‌ ଟିମ୍‌ ଅଧିନାୟକ ମହମ୍ମଦ ନବି ଯେତେବେଳେ ସାମ୍ବାଦିକ ସମ୍ମିଳନୀ କରୁଥିଲେ, ସେତେବେଳେ ଏମିତି କିଛି ଘଟିଲା, ଯେଉଁଥିରେ ରାଗି ଯାଇ ମହମ୍ମଦ ନବି ସାମ୍ବାଦିକ ସମ୍ମିଳନୀ ଛାଡ଼ି ପଳାଇଥିଲେ। 

Advertisment

ସୂଚନା ଅନୁସାରେ, ପାକିସ୍ତାନର ଜଣେ ସାମ୍ବାଦିକ ପ୍ରେସ୍‌ କନ୍‌ଫରେନ୍ସରେ ମହମ୍ମଦ ନବିଙ୍କୁ ବର୍ତ୍ତମାନର ଆଫଗାନିସ୍ତାନ ସ୍ଥିତି, ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଓ ବିଶ୍ୱକପ୍‌ ପରେ ଯେତେବେଳେ ଆଫଗାନିସ୍ତାନ ଟିମ୍‌ ଘରେ ପହଞ୍ଚିବେ ସେତେବେଳେ କ’ଣ ହେବ ବୋଲି ପ୍ରଶ୍ନ କରିଥିଲେ। ହେଲେ ପାକ୍‌ ସାମ୍ବାଦିକଙ୍କ ଏଭଳି ପ୍ରଶ୍ନକୁ ନବି ନାପସନ୍ଦ କରିଥିଲେ।

ସାମ୍ବାଦିକଙ୍କ ଏଭଳି ପ୍ରଶ୍ନର ଜବାବରେ ନବି କହିଥିଲେ, ‘ଏସବୁ ପ୍ରସଙ୍ଗକୁ ଛାଡ଼ି ଆପଣ କ୍ରିକେଟ ବିଷୟରେ ଆଲୋଚନ କରନ୍ତୁ। ଯଦି ଆପଣ କେବଳ କ୍ରିକେଟ ସମ୍ପର୍କରେ ଆଲୋଚନ କରିବେ ତା’ହେଲେ ବହୁତ ଭଲ ହେବ। ଆମେ ଏଠାକୁ ବିଶ୍ୱକପ୍‌ ପାଇଁ ଆସିଛୁ ଓ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆସିଛୁ। ତେଣୁ ଆପଣ କ୍ରିକେଟ ବିଷୟରେ ହିଁ ଆଲୋଚନା କରନ୍ତୁ।’ ଏହାପରେ ମଧ୍ୟ ପାକ୍‌ ସାମ୍ବାଦିକ ପୁଣି ପ୍ରଶ୍ନ ପଚାରିଥିଲେ। ଫଳରେ ମହମ୍ମଦ ନବି ପ୍ରେସ୍‌ କନ୍‌ଫରେନ୍ସରୁ ଉଠି ପଳାଇଥିଲେ। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ପ୍ରମଥର ପାଇଁ ପାକିସ୍ତାନ ଭାରତକୁ ହରାଇଥିଲା। ଏହି ସମୟରେ ଟିମ୍‌ ଇଣ୍ଡିଆର Playing-11କୁ ନେଇ ଜଣେ ପାକ୍‌ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ କୋହଲି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାହାର ଜବାବ ବିରାଟ କୋହଲି ପ୍ରେସ୍‌ କନ୍‌ଫରେନ୍ସରେ ଦେଇଥିଲେ। 

Advertisment
Afghanistan Vs Pakistan Mohammad Nabi Afghanistan Captain T20 World Cup T20 World Cup 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ