Advertisment

ଡିଭିଲିୟର୍ସଙ୍କ ୟୁଟର୍ଣ୍ଣ; ଭୁଲରେ କହିଦେଇଥିଲେ, ଅନୁଷ୍କା ମାଆ ହେବେ ବୋଲି..

ବିରାଟ ବାପା ହେବା ନେଇ କହଥିବା କଥାରେ ୟୁଟର୍ଣ୍ଣ ମାରିଲେ ଡିଭିଲିୟର୍ସ । କହିଲେ ‘ମୁଁ ବଡ଼ ଭୁଲ କରିଛି । ତେଣୁ ମୁଁ  ମୋ ଫ୍ୟାନ୍‌ଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗୁଛି ।’

ଅଦ୍ୟତନ ହୋଇଛି
ab de villiers u turn on anushka sharma pregnancy

ab de villiers u turn on anushka sharma pregnancy

Advertisment

ଭୁଲ ତଥ୍ୟ ଦେଇଥିଲେ ମିଷ୍ଟର ୩୬୦ ଡିଭିଲିୟର୍ସ। କହିଥିଲେ ପୁଣି ବାପା ହେବାକୁ ଯାଉଛନ୍ତି ବିରାଟ। ହେଲେ ଆଜି ମାରିଲେ ୟୁଟର୍ଣ୍ଣ। କହିଲେ ମୁଁ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭାବେ ଭୁଲ୍‌। ଡିଭିଲିୟର୍ସଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୁଷ୍କାଙ୍କୁ ନେଇ ଦେଇଥିବା ଭୁଲ ତଥ୍ୟକୁ ନେଇ ସେ ଭୁଲ ମଧ୍ୟ ମାଗିଛନ୍ତି। ଏନେଇ ବିରୁଷ୍କାଙ୍କ ଫ୍ୟାନ୍ସଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।

Advertisment

ବିରାଟଙ୍କ ଛୋଟ କଥା ବି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଡିଭିଲିୟର୍ସଙ୍କ ତଥ୍ୟ ବିରାଟଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲା। କିନ୍ତୁ ଏବେ ଏହି କଥାରୁ ଓହରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏ ବି ଡିଭିଲିୟର୍ସ। ବିରାଟ ଆଉ ଥରେ ବାପା ହେବା ନେଇ କିଛିଦିନ ତଳେ ସେ ଜଣାଇଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ଏବେ ସମସ୍ତଙ୍କ ଆଗରେ ସ୍ୱୀକାର କରିଛନ୍ତି। ଏହି ଭୁଲ ପାଇଁ ସେ କ୍ଷମା ବି ମାଗିଛନ୍ତି।

ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏ.ବି.ଡିଭିଲିୟର୍ସ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ ଯେ, ବିରାଟ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ସେଥିପାଇଁ ସେ କ୍ରିକେଟ୍‌ଠୁ ଦୂରରେ ଅଛନ୍ତି ଓ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ଗୁଣାତ୍ମକ ସମୟ ବିତାଉଛନ୍ତି। କିନ୍ତୁ ବର୍ତ୍ତମାନ ୟୁ ଟର୍ଣ୍ଣ ମାରିଛନ୍ତି ଡିଭିଲିୟର୍ସ। ଡିଭିଲିୟର୍ସ କହିଛନ୍ତି ଯେ, ମୁଁ ଭୁଲ ତଥ୍ୟ ଦେଇଥିଲି, ତେଣୁ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗୁଛି। କାରଣ ଅନୁଷ୍କା ମା’ ହେବା କଥା ମୁଁ ଭୁଲରେ କହିଥିଲି । 

Advertisment

ଟିମ୍‌ ଇଣ୍ତିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଇଂଲଣ୍ତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାହାରେ ଅଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଟିମ୍‌ର ଅଧିନାୟକ ଓ ମ୍ୟାନେଜମେଣ୍ଟକୁ ନଖେଳିବା ନେଇ ଅନୁମତି ମାଗିଥିଲେ। କୋହଲି ସିରିଜର ଅବଶିଷ୍ଟ ତିନିଟି ଟେଷ୍ଟ ମ୍ୟାଚ୍ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି।

ଯେତେବେଳେ ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ତାଙ୍କ ମା’ ଅସୁସ୍ଥ ଥିବା କୁହାଯାଉଥିଲା, କିନ୍ତୁ କିଛି ଦିନ ପରେ ବିରାଟଙ୍କ ବଡ଼ ଭାଇ ସୋସିଆଲ ମିଡିଆରେ ଏହି ଖବରକୁ ଅସ୍ୱୀକାର କରିଥିଲେ। ତାଙ୍କ ଭାଇ ବିକାଶ କହିଥିଲେ ଯେ ତାଙ୍କ ମା’ ଭଲ ଅଛନ୍ତି ଏବଂ ମିଛ ଖବର ପ୍ରଚାର ନକରିବାକୁ ଗଣମାଧ୍ୟମକୁ ନିବେଦନ କରିଥିଲେ ।

Advertisment

ଆହୁରି କିଛି ଲୋକ କହିଥିଲେ ଯେ ବିରାଟ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ସେଥିପାଇଁ ସେ ଏକ ବିରତି ନେଇଛନ୍ତି। ଲୋକମାନେ ଅନୁଷ୍କା ଶର୍ମାଙ୍କ ଗର୍ଭଧାରଣ ଖବରକୁ ସତ୍ୟ ବୋଲି ଗ୍ରହଣ କଲେ ଯେତେବେଳେ ଏବି ଡିଭିଲିୟର୍ସ ଆଗକୁ ଆସି କହିଥିଲେ ଯେ ବିରାଟ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି ।

କଣ ପାଇଁ ମିଛ ଖବର ଦେଇଥିଲେ ଡିଭିଲିୟର୍ସ ?

ଡିଭିଲିୟର୍ସ କହିଛନ୍ତି ଯେ, ‘ପରିବାର କଥା ଯେତେବେଳେ ଆସେ ଏହାକୁ ପ୍ରାଥମିକତା ଦେବାର ରହିଛି। ଯେହେତୁ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ବିରାଟ ବାପା ହେବା ନେଇ କହିଥିଲେ କିନ୍ତୁ ତା’ର କୌଣସି ସତ୍ୟତା ନାହିଁ। ବର୍ତ୍ତମାନ ସମୟରେ ବିରାଟ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ। ମୁଁ ଆଶା କରୁଛି ବିରାଟ ଭଲ ଫର୍ମରେ ପଡ଼ିଆକୁ ଓହ୍ଲାଇବେ’। 

ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବେ କି ବିରାଟ ?

ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଶେଷ ୩ଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହୋଇପାରେ । କୋହଲି ଅବଶିଷ୍ଟ ଟେଷ୍ଟ ମ୍ୟାଚରେ ଖେଳିବେ ବୋଲି ସମସ୍ତେ ଆଶା କରିଛନ୍ତି । କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିରାଟ ପୁରା ସିରିଜ୍ ଖେଳିବେ ନାହିଁ ବୋଲି ।  ଏଥିରେ କେତେ ସତ୍ୟତା ରହିଛି ତାହା ଆଗାମୀ ସମୟରେ ଜଣା ପଡିବ ।

Anushka Sharma Virat Kohli Pregnancy AB AB De Villiers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ