• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ପାଇଁ ଗୌରବ ଆଣିଲେ ଗୋଲ୍ଡ ମେଡାଲିଷ୍ଟ ଆଇ ମା’ । ପରିଣତ ବୟସରେ ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଟ୍ରେକ୍ ସୁଟ୍ ସାଙ୍ଗକୁ ସ୍ପୋଟସ୍‌ ଜୋତା ଏବଂ ବେକରେ ତିନୋଟି ପଦକ । ଗତ ମଙ୍ଗଳବାର ଦିନ ଦିଲ୍ଲୀ ବିମାନବନ୍ଦରରେ ୯୪ ବର୍ଷିୟ ଭଗବାନୀ ଦେବୀଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ, କିଏ ଏହି ବୃଦ୍ଧ ମହିଳା । କାରଣ ଚକ ଦେ ଇଣ୍ଡିଆର ସ୍ଲୋଗାନ ସହ ଲୋକମାନେ ତାଙ୍କୁ ଘେରି ରହିଥିବା ଦେଖିବାକୁ ମିଳିଥିଲା ।

ବୟସର ଅପରାହ୍ନରେ ଯେତେବେଳେ ଲୋକମାନେ ଖଟିଆରେ ଶୋଇ ରୁହନ୍ତି, ସେତେବେଳେ ଭଗବାନୀ ଦେବୀ ଗାଁରୁ ବାହାରି ଫିନଲ୍ୟାଣ୍ଡରେ ପହଞ୍ଚିଲେ। ଫିନଲ୍ୟାଣ୍ଡ ଯାଇ ଭଗବାନୀ ଦେବୀ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପ(World Masters Athletics Championships)ରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ଗୋଟିଏ ନୁହେଁ ତିନି ତିନୋଟି ପଦକ ହାସଲ କରିଛନ୍ତି । ସେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ, ଡିସ୍କସ୍ ଥ୍ରୋ ଏବଂ ସଟପୁଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୯୦ ରୁ ୯୪ ବର୍ଷ ବୟସ ବର୍ଗ ବର୍ଗରେ ଭାଗ ନେଇ ସେ ଏହି ପଦକ ଜିତିଛନ୍ତି । ଭଗବାନୀ ଦେବୀ ୨୪.୭୪ ସେକେଣ୍ଡରେ ୧୦୦ ମିଟର ଦୌଡ଼ ପୂରା କରିପାରିଥିଲେ ।

ଦିଲ୍ଲୀ ନଜଫଗଡର ମଲିକପୁର ଗାଁର ବାସିନ୍ଦା ଭଗବାନ୍ ଦେବୀ । ପିଲାଦିନେ କବାଡ଼ି ଖେଳୁଥିଲେ, କିନ୍ତୁ ପରେ ଜୀବନର ଉତଥାନ-ପତନ ଭିତରେ ସେ କବାଡିରୁ ଦୂରେଇ ଯାଇଥିଲେ। ଭଗବାନୀ ଦେବୀ ମାତ୍ର ୨୯ ବର୍ଷ ବୟସରେ ସ୍ୱାମୀ ବିଜୟ ଡାଗରଙ୍କୁ ହରାଇଥିଲେ । ଏହା ପରେ ତାଙ୍କର ୧୧ ବର୍ଷର ଝିଅ ମଧ୍ୟ ଆରପାରିକୁ ଚାଲିଗଲା । ଏତେ ବଡ଼ ଦୁନିଆରେ ତାଙ୍କ ପାଇଁ ଏକମାତ୍ର ସାହାଭରଷା ଥିଲା ପୁଅ ହାୱା ଡାଗର ।

ବହୁ କଷ୍ଟରେ ପୁଅକୁ ସେ ବଡ଼ କରିଥିଲେ । ବର୍ତ୍ତମାନ ଭଗବାନ୍ ଦେବୀଙ୍କର ଦୁଇ ନାତି ବିକାଶ ଏବଂ ବିନିତ୍‌ ଉଭୟ ଶିକ୍ଷକତା କରୁଛନ୍ତି । ପୂର୍ବଭଳି ଅବସ୍ଥା ନାହିଁ । ବଡ଼ ନାତି ବିକାଶ ଜଣେ ଆନ୍ତର୍ଜାତୀୟ ପାରା ଆଥଲେଟ୍ । ସେ ରାଜୀବ ଗାନ୍ଧୀ କ୍ରୀଡ଼ା ପୁରସ୍କାର ମଧ୍ୟ ପାଇଛନ୍ତି ।

ତେବେ ଆଇମା’ ଦେଶ ପାଇଁ ଗୌରବ ଆଣିଥିବା ପଛରେ ନାତି ବିକାଶ ଡାଗରଙ୍କର ବଡ଼ ହାତ ରହିଛି । କେବଳ ଛଅ ମାସର ପରିଶ୍ରମ କରି ତାଙ୍କ ଏହି ସଫଳତା ହାସଲ କରିଥିବା ସେ କହିଛନ୍ତି ।