୭ ଘଣ୍ଟାରେ ୫୮ କିଲୋମିଟର!! କୋହଲିଙ୍କୁ ଦେଖିବାକୁ 'ବିରାଟ' ପାଗଳାମି

କୋହଲିଙ୍କ ପାଇଁ ୫୮ କିଲୋମିଟର । ୧୫ ବର୍ଷୀୟ କିଶୋର ଆସିଲେ .. ସେ ପୁଣି ସାଇକେଲ୍‌ରେ ।

Virat Kohli

କୋହଲିଙ୍କ ପାଇଁ ୫୮ କିଲୋମିଟର । ୧୫ ବର୍ଷୀୟ କିଶୋର ଆସିଲେ .. ସେ ପୁଣି ସାଇକେଲ୍‌ରେ । ମାତ୍ର ଟିକିଏ ଝଲକ ପାଇବା ପାଇଁ ବିରାଟ କୋହଲିଙ୍କ ପାଇଁ ସାଇକେଲ୍‌ରେ ଆସିଲେ ୧୫ କିଲୋମିଟର । ଆଜିଠାରୁ ଆରମ୍ଭ ହୋଇଛି ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ । କାନପୁରରେ ଏହି ଟେଷ୍ଟମ୍ୟାଚ ଖେଳାଯାଉଛି ।

ତେବେ ଏହା ପୂର୍ବରୁ ବିରାଟ କୋହଲିଙ୍କୁ ଟିକିଏ ଦେଖିବା ପାଇଁ ୫୮ କିଲୋମିଟର ଦୂରରୁ ଧାଇଁ ଆସିଛନ୍ତି ୧୫ ବର୍ଷୀୟ କିଶୋର । ଭାରତକୁ କ୍ରିକେଟ ପାଗଳ ଦେଶ କୁହାଯାଏ । ଏଠି କ୍ରିକେଟରଙ୍କୁ ଲୋକେ ଭଗବାନ୍ ବୋଲି ମାନନ୍ତି ଆଉ କ୍ରିକେଟକୁ ଧର୍ମ । ଏପରି ଅବସ୍ଥାରେ କ୍ରିକେଟର କିଙ୍ଗ୍ କୁହାଯାଉଥିବା ବିରାଟଙ୍କ ପ୍ରଂଶସକ ଯେ କମ୍ ଥିବେ ତାହା ଭାବିବା ମଧ୍ୟ ଭୁଲ୍ ।

ଆଜି ଖେଳ ଆରମ୍ଭ ହେବା ପୂର୍ବରୁ ଏପରି ଏକ ଖବର ଭାଇରାଲ ହେଉଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ସାକ୍ଷୀ ହେବା ପାଇଁ ନିଜ ସାଇକେଲରେ ଉନ୍ନାଓରୁ କାନପୁର ପର୍ଯ୍ୟନ୍ତ ଏକାକୀ ଯାତ୍ରା କରି ଆସିଥିଲେ ୧୫ ବର୍ଷୀୟ ବାଳକ । ଉନ୍ନାଓରୁ କାନପୁର ପର୍ଯ୍ୟନ୍ତ ଆସିବାକୁ ତାଙ୍କୁ ପ୍ରାୟ ସାତ ଘଣ୍ଟା ସମୟ ଲାଗିଥିଲା ।

ଭୋର୍ ୪ ଟାରେ ସେ ନିଜ ଘରୁ ବାହାରି ଥିବା ବେଳେ ସେହି ଅନ୍ଧାରରେ ସେ ସାଇକେଲ ଚଳାଇ ଚଲାଇ ଆସି ଶେଷରେ ଦିନ ୧୧ ଟା ବେଳେ କାନପୁର ସ୍ଥିତ ଗ୍ରୀନ୍ ପାର୍କ ଷ୍ଟାଡିୟମରେ ପହଞ୍ଚିଥିଲେ । ମ୍ୟାଚ୍ ବିଷୟରେ କହିବାକୁ ଗଲେ ପ୍ରଥମ ଦିନର ଖେଳ ଖରାପ ଆଲୋକ ଯୋଗୁଁ ଜଲଦି ବନ୍ଦ ହୋଇଯାଇଥିଲା ।

ଖରାପ ଆଲୁଅ ଓ ପରେ ପ୍ରବଳ ବର୍ଷା ହେତୁ ମ୍ୟାଚ୍ ଶୀଘ୍ର ବନ୍ଦ ହେବା ପୂର୍ବରୁ ବାଂଲାଦେଶ ୧୦୭-୩ ରନ୍ ସ୍କୋର୍ କରିଥିଲା । ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ ରେ ଆଗୁଆ କରିନେଇଛି ଭାରତ । ତେବେ ଆଜି ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲା । ଦ୍ରୁତ ବୋଲର ଆକାଶ ଦୀପ ପ୍ରଥମ ଘଣ୍ଟାରେ ଦୁଇଟି ପ୍ରାରମ୍ଭିକ ସଫଳତା ସହ ବାଂଲାଦେଶକୁ ପଛକୁ ଠେଲି ଦେଇଥିଲେ ।