ଏହି ୫ଟି ଇନିଂସରେ କୋହଲି ମ୍ୟାଚ୍‌ର ରୂପ ବଦଳାଇ ଦେଇଥିଲେ

କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୧ ଟି ଶତକ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର୍‌ର କିଛି ଭଲ ଇନିଂସ ବିଷୟରେ।

Virat Kohli
ଭାରତୀୟ ଦଳର ପୂର୍ବତନ ଅଧିନାୟକ, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି । ନାଁ ଯେମିତି ବିରାଟ, ତାଙ୍କ କାମ ବି ସେମିତି ବିରାଟ । କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା ଭାରତୀୟ କ୍ରିକେଟର । ତାଙ୍କର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଆଜି ତାଙ୍କର ୩୪ତମ ଜନ୍ମଦିନ । ଏହି ଅବସରରେ ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ତାଙ୍କର ବ୍ୟାଟିଂ ଅନ୍ଦାଜ ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କୁ ବେଶ୍‌ ଭଲ ଲାଗିଥାଏ । କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୧ ଟି ଶତକ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର୍‌ର କିଛି ଭଲ ଇନିଂସ ବିଷୟରେ।

ଏସିଆ କପ୍‌ ୨୦୧୨

ଏସିଆ କପ୍‌ର ଏହି ମ୍ୟାଚ୍‌ଟି ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ ଥିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମୋଟ ୩୨୯/୬ ରନ୍‌ କରିଥିଲା । ନାସିର୍‌ ଜାମସେଦ ଏବଂ ମହମ୍ମଦ ହାଫିଜ ଉଭୟ ଶତକୀୟ ଇନିଂସ ଖେଳିଥିଲେ । ଏହା ଏକ କର ବା ମର ମ୍ୟାଚ୍ ଥିଲା ।

Virat Kohli

ଓପନିଂ କରିବାକୁ ଆସି ଗମ୍ଭୀର ଖାତା ଖୋଲି ପାରିନଥିଲେ । ଏହାପରେ ଭାରତର ସ୍ଥିତି ବିଗିଡ଼ିଯାଇଥିଲା । ତା’ପରେ କୋହଲି ଫିଲ୍ଡକୁ ଆସିଥିଲେ । ସେ ବିସ୍ଫୋରକ ବ୍ୟାଟିଂ କରି ୨୨ଟି ଚୌକା ଓ ଗୋଟିଏ ଛକା ବଳରେ ୧୮୩ ରନ୍‌ ସ୍କୋର କରିଥିଲେ । ଭାରତ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା ଏବଂ କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।

କମନ୍‌ୱେଲ୍ଥ ବ୍ୟାଙ୍କ ସିରିଜ୍‌ ୨୦୧୨

ଏହା ଭାରତ ପାଇଁ କର ବା ମର ମ୍ୟାଚ୍ ଥିଲା । ଯଦି ଭାରତ ହାରିଥାନ୍ତା ତେବେ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଖେଳିପାରିନଥାନ୍ତେ । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦିଲଶାନ୍ ଏବଂ ସାଙ୍ଗାକାରା ଦୁଇଜଣ ଶତକୀୟ ଇନିଂସ ଖେଳିଥିଲେ । ଭାରତକୁ ୩୨୧ ରନ୍‌ର ଟାର୍ଗେଟ୍‌ ମିଳିଥିଲା । ମ୍ୟାଚ୍‌ରେ ସ୍ଥିତି ବିଗିଡ଼ାବାରେ ଲାଗିଥିଲା, ସେତେବେଳେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ । ଏହା ପରେ ମ୍ୟାଚ୍‌ର ରୂପ ବଦଳିଯାଇଥିଲା ।

Virat Kohli

କୋହଲି କେବଳ ୮୬ ବଲ୍‌ରେ ଦମଦାର ୧୬ଟି ଚୌକା ଓ ଦୁଇଟି ଛକା ସହ ୧୩୩ ରନ୍‌ ସ୍କୋର କରିଥିଲେ । ତାଙ୍କୁ ଗୌତମ ଗମ୍ଭୀର, ସେହୱାଗ, ସଚିନ ତେନ୍ଦୁଲକର ଏବଂ ସୁରେଶ ରାଇନା ଭଲ ସମର୍ଥନ ଦେଇଥିଲେ । ଫଳସ୍ୱରୂପ, ଭାରତ ମୋଟ ୩୬.୪ ଓଭରରେ ମ୍ୟାଚକୁ ସୁନ୍ଦର ଭାବରେ ଜିତିଥିଲା । କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।

୨୦୧୮-ସାଉଥ୍‌ ଆଫ୍ରିକା ସିରିଜ୍‌

୬ଟି ଦିନିକିଆ ବିଶିଷ୍ଟ ଏହି ସିରିଜ୍‌ର ଶେଷ ମ୍ୟାଚ୍‌ରେ ଭାରତ ୪-୧ରେ ସିରିଜ୍‌ରେ ଆଗୁଆ ରହିଥିଲା । ସାଉଥ୍‌ ଆପ୍ରିକା ପ୍ରଥମେ ବ୍ୟାଟିଂ କରି ୪୬.୫ ଓଭର୍‌ରେ ୨୦୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ ଓପନିଂ କରିବାକୁ ଆସି ରୋହିତ ଶର୍ମା ଓ ଶିଖର ଧାୱନ୍‌ କମ୍‌ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ । ଏହାପରେ କୋହଲି ୧୯ଟି ଚୌକା ଓ ୨ଟି ଛକା ବଳରେ ୧୨୯ ରନ୍‌ କରିଥିଲେ । କୋହଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ । ଏହି ସିରିଜ୍‌କୁ ଭାରତ ମଧ୍ୟ ଜିତିଥିଲା ।

Virat Kohli

ସାଉଥ୍‌ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ-୨୦୧୮

ସେଞ୍ଚୁରିଅନ୍‌ରେ ଖେଳାଯାଇଥିବା ଏହା ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୩୫ ରନ୍‌ ସ୍କୋର କରିଥିଲା। ଭାରତ ଭଲ ଆରମ୍ଭ କରିଥିଲା ​​ଏବଂ କୋହଲି ବିସ୍ଫୋରକ ଭାବେ ବ୍ୟାଟିଂ କରୁଥିଲେ । ସେ ଏକ ଚମତ୍କାର ୧୫୩ ରନ୍‌ ସ୍କୋର କରି ଭାରତକୁ ମୁମେଣ୍ଟମ୍‌ ଦେଇଥିଲେ । ଟିମ୍‌ର ଅନ୍ୟ ଖେଳାଳିମାନେ ବ୍ୟାଟିଂରେ ବିଫଳ ହେବାରୁ ଭାରତ ୩୦୭ ରନ୍ କରି ଅଲଆଉଟ୍ ହୋଇଥିଲେ। ଭାରତ ମ୍ୟାଚ୍ ହାରିଥିଲା ​​କିନ୍ତୁ କୋହଲିଙ୍କ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରିଥିଲେ।

Virat-Kohli

୨୦୧୫ ବିଶ୍ୱକପ୍‌

ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ସବୁବେଳେ ଦର୍ଶକ ବେଶ୍‌ ଉତ୍ସାହିତ । ୨୦୧୫ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ପୁଲ୍‌ରେ ଥିଲେ । କ୍ୱାଲିଫାୟାର ମ୍ୟାଚ୍‌ରେ ପରସ୍ପର ଭେଟାଭେଟି ହୋଇଥିଲେ । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମାଙ୍କ ୱିକେଟ୍‌ ଜଲଦି ପଡ଼ିଯାଇଥିଲା । ଏହାପରେ ଫିଲ୍ଡକୁ ଓହ୍ଲାଇଥିଲେ ବିରାଟ । ମ୍ୟାଚ୍‌ର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଥିଲା । ସେ ୮ ଟି ଚୌକା ବଳରେ ୨୨ ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । କୋହଲି ମ୍ୟାନ୍‌ ଅଫ୍‌ ଦି ପୁରସ୍କାର ପାଇଥିଲେ ।

Virat Kohli