Advertisment

ରାଜଧାନୀରେ ପାରା ବ୍ୟାଡମିଣ୍ଟନ ମହାକୁମ୍ଭ ! ୨୮ରାଜ୍ୟରୁ ୫୫୦ ଆଥଲେଟ୍ ସାମିଲ

କିଏ ଆଶା ବାଡ଼ି ଧରି ଚାଲୁଛି ତ ଆଉ କିଏ ହୁଇଲ ଚେୟାରରେ ବସି ଯାଉଛି । କାହାର ଗୋଟେ ହାତ ନାହିଁ ତ କାହାର ପୁଣି ଗୋଡ଼ ପୋଲିଓ ରୋଗରେ ଆକ୍ରାନ୍ତ  ଆଉ କିଏ ବାମନ ।

ଅଦ୍ୟତନ ହୋଇଛି
Para Badminton

Para Badminton

Advertisment

ଭୁବନେଶ୍ୱରରେ ଆରମ୍ଭ ହୋଇଛି ପାରା ବ୍ୟାଡମିଣ୍ଟନ ମହାକୁମ୍ଭ । ୨୮ରାଜ୍ୟରୁ ୫୫୦ ଆଥଲେଟ୍ ଏଥିରେ ଭାଗ ନେଇଛନ୍ତି । ୩ ଦିନିଆ ଏହି ମହାକୁମ୍ଭରେ ନିଜ ପ୍ରତିଭା ପ୍ରଦର୍ଶନ କରି ଦେଶକୁ ପ୍ରତିନିଧିତ୍ୱ କରିବାକୁ ସ୍ୱପ୍ନ ଦେଖିଛନ୍ତି ଖେଳାଳି ।

Advertisment

କିଏ ଆଶା ବାଡ଼ି ଧରି ଚାଲୁଛି ତ ଆଉ କିଏ ହୁଇଲ ଚେୟାରରେ ବସି ଯାଉଛି । କାହାର ଗୋଟେ ହାତ ନାହିଁ ତ କାହାର ପୁଣି ଗୋଡ଼ ପୋଲିଓ ରୋଗରେ ଆକ୍ରାନ୍ତ  ଆଉ କିଏ ବାମନ । କିନ୍ତୁ ସମସ୍ତେ ରାକେଟ ଧରି ବ୍ୟାଡମିଣ୍ଟନ କୋର୍ଟକୁ ଓହ୍ଲାଇ ପଡିଲେ, ଏମାନଙ୍କ ମନରେ ଆସିଯାଏ ଖେଳୁଆଡ଼ ମନୋଭାବ । ରାଲି, ସ୍ମାସ, ଡ୍ରପସଟ ଖେଳିବାରେ ଏମାନେ ମାହିର । ଚମତ୍କାର ଖେଳ ପ୍ରଦର୍ଶନ କରୁଛନ୍ତି । ଏଠି ଭଲ ପ୍ରଦଶନ କରି ଭାରତୀୟ ଦଳରେ ସ୍ଥାନ ପାଇବା ଲକ୍ଷ୍ୟରେ ରହିଛନ୍ତି ସମସ୍ତେ । ଓଡ଼ିଶା ଦଳ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ।

୨୮ଟି ରାଜ୍ୟରୁ ୫୫୦ଜଣ ଆଥଲେଟ୍‌ ଏଥିରେ ଭାଗନେଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଖେଳରତ୍ନ ପୁରସ୍କାର, ୪ଜଣ ଅର୍ଜୁନ ପୁରସ୍କାର ବିଜେତା ଓ ଶହେରୁ ଉର୍ଦ୍ଧ୍ୱ ଆନ୍ତର୍ଜାତିକ ଖେଳାଳି ଭାଗ ନେଇଛନ୍ତି । WH1,WH2, SL3, SL4, SU5, SH6 ଆଦି ବର୍ଗରେ ସିଙ୍ଗଲସ, ଡବଲସ ଓ ମିକ୍ସ ଡ଼ବଲସ ଖେଳାଯିବ । ୩୨ଟି ସ୍ୱର୍ଣ୍ଣ ୩୨ଟି ରୌପ୍ୟ ଏବଂ ୬୪ଟି ବ୍ରୋଞ୍ଜ ପଦକ ପାଇଁ ଲଢେଇ ହେଉଛି ।

Advertisment

ଏହି ଚାମ୍ପିଅନ୍‌ସିପ ଇଷ୍ଟ କୋଷ୍ଟ ରେଲେଓ୍ୱ ଇଣ୍ଡୋର ହଲ ଏବଂ ଉଡ଼ାନ ଏକାଡେମୀରେ ଖେଳା ଯାଉଛି । ଚାମ୍ପିଅନ୍‌ସିପ୍‌କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, SSEPD ଚେୟାରପର୍ସନ ସୁଲୋଚନା ଦାସ ଏବଂ ଭାରତୀୟ ପାରା ଅଲିମ୍ପିକ୍ସର କର୍ମକର୍ତ୍ତା ଏବଂ ଓଡିଶା ପାରା ଅଲିମ୍ପିକ୍ସର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଉଦଘାଟନ କରିଥିଲେ ।

ଅନ୍ୟପଟେ ଗତକାଲି ଟୋକିଓ ପାରାଲିମ୍ପିକ୍ସରେ ପଦକ ବିଜେତାଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରା ବ୍ୟାଡମିଣ୍ଟନ ଟିମ୍ ସଦସ୍ୟ, ଓଡ଼ିଆ ସୁନା ପୁଅ ପ୍ରମୋଦ ଭଗତ, ସ୍ୱର୍ଣ୍ଣ ବିଜେତା କ୍ରିଷ୍ଣା ନାଗର, ବୌଞ୍ଜ ବିଜେତା ମନୋଜ ସରକାର, ପାରାଲିମ୍ପିଆନ ପଲକ କୋହଲିଙ୍କ ସମେତ ପାରାଲିମ୍ପିକ୍ସ କମିଟି ସଭାପତି ଦୀପା ମଲ୍ଲିକ, ଚେୟାରମ୍ୟାନ୍ ପ୍ରଭାକର ରାଓଙ୍କ ସମେତ କୋଚ୍ ଓ ଟିମ୍ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଟୋକିଓରେ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଇଭେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ