Advertisment

ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ମୁକାବିଲା, ସମ୍ମାନ ରକ୍ଷା ପାଇଁ ଲଢ଼ିବ ଅଷ୍ଟ୍ରେଲିଆ

ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଦୁଇ ମ୍ୟାଚରେ ବିଶ୍ରାମ ନେଇଥିବା ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଜିର ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

India vs Australia

India vs Australia

Advertisment

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍। ରାଜକୋଟରେ ଖେଳାଯିବ ଏହି ତିନି ଟିକିଆ ସିରିଜର ଅନ୍ତିମ ମ୍ୟାଚ୍। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ମ ୧.୩୦ରେ ଖେଳାଯିବ। ଏହି ତିନିଟିକିଆ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚକୁ ଜିତି ଆଗୁଆ ସିରିଜ୍ କବଜା କରିସାରିଛି ଟିମ୍ ଇଣ୍ଡିଆ। ତେବେ ଆଜିର ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜ୍‌କୁ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

Advertisment

ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଦୁଇ ମ୍ୟାଚରେ ବିଶ୍ରାମ ନେଇଥିବା ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଜିର ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର ଶୁଭମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର ଏବଂ ଅକ୍ଷର ପଟେଲ ଆଜିର ମ୍ୟାଚରେ ଚୁଡ଼ାନ୍ତ ଏକାଦଶରେ ସାମିଲ ହେବେ ନାହିଁ ।

ସେହିପରି ଯଦି ଅଷ୍ଟ୍ରେଲିଆ କଥା କହିବା ତାହାଲେ ପ୍ରଥମ ଦୁଇ ମ୍ୟାଚରେ ପରାସ୍ତ ହେବା ସହ ଏହି ସିରିଜ୍ ହାରି ସାରିଛି। ତେଣୁ ବିଶ୍ୱକପକୁ ଯିବା ପୂର୍ବରୁ ଆଜିର ମ୍ୟାଚ୍ ଜିତି ଦଳର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ ଅଷ୍ଟ୍ରେଲିଆ।

Advertisment
India Australia India Vs Australia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ