Advertisment

ଆଇପିଏଲ୍ ହାଟରେ ଯୁବ କ୍ରିକେଟର୍‌ଙ୍କ କ୍ରେଜ୍

ଆଇପିଏଲ୍‌ରେ ଏବେ ଯୁବ କ୍ରିକେଟର୍‌ଙ୍କ ଭୂମିକା ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାରେ ହେଉଛନ୍ତି ବିକ୍ରି। ଓଡିଆ କ୍ରିକେଟରମାନେ ମଧ୍ୟ ପଛରେ ପଡି ନାହାନ୍ତି।

2nd day IPL Auction

2nd day IPL Auction

Advertisment

ଚଳିତ ବର୍ଷର ଆଇପିଏଲ୍ ହାଟରେ ଦେଖିବାକୁ ମିଳିଛି ଯୁବ କ୍ରିକେଟର୍‌ଙ୍କ କ୍ରେଜ୍। ଏପରିକି ବିଶ୍ୱ ଚାଂପିଅନ୍ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଟିମ୍‌ର ଖେଳାଳି କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଅଣ୍ଡର ନାଇଣ୍ଟିନ୍‌ ବିଶ୍ୱକପ୍‌ର ହିରୋ ରାଜ୍ ବାଓ୍ୱାଙ୍କୁ ୨ କୋଟିରେ କିଣିଛି ପଂଜାବ। ଏହି ଅଲ୍‌ରାଉଣ୍ଡର ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ୬୩ ଆଭରେଜ୍‌ରେ ୨୫୨ ରନ୍ କରିବା ସହିତ ଫାଇନାଲ୍‌ରେ ନେଇଥିଲେ ୫ଟି ଓ୍ୱିକେଟ୍।

Advertisment

ସେହିପରି ଆଉ ଜଣେ ଅଲ୍‌ରାଉଣ୍ଡର ହେଲେ ରାଜବର୍ଦ୍ଧନ ହଙ୍ଗରଗେକର। ତାଙ୍କୁ ଦେଢ଼ କୋଟିରେ କିଣିଛି ଚେନ୍ନାଇ। ଅଣ୍ଡର ନାଇଣ୍ଟିନ ଟିମ୍‌ର କ୍ୟାପ୍‌ଟେନ୍‌ ୟଶ୍ ଧୁଲଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆଗରୁ ଅଣ୍ଡର ନାଇଣ୍ଟିନ୍ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ଷ୍ଟାର୍‌ ଦେଓ୍ୱାଲଡ୍ ବ୍ରେଭିସ୍‌ଙ୍କୁ ଗତକାଲି ୩ କୋଟିରେ କିଣିଥିଲା ମୁମ୍ବାଇ। ବିସ୍ଫୋରକ ବ୍ୟାଟିଂ ପାଇଁ ତାଙ୍କୁ ବେବି ଏବି କୁହାଯାଏ। ସେ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର୍ ଥିଲେ।

ସେପଟେ ଏଥର ଆଇପିଏଲ୍‌ରେ ଓଡିଆ କ୍ରିକେଟର୍ ଶୁଭ୍ରାଂଶୁ ସେନାପତିଙ୍କୁ ଖେଳିବାର ଦେଖିବାକୁ ମିଳିପାରେ। ଓଡ଼ିଶା ରଣ୍‌ଜୀ ଟିମ୍‌ର୍ କ୍ୟାପଟେନ୍‌ ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ୨୫ ବର୍ଷୀୟ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ପରେ ତାଙ୍କୁ CSK ପକ୍ଷରୁ ନେଟ୍ସରେ ଟ୍ରାଏଲ୍ ପାଇଁ ଡକାଯାଇଥିଲା।

Advertisment

CSK କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ତାଙ୍କ ବ୍ୟାଟିଂ ଦେଖି ପ୍ରଭାବିତ ହୋଇଥିବା ଚର୍ଚ୍ଚା ହୋଇଥିଲା। ଚେନ୍ନାଇ ତାଙ୍କୁ କିଣିବା ପରେ ଖୁସିରେ ସାଙ୍ଗମାନଙ୍କ ସହିତ ନାଚି ଉଠିଥିଲେ ଶୁଭ୍ରାଂଶୁ। ଏହାପୂର୍ବରୁ ଓଡିଆ କ୍ରିକେଟର୍ ହଳଧର ଦାସ, ପ୍ରଜ୍ଞାନ ଓଝା, ଅଭିଷେକ ରାଉତ ଓ ବିପ୍ଳବ ସାମନ୍ତରାୟ ଆଇପିଏଲ୍ ଖେଳିସାରିଛନ୍ତି।

ଆଇପିଏଲ୍ ମେଗା ନିଲାମିର ଦ୍ୱିତୀୟ ଦିନର ସବୁଠୁ ଦାମି ଖେଳାଳି ହୋଇଛନ୍ତି ଇଂଲଣ୍ଡର ଅଲ୍‌ରାଉଣ୍ଡର ଲିଆମ୍ ଲିଭିଂଷ୍ଟୋନ୍। ତାଙ୍କୁ ୧୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ପଞ୍ଜାବ କିଙ୍ଗ୍ସ। ସିଙ୍ଗାପୁରର ବ୍ୟାଟ୍ସମ୍ୟାନ ଟିମ୍ ଡେଭିଡ୍‌ଙ୍କୁ ୮ କୋଟି ୨୫ ଲକ୍ଷରେ କିଣିଛି ମୁମ୍ବାଇ। ବିଗ୍ ହିଟ୍ ପାଇଁ ସେ ଜଣାଶୁଣା। ସେହିପରି ଇଂଲଣ୍ଡର ପେସ୍ ବୋଲର୍ ଜୋଫ୍ରା ଆର୍ଚରଙ୍କୁ ୮ କୋଟିରେ ମୁମ୍ବାଇ କିଣିଥିବାବେଳେ ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ରୋମାରିଓ ସେଫାର୍ଡଙ୍କୁ ୭ କୋଟି ୭୫ ଲକ୍ଷରେ କିଣିଛି ହାଇଦ୍ରାବାଦ।

Advertisment

ତେବେ ପେସ୍ ବୋଲର ଇଶାନ୍ତ ଶର୍ମା, ଇଂଲଣ୍ଡର କ୍ୟାପ୍‌ଟେନ୍‌ ଅୟନ ମୋର୍ଗାନ, ଅଷ୍ଟ୍ରେଲିଆର ଟି-ଟ୍ୱଣ୍ଟି କ୍ୟାପ୍‌ଟେନ୍‌ ଆରନ୍ ଫିଞ୍ଚ୍ ଭଳି ନାମୀ କ୍ରିକେଟର୍‌ଙ୍କୁ କିଣିବାକୁ ଏଥର କୌଣସି ଫ୍ରାଞ୍ଚାଇଜ୍ ଆଗ୍ରହ ଦେଖାଇ ନାହାନ୍ତି।

(ରିପୋର୍ଟ: କଟକରୁ ଦେବାଶିଷ ମହାନ୍ତି, କେନ୍ଦୁଝରରୁ ପ୍ରଣୟ ପାଣି)

Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ