ଭାରତୀୟ ବୋଲରଙ୍କ କମାଲ; ପାକିସ୍ତାନ ୧୯୧ରେ ସୀମିତ

ପାକିସ୍ତାନ ୧୯୧ ରନ୍‌ରେ ଅଲଆଉଟ୍‌ କଲା ଟିମ୍‌ ଇଣ୍ତିଆ ।

Ind Vs Pak

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଭାରତୀୟ ବୋଲରଙ୍କ କମାଲ । ପାକିସ୍ତାନ ୧୯୧ ରନ୍‌ରେ ଅଲଆଉଟ୍‌ କଲା ଟିମ୍‌ ଇଣ୍ତିଆ । ୪୨.୫ ଓଭର ଖେଳି ୧୯୧ ରନ୍‌ରେ ଅଲଆଉଟ୍‌ ହେଲା ପାକିସ୍ତାନ । ସମସ୍ତ ୧୦ ୱିକେଟକୁ ସମାନ ଭାବେ ବାଣ୍ଟି ନେଲେ ୫ ବୋଲର । ବୁମ୍ରା, ସିରାଜ, ପାଣ୍ଡ୍ୟା, କୁଲଦୀପ, ଜାଡେଜାଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଛି ।

ଅହମ୍ମଦାବାଦରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ କରାଇଛନ୍ତ୍ରି ଭାରତୀୟ ବୋଲର । ଫଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଛି । ଅଧିନାୟକ ବାବର ଆଜମ ୫୦ ଓ ମହମ୍ମଦ ରିଜୱାନ ୪୯ ରନ୍ କରିଛନ୍ତି ।

ପାକିସ୍ତାନର ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ୧୫୫ ରନରେ ପାକିସ୍ତାନ ମାତ୍ର ୩ଟି ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା । ହେଲେ ଶେଷ ୩୬ ରନ୍ ମଧ୍ୟରେ ଶେଷ ୮ଟି ୱିକେଟ ହରାଇଥିଲା ପାକିସ୍ତାନ । ୧୦ ୱିକେଟକୁ ସମାନ ଭାବେ ବାଣ୍ଟି ନେଇଥିଲେ ଭାରତର ୫ ବୋଲର। ବୁମରା, ସିରାଜ, ପାଣ୍ଡ୍ୟା, କୁଲଦୀପ ଓ

ଜାଡେଜା ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଭାରତ ୧୯୨ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଛି ।