Most Expensive Insects In World Stag Beetle
ଦୁନିଆର ସବୁଠାରୁ ଦାମୀ କୀଟ ବା ପୋକ । ଦାମ୍ ଶୁଣିଲେ ହୋସ ଉଡ଼ିଯିବ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକେ ଏହାକୁ କିଣିବାକୁ ଚାହାନ୍ତି । ଆଉ ଏହି କୀଟକୁ କିଣି ଘରେ ପାଳିବାକୁ ଚାହାନ୍ତି । ଏହି ବିରଳ କୀଟର ଦାମ୍ ଏତେ ଯେ, ଜଣେ ସାଧାରଣ ଲୋକ ଗୋଟିଏ ବଳାtପୂର୍ଣ୍ଣ ଘର କିଣି ପାରିବ ।
(Most Expensive Insects In World Stag Beetle) ତେବେ ଆପଣ ଭାବୁଥିବେ ଏହି କୀଟରେ ଏମିତି କି ବିଶେଷତ୍ୱ ରହିଛି । ଯାହାକୁ କିଣିବା ପାଇଁ ଲୋକେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବି ପ୍ରସ୍ତୁତ । କାହିଁକି ଏହି କୀଟକୁ ଏତେ ଟଙ୍କା ଦେଇ କିଣିବାକୁ ଚାହୁଁଛନ୍ତି ? ଏହା ପଛର କାରଣ ଜାଣିଲେ ଆପଣ ତାଜୁବ୍ ହେବେ । ଲୋକଙ୍କର ବିଶ୍ୱାସ ରହିଛି ଯେ, ଏହି କୀଟକୁ ଘରେ ପୋଷିଲେ ରାତାରାତି କୋଟିପତି କରିଦେବ । ଅର୍ଥାତ ଯେଉଁ ଲୋକ ଏହି କୀଟକୁ ଘରେ ପାଳିବ ବା ରଖିବ ସେ ରାତା ରାତି ଧନୀ ହୋଇଯିବ । ତାର କେବେ ବି ଅଭାବ ଅନଟନ ଆସିବ ନାହିଁ ।
(Most Expensive Insects In World Stag Beetle) ସାରା ବିଶ୍ୱରେ ଏହା ସବୁଠାରୁ ଦାମୀ କୀଟ ବୋଲି କୁହାଯାଏ । ଏହାର ନାଁ ସ୍ଟେଗ୍ ବିଟିଲ । ଏହାର ଆକାର ଅତି ବେଶିରେ ଦୁଇରୁ ତିନି ଇଞ୍ଚ ହେବ । କୁହାଯାଏ ସାରା ଦୁନିଆରେ ଏହି ସ୍ଟେଗ୍ ବିଟିଲ ହେଉଛି ସବୁଠାରୁ ଛୋଟ ଓ ବିରଳ କୀଟ । ଏହା ଲୁକାନୀଡେ ପ୍ରଜାତିର କୀଟ ହୋଇଥାଏ । ଏହା ଦୁର୍ଲଭ ତଥା ବିରଳ ହୋଇଥିବାରୁ ଏହାର ଦାମ ଖୁବ୍ ଅଧିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683873568.jpg)