Advertisment

Viral Video: ବାହାରେ ଶୋଇଥିଲେ ମହିଳା, ହଠାତ୍ ସାପ ଆସି ଚଢ଼ିଲା, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ଘର ବାହାରେ ଶୋଇଛନ୍ତି। ସେ ମଧ୍ୟ ଗଭୀର ନିଦ୍ରାରେ ଅଛନ୍ତି। ଠିକ୍ ସେତିକିବେଳେ ଏକ ସାପ ତାଙ୍କ ପାଖରେ ବୁଲୁଛି। ସେହି ସାପଟି ମହିଳାଙ୍କ ଶରୀର ଉପରେ ମଧ୍ୟ ଚଢୁଛି। କିନ୍ତୁ ମହିଳା ଜଣଙ୍କ ସେମିତି ଶୋଇ ରହିଛନ୍ତି।

ଅଦ୍ୟତନ ହୋଇଛି
Woman sleeping outside the house then snake arrived and climbing on her body

Woman sleeping outside the house then snake arrived and climbing on her body

Advertisment

ସମଗ୍ର ବିଶ୍ୱରେ ଗୋଟିଏରୁ ଗୋଟିଏ ବିପଜ୍ଜନକ ସାପ ଅଛନ୍ତି, ଯେଉଁମାନେ ଗୋଟିଏ ମୁହୂର୍ତ୍ତରେ ମଣିଷର ଜୀବନ ନେଇଯାଇ ପାରନ୍ତି। ନାଗ ଠାରୁ ଆରମ୍ଭ କରି କଳା ବୋଡା ପର୍ଯ୍ୟନ୍ତ, ଯଦି ସେମାନେ ମଣିଷକୁ କାମୁଡ଼ନ୍ତି ତେବେ ବଞ୍ଚିବା କଷ୍ଟକର ହୋଇପାରେ। ଏଭଳି ପରିସ୍ଥିତିରେ ସାପ ଦେଖିବା ମାତ୍ରେ କିଏ ବା ନ ଡରେ। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଖେଳନା ପରି ଭାବନ୍ତି, ଆଉ ସାପ ସହିତ ମଜା କରୁଥିବା ଦେଖାଯାଆନ୍ତି।

Advertisment

ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ଘର ବାହାରେ ଶୋଇଛନ୍ତି। ସେ ମଧ୍ୟ ଗଭୀର ନିଦ୍ରାରେ ଅଛନ୍ତି। ଠିକ୍ ସେତିକିବେଳେ ଏକ ସାପ ତାଙ୍କ ପାଖରେ ବୁଲୁଛି। ସେହି ସାପଟି ମହିଳାଙ୍କ ଶରୀର ଉପରେ ମଧ୍ୟ ଚଢୁଛି। କିନ୍ତୁ ମହିଳା ଜଣଙ୍କ ସେମିତି ଶୋଇ ରହିଛନ୍ତି।

ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଏ ଯେ ହଳଦିଆ ରଙ୍ଗର ଏକ ନାଇଟ୍ ସୁଟ୍ ପିନ୍ଧିଥିବା ଜଣେ ମହିଳା ଘର ବାହାରେ ଶୋଇଛନ୍ତି। ମହିଳା ଜଣକ ଏକ ସପ ଉପରେ ଶୋଇଛନ୍ତି, ତାଙ୍କ ମୁଣ୍ଡ ତଳେ ସେ ଏକ ତକିଆ ମଧ୍ୟ ଦେଇଛନ୍ତି। ସେ ନିଜ ମୁହଁକୁ ହାତରେ ଘୋଡାଇ ଦେଇଛନ୍ତି, ଯାହାଫଳରେ ତାଙ୍କ ଆଖି ଉପରେ ଯେପରି ଆଲୋକର ପ୍ରଭାବ ନ ପଡେ।

Advertisment

କିନ୍ତୁ ଆଖପାଖରେ ବହୁତ ଘାସବଣ ଅଛି, ଯେଉଁଠାରେ ସାପ ରହିବାର ବହୁତ ସମ୍ଭାବନା ଅଛି। ମହିଳା ଜଣଙ୍କ ଶୋଇଥିବା ବେଳେ ତାଙ୍କ ପାଖକୁ ଏକ ବିରାଟ ବଡ ସାପ ଆସିଛି। ସେହି ସାପଟି ମହିଳାଙ୍କ ଭଳି ଲମ୍ବା ଦେଖାଯାଏ। ସେ ପ୍ରଥମେ ତାଙ୍କ ଅଣ୍ଟାରେ ଚଢ଼ୁଛି ଆଉ ତା’ପରେ ମହିଳାଙ୍କ ମୁଣ୍ଡ ଆଡକୁ ଯାଉଛି। କିନ୍ତୁ ମହିଳା ଜଣଙ୍କ କିଛି ଜାଣି ପାରୁ ନାହାନ୍ତି। ସେ ଗଭୀର ନିଦ୍ରା ଶୋଇଛନ୍ତି।

ତେବେ, ପରବର୍ତ୍ତୀ ସମୟରେ କ’ଣ ହୋଇଥାଇପାରେ ସେ ସମ୍ବନ୍ଧରେ ସୂଚନା ଏହି ଭିଡିଓରେ ନାହିଁ। କିନ୍ତୁ ଏହି ସାପଟି ଖୁବ୍ ଭୟଙ୍କର ପ୍ରଜାତି ପରି ଲାଗେ ନାହିଁ। ଫଳରେ ସେ ଚୁପ୍‌ଚାପ୍ ସେଠାରୁ ଚାଲିଯାଇଥାଇ ପାରେ। ଯଦି ମହିଳା ଜଣକ ଉଠିଯାଇନ୍ତେ, ତେବେ ସେ ନିଶ୍ଚିତ ଭୟରେ ଥରିଥାନ୍ତେ। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Advertisment

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୩୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହା ସହିତ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି ଏବଂ ଶେୟାର କରିଛନ୍ତି। କେବଳ ଏତିକି ନୁହେଁ, ଲୋକମାନେ ଏହି ଭିଡିଓ ଉପରେ ମଧ୍ୟ କଡ଼ା ମନ୍ତବ୍ୟ ଦେଉଛନ୍ତି। କିଛି ଲୋକ ଏହାକୁ ବିପଜ୍ଜନକ ବୋଲି କହୁଥିବାବେଳେ କିଛି ଲୋକ କହୁଛନ୍ତି ଯେ ଏହି ସାପ ବିଷାକ୍ତ ନୁହେଁ।

କମେଣ୍ଟ୍ ଦେଇ ଜଣେ ବ୍ୟକ୍ତି କହିଛନ୍ତି - ଲାଗୁଛି ଯେ ଭିଡିଓ ତିଆରି କରୁଥିବା ବ୍ୟକ୍ତି ବୋଧହୁଏ ସାପ କାମୁଡ଼ିବା ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟ ଜଣେ ମଜ୍ଜା କରି ଲେଖିଛନ୍ତି - ସାପଟି ବୋଧହୁଏ ମହିଳାଙ୍କ ଉଚ୍ଚତା ମାପ କରୁଛି। ଆଉ ଜଣେ ଲେଖିଛନ୍ତି – ମତେ ଲାଗୁଛି ଏ ବୋଧେ ସାପ ଧରାଳି।

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ