Advertisment

ବାଇକ୍‌ରେ ବସାଇଲେନି ଯୁବକ; ବିଚ୍‌ ରାସ୍ତାରେ ନିର୍ଧୁମ ଛେଚିଲେ ଯୁବତୀ..ଭିଡିଓ ଭାଇରାଲ

ଗୁଜରାଟ ଭଦୋଦରା ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଯୁବତୀ ଯୁବକଙ୍କୁ ନିର୍ଧୁମ ପିଟୁଛନ୍ତି।

Lady Slap a man

Lady Slap a man

Advertisment

ବାଇକ୍‌ରେ ବସାଇଲେନି ବୋଲି ଯୁବକଙ୍କୁ ନିର୍ଘାତ ମାଡ଼। ଚାପୁଡ଼ା, ବିଧା ସାଙ୍ଗକୁ ଗୋଇଠା ମାଇଲେ ଯୁବତୀ। କାହାରି କଥା ଶୁଣିଲେନି। ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ବି ପିଟିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗୁଜରାଟ ଭଦୋଦରା ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଯୁବତୀ ଯୁବକଙ୍କୁ ନିର୍ଧୁମ ପିଟୁଛନ୍ତି। ବାଇକରେ ବସାଇନେନି ବୋଲି ତାଙ୍କୁ ସମସ୍ତ ଆଗରେ ବିଧା, ଗୋଇଠା ଓ ଚାପୁଡ଼ା ମାରିଛନ୍ତି। ଥରେ କି ଦୁଇଥର ନୁହେଁ ବାରମ୍ବାର ଯୁବକଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି।

ଭିଡିଓରେ ପ୍ରଥମେ ଯୁବତୀ ଯୁବକକଙ୍କ କଲର୍‌ ଧରି ତାଙ୍କୁ ଗାଳି ଦେଉଛନ୍ତି। ତା’ପରେ ତାଙ୍କ ଚୁଟି ଭିଡ଼ି ନିର୍ଧୁମ ଛେଚୁଛନ୍ତି। ସେଠାରେ ଅନେକ ଲୋକ ଏହାର ସାକ୍ଷୀ ବି ଅଛନ୍ତି। ଜଣେ ଯୁବକ ଏହାର ଭିଡିଓ କରୁଥିବା ବେଳେ ତାଙ୍କୁ ବି ପିଟୁଛନ୍ତି। ଯୁବତା ଜଣକ ଯୁବକଙ୍କ ଉପରକୁ ପଥର ଫିଙ୍ଗୁଥିବା ବେଳେ ଜଣେ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଯୁବତୀ ସେଠାରୁ ଦୌଡ଼ି ପଳାଇଥିଲେ। ମାଡ଼ ଖାଇଥିବା ଯୁବକ ଯୁବତୀଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି।

Advertisment
Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ