Advertisment

ସିଭିରେ ଯୁବତୀ ଲଗେଇଦେଲେ ଅଶ୍ଳୀଳ ଫଟୋ; ଲାଗିଲାଣି ଅଫର ଲାଇନ୍

ଚାକିରି ପାଇଁ ସମସ୍ତେ ଏକ ସିଭି ପ୍ରସ୍ତୁତ କରନ୍ତି ଆଉ ଏଥିରେ ନିଜ ଡାଟା ଦେବା ସହ ପ୍ରଫେସନାଲ୍ ଫଟୋ ଲଗାନ୍ତି। ଏହା ଚାକିରିଦାତାଙ୍କୁ ସେମାନଙ୍କ ଚରିତ୍ର ବିଷୟରେ ସୂଚନା ଦିଏ। କିନ୍ତୁ ଜଣେ ଯୁବତୀ ତାଙ୍କର ବୋଲ୍ଡ ଫଟୋ ଦେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପଛରେ ଚାକିରିର ଲାଇନ୍ ବି ଲାଗିଗଲାଣି।

ଅଦ୍ୟତନ ହୋଇଛି
Woman posted bikini photo with post looking for job got uncountable offers

Woman posted bikini photo with post looking for job got uncountable offers

Advertisment

ସମସ୍ତେ ଚାକିରି ଖୋଜିବା ପାଇଁ ଏକ ରିଜ୍ୟୁମ୍ ତିଆରି କରନ୍ତି, ଯେଉଁଥିରେ ସେମାନେ ନିଜ ବୃତ୍ତିଗତ ଅଭିଜ୍ଞତାରୁ ଆରମ୍ଭ କରି ହବି ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍ ବିଷୟରେ ସୂଚନା ଦେଇଥାନ୍ତି। ରିଜ୍ୟୁମ୍ ସହିତ ଫଟୋ ମଧ୍ୟ ଲଗେଇବା କୌଣସି ନୂଆ କଥା ନୁହେଁ, କିନ୍ତୁ ଏହି ଫଟୋ ପ୍ରଫେସନାଲ୍, ଯେଉଁଥିରେ ବ୍ୟକ୍ତି ଗମ୍ଭୀର ଏବଂ ଦାୟୀତ୍ୱବାନ ନଜର ଆସନ୍ତି। ଆଜି କିନ୍ତୁ ଏପରି ଯୁବତୀଙ୍କ ବିଷୟରେ ଜାଣିବା ଯିଏ ନିଜ ସିଭିରେ ବୋଲ୍ଡ ଫଟୋ ଲଗେଇ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ଇଣ୍ଟରନେଟ୍ ଯୁଗରେ, ଇମେଲ୍ ଠାରୁ ଆରମ୍ଭ କରି ଅନେକ ସମୟରେ ସୋସିଆଲ୍ ମିଡିଆର ସମସ୍ତ ମାଧ୍ୟମରେ ବି ଚାକିରି ସୁଯୋଗ ମିଳୁଛି। ସଂସ୍ଥାମାନେ ସୋସିଆଲ୍ ମିଡିଆରେ ବି ନିଯୁକ୍ତି ଖବର କରୁଥିବା ବେଳେ ଆଶାୟୀମାନେ ମଧ୍ୟ ଏଠାରେ ସେମାନଙ୍କ ସିଭି ପଠାଉଛନ୍ତି। ନିକଟରେ ଜଣେ ଯୁବତୀ ଚାକିରି ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ଫଟୋକୁ ବୃତ୍ତିଗତ ବଦଳରେ ବିକିନିରେ ପୋଷ୍ଟ କରିଥିଲେ, ଯାହା ଦେଖି ଲୋକମାନେ କ୍ରୋଧ ପ୍ରକାଶ କରିଥିଲେ ସତ କିନ୍ତୁ ଯୁବତୀଙ୍କ ପାଇଁ ଏହା ଲାଭ ହୋଇଥିଲା।

ଚାକିରି ପୋଷ୍ଟ୍‌ରେ ବିକିନି ଫଟୋ:

ରିପୋର୍ଟ ଅନୁଯାୟୀ, ୨୪ ବର୍ଷିୟ ଟେଡି ସ୍ୱାନ୍‌ ଚାକିରି ପାଇଁ ଏକ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ସେ ଏକ ବୃତ୍ତିଗତ ଫଟୋ ଲଗାଇବା ପରିବର୍ତ୍ତେ ବିକିନି ପିନ୍ଧି ଛିଡା ହୋଇଥିବା ଏକ ଫଟୋ ରଖିଥିଲେ। ଏହି ଯୁବତୀ ବର୍ତ୍ତମାନ ୬ ସପ୍ତାହ ହେବ ଅଷ୍ଟ୍ରେଲିଆରେ ସମୟ କାଟୁଛନ୍ତି। ଖ୍ରୀଷ୍ଟମାସ ପରେ ସେ ସ୍ଥାନାନ୍ତର ହେବେ। ଏନେଇ ତାଙ୍କୁ ଏକ ନୂଆ ଚାକିରି ଦରକାର ଅଛି। ସେଥିପାଇଁ ସେ ଲୋକପ୍ରିୟ ଫେସ୍‌ବୁକ୍ ପେଜ୍ ବ୍ୟାକ୍‌ପ୍ୟାକର୍ସରେ ଏକ ଚାକିରି ପାଇଁ ପୋଷ୍ଟ୍‌ କରିଥିଲେ।

Advertisment

ଏହି ପୋଷ୍ଟରେ ସେ ଲେଖିଥିଲେ- “ମୁଁ ନୂଆ ବର୍ଷ ପାଇଁ ଚାକିରି ଖୋଜୁଛି, ରହିବାକୁ ଯଦି ଜାଗା ମିଳିଯିବ ତେବେ ବହୁତ ଭଲ ହେବ। ମୁଁ ଯେକୌଣିସି ସ୍ଥାନକୁ ଯିବାକୁ ପ୍ରସ୍ତୁତ ଏବଂ ମୋ ପାଖରେ ମଧ୍ୟ ଏକ କାର୍‌ ଅଛି।” ତାଙ୍କ ପୋଷ୍ଟର ତ ଏ ପର୍ଯ୍ୟନ୍ତ ଠିକ୍‌ଠାକ ଅଛି, କିନ୍ତୁ ଯୁବତୀ ଜଣଙ୍କ ଏହା ସହିତ ଯେହେତୁ ତାଙ୍କ ବିକିନି ଫଟୋକୁ ରଖିଛନ୍ତି ଏହାକୁ ନେଇ ହଙ୍ଗାମା ଦେଖାଦେଇଛି।

ଚାକିରି ଅଫର ଆରମ୍ଭ:

ତାଙ୍କ ପୋଷ୍ଟ ଦେଖିବା ପରେ ଅନେକ କହିଥିଲେ ଯେ ଚାକିରି ପୋଷ୍ଟ୍‌ ସହିତ ବିକିନିରେ ଫଟୋ ଲଗାଇବା ଠିକ୍ ନୁହେଁ, ଏହା ଦ୍ୱାରା ଚାକିରି ମିଳିବ ନାହିଁ। ଅନେକ ଲୋକ କମେଣ୍ଟ ବକ୍ସରେ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।

Advertisment

ଏହାର ଜବାବରେ ଟେଡି ଟ୍ରୋଲ୍‌ଗୁଡ଼ିକୁ ମଧ୍ୟ ଟ୍ରୋଲ୍‌ ଦ୍ୱାରା କାଟିଛନ୍ତି ଏବଂ ସେମାନଙ୍କୁ କହିଛନ୍ତି ଯେ ତାଙ୍କୁ ଚାକିରି ଅଫରର ଲାଇନ୍ ଲାଗିଗଲାଣି। ସେ କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ଇନ୍‌ବକ୍ସରେ ଏତେ ଅଫର ପାଇଛନ୍ତି ଯେ ସେ ସେଗୁଡିକୁ ଦେଖିବା ପରେ ସ୍ଥିର କରିବେ ଏବଂ ସେ କେଉଁ କାମ କରିବାକୁ ଯାଉଛନ୍ତି ତାହା ଜଣାଇବେ।

Social Media Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ