Advertisment

Viral Video: ବର୍ଷା ପାଣିକୁ ସଞ୍ଚୟ କରିବା ନେଇ ମହିଳାଙ୍କ ଅଜବ ଉପାୟ; ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଅନେକ ସ୍ଥାନରେ ଜଳ ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଜଳର ଅଭାବ ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି। ଆଜି ବି ଅନେକ ଲୋକ ବର୍ଷା ଜଳ ସଂଗ୍ରହ କରନ୍ତି ଯାହା ଦ୍ୱାରା ଏହାକୁ ଏକ ଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ। ଦେଖନ୍ତୁ ଏହି ଭିଡିଓ।

ଅଦ୍ୟତନ ହୋଇଛି
Woman desi jugaad for rainwater harvesting

Woman desi jugaad for rainwater harvesting

Advertisment

ସୋମବାରର ଲଗାଣ ବର୍ଷା ଓଡିଶାର ରାଜଧାନୀ ଭୁବନେଶ୍ୱରବାସୀଙ୍କ ନାକରେ ପାଣି ପୂରେଇ ଦେଇଛି। କିନ୍ତୁ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଆଜି ବି ଲୋକମାନେ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଅନେକ ସ୍ଥାନରେ ଜଳ ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଜଳର ଅଭାବ ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି। ଆଜି ବି ଅନେକ ଲୋକ ବର୍ଷା ଜଳ ସଂଗ୍ରହ କରନ୍ତି ଯାହା ଦ୍ୱାରା ଏହାକୁ ଏକ ଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ।

Advertisment

ଯଦିଓ ବର୍ଷା ଜଳ ସଂଗ୍ରହ କରିବାର ଅନେକ ଉପାୟ ଅଛି, କିନ୍ତୁ ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହି ଭିଡିଓରେ ଜଣେ ମହିଳା ଘରର ଝରକା ଉପରେ ଏପରି ଏକ ଦେଶୀ ଜୁଗାଡ ରଖିଥା’ନ୍ତି, ଯାହା ଦ୍ୱାରା ବର୍ଷା ପାଣି ସିଧା ଯାଇ ବାଥ୍‌ରୁମରେ ଷ୍ଟୋର୍ ହେଉଛି।

ବର୍ଷାଋତୁ ସମୟରେ କିଛି ଲୋକ ଦେଶୀ ଜୁଗାଡ ସାହାଯ୍ୟରେ ବହୁମୂଲ୍ୟ ବର୍ଷା ପାଣି ସଂଗ୍ରହ କରୁଥିବା ଦେଖାଯାଏ। ପ୍ରାୟତଃ ଏହିପରି ଭିଡିଓ ସୋସିଆଲ ମିଡିଆରେ ଆସେ, ଯାହା ବେଳେବେଳେ ଆଶ୍ଚର୍ଯ୍ୟ କରିଥାଏ। ଆମ ପାଇଁ ଜଳ କେତେ ମହତ୍ୱ ତାହା ଆମେ ସମସ୍ତେ ଜାଣୁ, କିନ୍ତୁ ଏହା ସତ୍ତ୍ୱେ ଜଳର ଅପଚୟ ହେଉଥିବା ଦେଖାଯାଏ।

Advertisment

ପ୍ରକୃତିର ଏହି ସମ୍ପଦକୁ ଯଥାସମ୍ଭବ ସଞ୍ଚୟ କରିବା ଏବଂ ଏହାକୁ ଦୈନନ୍ଦିନ କାମରେ ବ୍ୟବହାର କରିବା ଏକ ଭଲ ଅଭ୍ୟାସ। ଆଜିକାଲି ଏହିପରି ଗୋଟିଏ ଭିଡିଓ ଦେଖାଯାଉଛି ଏବଂ ବହୁତ ପସନ୍ଦ ମଧ୍ୟ କରାଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିପରି ଏକ ପଲିଥିନକୁ ଝରକା ବାହାରେ ବନ୍ଧାଯାଇଛି, ଏହା ସହିତ ଏକ ପ୍ଲାଷ୍ଟିକ ବୋତଲ ମଧ୍ୟ କାଟିକରି ଲଗାଯାଇଛି। ବୋତଲ ମୁହଁରେ ଏକ ପାଇପ୍ ଲଗାଯାଇଛି। ଫଳରେ ପାଇପ୍ ମାଧ୍ୟମରେ ବର୍ଷା ଜଳ ସିଧା ଯାଇ ଘର ଭିତରେ ଥିବା ବାଥ୍‌ରୁମର ଟବ୍‌ରେ ଜମା ହେଉଛି।

Advertisment

ଭାଇରାଲ ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଜଣେ ମହିଳା ବର୍ଷା ପାଣିରେ ଭର୍ତ୍ତି ହୋଇଥିବା ଟବ୍‌ରୁ ପାଣିକୁ କିପରି ଅନ୍ୟ ଏକ ଡ୍ରମ୍‌କୁ ସ୍ଥାନାନ୍ତର କରୁଛନ୍ତି। ଭିଡିଓରେ ମହିଳା ଜଣକ ସେହି ପାଣିରେ ପୋଷାକ ଧୋଇଥିବାର ନଜର ଆସିଛନ୍ତି। ଭିଡିଓରେ ମହିଳା ଜଣଙ୍କ ଏପରି ଏକ ଚମତ୍କାର କୌଶଳ ପ୍ରୟୋଗ କରି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚମକେଇ ଦେଇଛନ୍ତି।

ଏହି ଭିଡିଓ ଇନଷ୍ଟାଗ୍ରାମରେ pranaligaikwad_1998_ ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଛି। ଚଳିତ ବର୍ଷ ଜୁଲାଇ ୧୯ରେ ଶେୟାର ହୋଇଥିବା ଏହି ଭିଡିଓକୁ ଖବର ଲେଖାହେବା ପର୍ଯ୍ୟନ୍ତ ୨ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ୩୩ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଭିଡିଓ ଦେଖୁଥିବା ଲୋକମାନେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Social Media Viral Video 'Desi Jugad'
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ