Woman catches boyfriend during dinner date with another girl
ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍। ଏହାପରେ ଆରମ୍ଭ ହୋଇଥିଲା ହଙ୍ଗାମା। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଥିବା ଏକ ଫୁଡ୍ଷ୍ଟଲ୍ରେ ଜଣେ ଯୁବତୀଙ୍କ ସହ ଡିନର୍ କରୁଛନ୍ତି। ଉଭୟ ପାଖାପାଖି ଚେୟାରରେ ବସିଥିବା ନଜର ଆସିଛି। ଏହି ସମୟରେ ହଠାତ୍ ଏକ କାର୍ ଆସି ଦୋକାନ ସାମ୍ନାରେ ଅଟକିଥିଲା। ଏହାପରେ ଗାଡ଼ି ଭିତରୁ ଜଣେ ଯୁବତୀ ଓ ଯୁବକ ବାହାରିଥିଲେ।
ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଆସିଥିବା ବ୍ୟକ୍ତି ଜଣକ କିଛି ବୁଝିବା ପୂର୍ବରୁ ତାଙ୍କର ଏଭଳି ହର୍କତ୍ ଦେଖି ତାଙ୍କ ପାର୍ଟନର କ୍ରୋଧରେ ରାସ୍ତାରେ ହଙ୍ଗାମା କରିଥିଲେ। ଯୁବତୀ ଜଣକ ବୟଫ୍ରେଣ୍ଡ୍ ଉପରକୁ ଚେୟାର ଫିଙ୍ଗିବା ସହ ତାଙ୍କ ଉପରକୁ ସସ୍ ଢାଳି ଦେଇଥିଲେ। ଏପରିକି ଖାଇବା ମଧ୍ୟ ଫିଙ୍ଗିଥିଲେ।
ତେବେ ଯୁବତୀଙ୍କ ସହ ଆସିଥିବା ଅନ୍ୟ ଜଣେ ଯୁବକ ତାଙ୍କୁ ସମ୍ଭାଳିବା ସହ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପ୍ରୟାସ କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1679212297.jpg)