TTE ପଚାରିଲେ ଏକ୍ସଟ୍ରା ଟିକେଟ୍‌ କାହାର ? ମହିଳା ହସିକି କହିଲେ, ମୋ ଛେଳିର..ଦେଖନ୍ତୁ..

ଛେଳି ପାଇଁ ଟ୍ରେନ୍‌ ଟିକେଟ୍‌ କାଟି ପ୍ରଶଂସା ସାଉଁଟୁଛନ୍ତି ମହିଳା । ଟିଟିଇ ବି ହୋଇଗଲେ ଆଶ୍ଚର୍ଯ୍ୟ, ଆଉ କହିଲେ..

train ticket for her goat

ଛେଳି ପାଇଁ ଟ୍ରେନ୍‌ ଟିକେଟ୍‌ । କଥାଟା ନିଶ୍ଚୟ ଅଡୁଆ ଲାଗୁଥିବ । କାରଣ ମଣିଷ ପାଇଁ ସିନା ଟିକେଟ୍‌ ହୁଏ । ଛେଳି ପାଇଁ କି ଟିକେଟ୍‌ ? ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ମହିଳା ଜଣକ ନିଜ ଛେଳି ପାଇଁ ଟ୍ରେନ ଟିକେଟ୍‌ କରିଛନ୍ତି । ମହିଳା ଜଣକ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ବର୍ତ୍ତମାନ ସମୟରେ କିଛି ଉଚ୍ଚ ଶିକ୍ଷିତ ଲୋକ ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ବେଳେ ମହିଳା ଜଣକ ନିଜ ଛେଳି ପାଇଁ ଟିକେଟ୍‌ କାଟି ସଚ୍ଚୋଟତାର ପ୍ରମାଣ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳା ଜଣକ ଟ୍ରେନ୍‌ରେ ନିଜ ଛେଳିକୁ ଧରି ଛିଡ଼ା ହୋଇଛନ୍ତି । ଟିଟିଇ ଯେତେବେଳେ ଟିକେଟ୍‌ ମାଗୁଛନ୍ତି । ସେ କିଣିଥିବା ଟିକେଟ୍‌କୁ ଟିଟିଇକୁ ଦେଉଛନ୍ତି । ଟିକେଟ୍‌ ଦେଖି ଟିଟିଇ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଉ ପଚାରୁଛନ୍ତି ଇଏ ତ ଦୁଇଜଣଙ୍କ ଟିକେଟ୍‌ । ମହିଳା ଜଣକ ନ ଡରି ହସି ହସି କହୁଛନ୍ତି ‘ମୁଁ ମୋ ଛେଳି ପାଇଁ ମଧ୍ୟ ଟିକେଟ୍‌ କାଟିଛି’ ।

 

ଏହି ଭିଡିଓକୁ ଅୱାନିଶ ସରନ୍‌ ନାମକ ବ୍ୟକ୍ତି ‘ଏକ୍ସ’ ପେଜ୍‌ରେ ସେୟାର କରିଛନ୍ତି । ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ ମହିଳା ଜଣକ ନିଜ ଛେଳି ପାଇଁ ଟ୍ରେନ ଟିକେଟ୍‌ କରିଛନ୍ତି ଏବଂ ଗର୍ବରେ ଟିଟିଇକୁ ଏକଥା କହୁଛନ୍ତି । ଏହି ଭିଡିଓକୁ ଲୋକେ ବେଶ୍‌ ପସନ୍ଦ କରିବା ସହ ମହିଳାଙ୍କ ପ୍ରଶଂସା ବି କରୁଛନ୍ତି ।