Uttarakhand Temple
ଉତ୍ତରାଖଣ୍ଡର ଏକ ମନ୍ଦିରରେ ଭେଟ ହେଲେ ବାସନ୍ତୀ ବେନ୍ ଓ ଶଶୀ ଦେବୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଉଣୀ ବାସନ୍ତୀ ବେନ୍ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶୀ ଦେବୀଙ୍କ ସାକ୍ଷାତ ହୋଇଛି । ଗତ ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଗରୱାଲର ଥିବା ଏକ ମନ୍ଦିରରେ ଭଗବାନଙ୍କ ଦର୍ଶନ ସମୟରେ ଉଭୟ ଉଭୟଙ୍କୁ ଭେଟି ଖୁବ୍ ଖୁସି ହୋଇଥିଲେ ।
ବାସନ୍ତୀ ବେନ୍ ତାଙ୍କ ସ୍ୱାମୀଙ୍କ ସହିତ ନୀଳକଣ୍ଡ ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ଏହି ସାକ୍ଷାତ ହୋଇଥିଲା । ଶ୍ରାବଣ ମାସ ଚାଲୁଥିବାରୁ ଦୁହେଁ ନୀଳକଣ୍ଠ ମହାଦେବଙ୍କ ମନ୍ଦିରକୁ ଆସିଥିଲେ । ପରେ କୋଥାରୀ ଗାଁର ପାର୍ବତୀ ମନ୍ଦିର ପରିଦର୍ଶନ କରିବା ସମୟରେ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶି ଦେବୀଙ୍କୁ ଭେଟିଥିଲେ ।
ଉଭୟଙ୍କ ସାକ୍ଷାତ ପରେ ଦୁହେଁ ବହୁତ ଖୁସି ହୋଇଥିଲେ । ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିଲେ । ହସ ହସ ମୁହଁରେ ଅନେକ କଥା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓଟିକୁ ବିଜେପି ନେତା ଅଜୟ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି । ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଉଣୀ ବାସନ୍ତୀ ବେନ ଏବଂ ସିଏମ ଯୋଗୀଙ୍କ ଭଉଣୀ ଶଶୀ ଦେବୀ ବହୁତ ସରଳ । ଉଭୟ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଉଦାହରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691234549.jpg)