Advertisment

Whatsapp Feature: ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର୍; ସାଙ୍ଗେ ସାଙ୍ଗେ ପାଇଯିବେ ଗୁରୁତ୍ୱପୂର୍ଣ୍ଣ ଚାଟ୍

ହ୍ୱାଟ୍ସଆପ୍ ଏହାର ପ୍ଲାଟ୍‌ଫର୍ମରେ ଏକ ନୂଆ ସେବା ଯୋଡିଛି। ଏହି ସେବା ମାଧ୍ୟମରେ ଚାଟରେ ଟେକ୍ସଟ୍, ପୋଲ୍, ଇମେଜ୍ ଏବଂ ଇମୋଜି ଆଦି ଯେକୌଣସି ମେସେଜ୍‌କୁ ପିନ୍ କରିବାକୁ ଅନୁମତି ମିଳିଛି। ଏଥିରେ ଗୋଟିଏ ଥରରେ କେବଳ ଗୋଟିଏ ଚାଟ୍ ପିନ୍ ହୋଇପାରିବ।

ଅଦ୍ୟତନ ହୋଇଛି
whatsapp releases new pin chat feature for everyone

whatsapp releases new pin chat feature for everyone

Advertisment

ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ଏହାର ପ୍ଲାଟ୍‌ଫର୍ମରେ ଏକ ନୂଆ ସେବା ଯୋଡିଛି। ଏହି ସେବା ମାଧ୍ୟମରେ ଚାଟରେ ଟେକ୍ସଟ୍, ପୋଲ୍, ଇମେଜ୍ ଏବଂ ଇମୋଜି ଆଦି ଯେକୌଣସି ମେସେଜ୍‌କୁ ପିନ୍ କରିବାକୁ ଅନୁମତି ମିଳିଛି। ଏଥିରେ ଗୋଟିଏ ଥରରେ କେବଳ ଗୋଟିଏ ଚାଟ୍ ପିନ୍ ହୋଇପାରିବ। ପିନ୍ ହୋଇଥିବା ମେସେଜ୍‌ରେ କୌଣସି ଗ୍ରୁପ୍ ବ୍ୟକ୍ତିଗତ ଚାଟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଗୁଡ଼ିକୁ ସହଜରେ ହାଇଲାଇଟ୍ କରିହେବ।

Advertisment

କେଉଁ ମେସେଜ୍ ପିନ୍ କରାଯାଇପାରିବ:

ହ୍ୱାଟ୍ସଆପ୍‌ର ଏହି ସେବା ଲୋକମାନଙ୍କ ସମୟ ବଞ୍ଚେଇବାରେ ସାହାଯ୍ୟ କରିବ ଯାହା ଦ୍ୱାରା ସେମାନେ ଖୁବ୍ ସହଜରେ ମେସେଜ୍ ଖୋଜିପାରିବେ। ହ୍ୱାଟ୍ସଆପ୍ ଏକ ବିବୃତ୍ତିରେ କହିଛି ଯେ ଟେକ୍ସଟ୍, ପୋଲ୍, ଇମେଜ୍, ଇମୋଜି ଏବଂ ଅନ୍ୟାନ୍ୟ ମେସେଜ୍‌କୁ ପିନ୍ କରାଯାଇପାରିବ ଏବଂ ସେଗୁଡିକ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍ଟ ହେବ।

କିପରି ପିନ୍ ହେବ ମେସେଜ୍:

  • ସର୍ବପ୍ରଥମେ WhatsApp ଖୋଲନ୍ତୁ
  • ପିନ୍ କରିବାକୁ ଚାହୁଁଥିବା ଚାଟ୍ ମେସେଜ୍ ଖୋଲନ୍ତୁ
  • ସେହି ମେସେଜ୍ ଉପରେ ଲଙ୍ଗ୍ ପ୍ରେସ୍ କରନ୍ତୁ
  • ମେନୁରୁ 'ପିନ୍' ଅପ୍‌ସନ୍ ଉପରେ କ୍ଲିକ୍ କରନ୍ତୁ
  • ପିନ୍ ହୋଇଥିବା ମେସେଜ୍ ଅବଧି ବାଛିବା ପାଇଁ ଏକ ବ୍ୟାନର୍‌ ଦେଖାଯିବ – (୨୪ ଘଣ୍ଟା, ୭ ଦିନ ଏବଂ ୩୦ ଦିନ) ଆପଣ ଏହାକୁ ନିଜ ଆବଶ୍ୟକତା ଅନୁଯାୟୀ ବାଛିପାରିବେ
  • ଏହାପରେ ପୁଣିଥରେ 'ପିନ୍' ଅପ୍‌ସନ୍ ଉପରେ କ୍ଲିକ୍ କରନ୍ତୁ
Advertisment

କମ୍ପାନୀ କହିଛି ଯେ ସାତ ଦିନ ହେଉଛି ଡିଫଲ୍ଟ ଅପ୍‌ସନ୍। ଏକ ଗ୍ରୁପ୍ ଚାଟ୍‌ରେ, ଆଡ୍‌ମିନ୍ ପାଖରେ ଏହି କ୍ଷମତା ରହିବ। ଟେଲିଗ୍ରାମ ଏବଂ ଆଇମେସେଜ୍ (iMessage) ରେ ଏହି ବିକଳ୍ପ ମଧ୍ୟ ଅଛି।

ଆଣ୍ଡ୍ରଏଡ୍‌ରେ ହ୍ୱାଟ୍ସଆସ୍ ମେସେଜ୍ ପିନ୍:

  • ଚାହୁଁଥିବା ମେସେଜ୍‌କୁ ଟ୍ୟାପ୍ କରି ଧରି ରଖନ୍ତୁ
  • ମେନୁରୁ More ଅପସନ୍ ଟ୍ୟାପ୍ କରନ୍ତୁ
  • ‘ପିନ୍’ ଚୟନ କରନ୍ତୁ
  • ପିନ୍ ହୋଇଥିବା ମେସେଜ୍ ପାଇଁ ଚାହୁଁଥିବା ଅବଧି ବାଛନ୍ତୁ: ୨୪ ଘଣ୍ଟା, ୭ ଦିନ, କିମ୍ବା ୩୦ ଦିନ
  • ନିଶ୍ଚିତ କରିବାକୁ ପୁନର୍ବାର ‘ପିନ୍’ ଟ୍ୟାପ୍ କରନ୍ତୁ
Advertisment

ଆଇଫୋନରେ ପିନ୍:

  • ଚାହୁଁଥିବା ମେସେଜ୍‌କୁ ଟ୍ୟାପ୍ କରି ଧରି ରଖନ୍ତୁ
  • ମେନୁରୁ More ଅପସନ୍ ଟ୍ୟାପ୍ କରନ୍ତୁ
  • ‘ପିନ୍’ ଚୟନ କରନ୍ତୁ
  • ପିନ୍ ହୋଇଥିବା ମେସେଜ୍ ପାଇଁ ଚାହୁଁଥିବା ଅବଧି ବାଛନ୍ତୁ: ୨୪ ଘଣ୍ଟା, ୭ ଦିନ, କିମ୍ବା ୩୦ ଦିନ
  • ନିଶ୍ଚିତ କରିବାକୁ ପୁନର୍ବାର ‘ପିନ୍’ ଟ୍ୟାପ୍ କରନ୍ତୁ

ୱେବ୍ ଏବଂ ଡେସ୍କଟପ୍‌ରେ ପିନ୍:

  • ପିନ୍ କରିବାକୁ ଚାହୁଁଥିବା ମେସେଜ୍ ଚୟନ କରନ୍ତୁ
  • ତିନୋଟି ବିନ୍ଦୁ ଆଇକନ୍ କ୍ଲିକ୍ କରନ୍ତୁ
  • ଡ୍ରପଡାଉନ୍ ମେନୁରୁ ‘ପିନ୍’ ମେସେଜ୍ ଚୟନ କରନ୍ତୁ
  • ପିନ୍ ହୋଇଥିବା ମେସେଜ୍ ପାଇଁ ଅବଧି ବାଛନ୍ତୁ: ୨୪ ଘଣ୍ଟା, ୭ ଦିନ, କିମ୍ବା ୩୦ ଦିନ
  • ନିଶ୍ଚିତ କରିବାକୁ ‘ପିନ୍’ କ୍ଲିକ୍ କରନ୍ତୁ
  • କିପରି କରିବେ ‘ଅନ୍‌ପିନ୍’:

ଆଣ୍ଡ୍ରଏଡ୍‌ରେ ଅନ୍‌ପିନ୍:

  • ପିନ୍ ହୋଇଥିବା ମେସେଜ୍‌କୁ ଟ୍ୟାପ୍ କରି ଧରି ରଖନ୍ତୁ
  • ମେନୁରୁ, ଅନ୍‌ପିନ୍ ଚୟନ କରନ୍ତୁ
  • ନିଶ୍ଚିତ କରିବାକୁ ପୁନର୍ବାର ‘ଅନ୍‌ପିନ୍’ ଉପରେ ଟ୍ୟାପ୍ କରନ୍ତୁ

ଆଇଫୋନ୍‌ରେ ‘ଅନ୍‌ପିନ୍’:

  • ପିନ୍ ହୋଇଥିବା ମେସେଜ୍‌କୁ ଟ୍ୟାପ୍ କରି ଧରି ରଖନ୍ତୁ
  • ମେନୁରୁ More ଅପ୍‌ସନ୍ ଚୟନ କରନ୍ତୁ
  • ‘ଅନ୍‌ପିନ୍’ ବାଛନ୍ତୁ
  • ନିଶ୍ଚିତ କରିବାକୁ ପୁନର୍ବାର ‘ଅନ୍‌ପିନ୍’ ଉପରେ ଟ୍ୟାପ୍ କରନ୍ତୁ।

ୱେବ୍ ଏବଂ ଡେସ୍କଟପ୍‌ରେ ‘ଅନ୍‌ପିନ୍’:

  • ପିନ୍ ହୋଇଥିବା ମେସେଜ୍‌କୁ ଯାଆନ୍ତୁ
  • ତିନୋଟି ବିନ୍ଦୁ ଆଇକନ୍ କ୍ଲିକ୍ କରନ୍ତୁ
  • ଡ୍ରପ୍‌ଡାଉନ୍ ମେନୁରୁ ‘ଅନ୍‌ପିନ୍’ ମେସେଜ୍ ଚୟନ କରନ୍ତୁ
  • ନିଶ୍ଚିତ କରିବାକୁ ପୁନର୍ବାର ‘ଅନ୍‌ପିନ୍’ କ୍ଲିକ୍ କରନ୍ତୁ
WhatsApp Social Media WhatsApp New Features
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ