Marriage Video Viral
ଏଥର ବାହାଘର ଋତୁ ଖୁବ୍ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଛି । ଶୀତ ପରେ ଖରା ପହଞ୍ଚିଲାଣି କିନ୍ତୁ ବାହାଘର ଋତୁ ଶେଷ ହୋଇନାହିଁ ।ତେବେ ଏହି ବାହାଘର ଋତୁ ମଧ୍ୟରେ ଅନେକ ଅଜବ ଦୃଶ୍ୟ ସବୁ ସାମ୍ନାକୁ ଆସିଛି । ନିଆରା ବାହାଘର ଠାରୁ ଆରମ୍ଭ କରି ବାହାଘରରେ ଅଜବ ଘଟଣା ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଠିକ୍ ସେମିତି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତିକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜସ୍ଥାନ ଜୟପୁରର ନାଗପୁର ସହରରେ ହୋଇଥିବା ଏକ ବିବାହ ଉତ୍ସବକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଆପଣ ଥରେ ଭାବନ୍ତୁ । ବାହାଘରରେ ଜଣେ ଅନ୍ୟକୁ କେତେ ଟଙ୍କାର ଉପହାର ଦେଇପାରିବ । ତାହା ପୁଣି ନଗଦ । ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।
ବିବାହ ଉତ୍ସବ ବେଳେ କନ୍ୟାର ପରିବାର ଲୋକ ତାଙ୍କୁ ୮୫ ଲକ୍ଷ ଟଙ୍କା ନଗଦ ଉପହାର ଦେଇଛନ୍ତି । ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । କାରଣ ଟଙ୍କାଗୁଡ଼ିକୁ ଏକ କଂସା ଥାଳିରେ ରଖି କନ୍ୟାର ପରିବାର ଲୋକ ବିବାହ ମଣ୍ଡପ ପାଖରେ ପହଞ୍ଚିଥିଲେ । ଆଉ କନ୍ୟାକୁ ଉପହାର ଦେଇଥିଲେ । ଖାଲି ସେତିକି ନୁହେଁ, ନଗଦ ୮୫ ଲକ୍ଷ ଟଙ୍କା ସହ ଏକ ଟ୍ରାକ୍ଟର, ପ୍ରଚୁର ଗହଣା ଓ ଜମିବାଡ଼ି କାଗଜପତ୍ର ବି ଦେଇଥିଲେ । ଏହି ସବୁ ଉପହାରର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ।
ଘେବାରୀ ଦେବୀ ଓ ଭଁୱରଲାଲ ପୋଟାଲିଆଙ୍କ ଝିଅ ହେଉଛନ୍ତି ଅନୁସ୍କା । ଯାହାର ଗତକାଲି ବିବାହ ସମ୍ପନ୍ନ ହୋଇଛି । ବିବାହ ଉତ୍ସବ ବେଳେ ତାଙ୍କୁ ଜଣେ ରାଜକୁମାରୀ ଭଳି ବ୍ୟବହାର କରାଯାଇଛି ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679061247.jpg)