Wedding called off after argument over brother's refusal to touch groom’s feet
ବରର ପାଦ ଛୁଇଁବା ପାଇଁ ରୋକ୍ଠୋକ୍ ମନା କରିଦେଲେ କନ୍ୟାର ଭାଇ। ଏହାପରେ ଆରମ୍ଭ ହୋଇଯାଇଥିଲା ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ। କଥା ଏତେ ବଢ଼ି ଯାଇଥିଲା ଯେ, ଶେଷରେ ବାହାଘର ଭାଙ୍ଗି ଯାଇଥିଲା।
ଲାଇଭ୍ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ଉନ୍ନାଓର ସର୍ଜୁ ପ୍ରସାଦ ଓରଫ ରଜକଙ୍କ ଝିଅ ସୋନିଙ୍କ ବିବାହ ଗାନ୍ଧି ନଗରର ଓମ୍ ପ୍ରକାଶଙ୍କ ବଡ଼ ପୁଅ ବିନୟଙ୍କ ସହ ସ୍ଥିର ହୋଇଥିଲା। ବିନୟ ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ଗତ ଫେବୃଆରୀ ୬ ତାରିଖରେ ବରଯାତ୍ରୀ ଧରି ବିନୟ ଉନ୍ନାଓରେ ୱେଡିଂ ଭେନ୍ୟୁରେ ପହଞ୍ଚିଥିଲେ। ଭୋର ୪ଟାରେ ‘ତିଲକ ସେରିମୋନି’ର ଶୁଭ ସମୟ ଥିବାରୁ ଅତିଥି ଓ ବର ପକ୍ଷ ରୀତିନୀତି ଆରମ୍ଭକୁ ଅପେକ୍ଷା କରିଥିଲେ।
ଅଧିକ ପଢ଼ନ୍ତୁ:୧୦ ହଜାର ଟଙ୍କିଆ ଲେହେଙ୍ଗା ଦେଖି କନ୍ୟା ନିଆଁବାଣ ! ଭାଙ୍ଗିଦେଲା ବାହାଘର . . .
ପରେ ଯେତେବେଳେ ରୀତିନୀତି ଆରମ୍ଭ ହୋଇଥିଲା, କନ୍ୟାର ଭାଇଙ୍କୁ ବରର ପାଦ ଛୁଇଁବାକୁ କୁହାଯାଇଥିଲା। କାରଣ ଏହା ଏକ ରୀତିନୀତି ଥିଲା। ହେଲେ କନ୍ୟାର ଭାଇ ବରର ପାଦ ଛୁଇଁବାକୁ ରୋକ୍ଠୋକ୍ ମନା କରିଦେଇଥିଲେ ଓ କହିଥିଲେ ତାଙ୍କ ସହ ମୋର ବହୁତ ପୁରୁଣା ସମ୍ପର୍କ। ହେଲେ ଏସବୁ ବରର ପରିବାର ଓ ତାଙ୍କ ସମ୍ପର୍କୀୟଙ୍କୁ ଭଲ ଲାଗିନଥିଲା। ଏହାପରେ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।
ମାମଲା ଆହୁରି ବଢ଼ି ଯାଇଥିଲା, ଯେତେବେଳେ ବିବାହ ପରେ ଅଲଗା ରହିବା ପାଇଁ କନ୍ୟା ଚାହିଁଥିଲା। ବିବାହ ପରେ ଶାଶୁ ଘର ଲୋକଙ୍କଠୁ ଅଲଗା ହୋଇ ସ୍ୱାମୀ ସହ ରହିବା ପାଇଁ କନ୍ୟା ଚାହୁଁଥିଲେ। ଏହା ଜାଣିବା ପରେ ବର ପକ୍ଷ ଲୋକ ଆହୁରି ରାଗି ଯାଇଥିଲେ। କଥା ଏତେ ବଢ଼ି ଯାଇଥିଲା ବୁଝାସୁଝା ପାଇଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଶେଷରେ ଉଭୟ ବର ଓ କନ୍ୟା ପକ୍ଷ ବାହାଘର ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ବିନା କନ୍ୟା ଖାଲି ହାତରେ ବରଯାତ୍ରୀ ଘରକୁ ଫେରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1676012835.jpg)