Mother Lover
ମାଆ...ଏ ଡାକ ସଂସାରରେ ବୋଧହୁଏ ସବୁଠାରୁ ପବିତ୍ର । ପ୍ରତିଟି ପିଲା ଲାଗି ସେମାନଙ୍କ ମାଆ ସାକ୍ଷାତ୍ ଭଗବାନ । ସେଇଥି ଲାଗି ତ କୁହାଯାଏ ମାଆ ପଣତ ଶ୍ରୀମନ୍ଦିର ନେତ । ପତିତପାବନ ବାନା ଯେତିକି ପବିତ୍ର ମାଆର ପଣତ ବି ସେତିକି ପବିତ୍ର । ଛୁଆ ଉପରେ ଯଦି କୌଣସି ବିପଦ ଆସିବାର ଟିକିଏ ବି ସୁରାଗ୍ ପାଏ ସାଙ୍ଗେ ସାଙ୍ଗେ ନିଜ ଜୀବନକୁ ବାଜିରେ ଲଗାଇ ପିଲାର ଜୀବନ ରକ୍ଷା କରେ ମାଆ ।
ଠିକ୍ ଏମିତି ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ବି କହିବେ, ମାଆ ଥିଲେ ଡର କାହାକୁ? ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ବିପଦ ମୁହଁରୁ ନିଜ ସନ୍ତାନକୁ ଟାଣି ଆଣିବା ପରେ କୁଣ୍ଢେଇ ଧରୁଛି ମାଆ । ଖାଲି କୁଣ୍ଢେଇ ଧରୁଛି ତାହା ନୁହେଁ ବରଂ କାନ୍ଦି ପକାଉଛି । ଆଉ ନିଜ ଛୁଆକୁ ଗେଲ ବି କରୁଛି ।
ତେବେ ଘଟଣାଟି ଥିଲା କିଛି ଏମିତି..ଲିଫ୍ଟରୁ ମାଆ ଓ ଛୁଆ ଉଭୟ ବାହାରିବା ପରେ ହଠାତ୍ ସିଢି ପାଖରେ ନିଜ ଭାରସ୍ୟାମ ହରାଇ ପଡ଼ିଯାଉଛି କୁନି ପିଲାଟି । ବାସ୍ ଏ ଦୃଶ୍ୟ ଦେଖିବା ପରେ ସାଙ୍ଗେ ସାଙ୍ଗେ ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି । ଖାଲି ଚେଷ୍ଟା କରୁଛି ତାହା ନୁହେଁ ବରଂ ନିଜ ପ୍ରାଣକୁ ବାଜିରେ ଲଗାଇ ପିଲାକୁ ଉଦ୍ଧାର ବି କରୁଛି ।
ପୂରା ଘଟଣାକୁ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ କଏଦ୍ କରିଛି । ପରେ ଏହି ଭିଡିଓକୁ ‘ଅଡଲି ଟେରିଫାଇଂ’ ନାମକ ଟୁଇଟର ଆକାଉଣ୍ଟରୁ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି । ତେବେ ଏହି ଭିଡ଼ିଓକୁ ଦେଖିବା ପରେ ୟୁଜର୍ସମାନେ ମାଆର ଏଇ କାମକୁ ଭୂରି ଭୂରି ପ୍ରଶଂସା କରିବା ସହିତ ମାଆ ଥିଲେ ପିଲାର କୌଣସି କ୍ଷତି ହେବନି ବୋଲି କହିଛନ୍ତି । ସତରେ ଏଇ ଭିଡ଼ିଓ ଦେଖିଲେ ଆପଣ ବି ବୁଝିପାରିବେ ପିଲାର ଜୀବନ ବଂଚାଇବାକୁ ମାଆ କିଛି ବି କରିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681298589.jpg)