Inspiration
କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ...ବାସ୍ ଠିକ୍ ସମୟରେ ଠିକ୍ କାମ କରିବାର ଆବଶ୍ୟକତା ରହିଛି । ଅନେକ ସମୟରେ ଏମିତି ବି ଭିଡିଓ ସାମ୍ନାକୁ ଆସିଛି ଯେଉଁଥିଲେ ସୁସ୍ଥ ଥିବା ପରେ କିଛି କାମ କରିବାକୁ ମଣିଷ ଇଚ୍ଛା କରୁନଥିବା ଦେଖାଯାଇଛି । ହେଲେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ହେଉଛି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଦିବ୍ୟାଙ୍ଗ ହେବା ପରେ ବି ଗୋଟିଏ ହାତରେ ଆଶାବାଡି ଧରି ଅନ୍ୟ ହାତରେ କାଠବାଉଁଶ ଲୋଡିଂ ହୋଇଥିବା ଗାଡି ଟାଣିଟାଣି ରାସ୍ତାରେ ନେଉଛନ୍ତି ଜଣେ ଯୁବକ । ଗାଡିଟିକୁ ଯିଏ ଦେଖିବ ସିଏ ଜାଣିପାରିବ କି, ବେଶ୍ ଭାରି ହୋଇଥିବ ଗାଡିଟି । ହେଲେ ବି ନିଜସ୍ୱ ଇଚ୍ଛା ବଳରେ ସେ ବଳିୟାନ ହୋଇ ଗାଡିକୁ ଟାଣିଟାଣି ନେଉଛନ୍ତି । ଆଉ ଏହି ସମୟର ଭିଡିଓକୁ କେହି ଜଣେ ନିଜ ମୋବାଇଲରେ କଏଦ କରିବା ପରେ ସୋସିଆଲ ସାଇଟ୍ରେ ଅପଲୋଡ୍ କରିଛନ୍ତି । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।
ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ଦିବ୍ୟାଙ୍ଗ ଯୁବକ ନିଜେ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପୂରା ପରିବାରକୁ ଚଳାଇବା ସହିତ ନିଜେ ବି ଚଳୁଛନ୍ତି । ଆଉ ସିଏ ପୁଣି କହୁଛନ୍ତି, ମୋର ଗୋଡ ନାହିଁ ସତ ହେଲେ ହାତ ଅଛି । ତେଣୁ କାମ କରିବାକୁ ଡରିବି ବା କାହିଁକି? ସତରେ ଏମିତି ଯୁବକଙ୍କୁ ଶହେ ସଲାମ୍ । ଆମେ ଅନେକ ସମୟରେ ଦେଖିଛନ୍ତି କି ସୁସ୍ଥସବଳ ଥିବା ପରେ ବି ଅନେକ ଲୋକ କାମ ନକରି ଭିକ୍ଷାବୃତ୍ତିକୁ ଆପଣାଇଥାଆନ୍ତି, ହେଲେ ଇଏ ଜଣେ ଦିବ୍ୟାଙ୍ଗ ହେବା ପରେ ବି ଯେମିତି କାମ କରୁଛନ୍ତି ତାହାକୁ ନେଇ ପୂରା ସୋସିଆଲ ମିଡିଆରେ ତାଙ୍କୁ କରାଯାଉଛି ପ୍ରଶଂସା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689316949.jpg)